PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ସ୍ତ୍ରୀକୁ ଭୁଜାଲିରେ ହାଣିଲା ସ୍ଵାମୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବସ୍ତା ୭/୧୦(ଆପ୍ର): ସିଂଲା ଥାନା ଅନ୍ତର୍ଗତ ସିଂଲା ବଜାରରେ ଅତି ନୃଶଂସ ଭାବେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ଭୁଜାଲିରେ ହାତି ହତ୍ୟା କରିଛି । ଏହା ପରେ ଅଭିଯୁକ୍ତ ସ୍ୱାମୀ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । କିଛିଦିନ ହେବ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ଚାଲିଥିବା । ଏଥିପାଇଁ ସ୍ତ୍ରୀ ଜୟନ୍ତୀ ନିଜ ଛୋଟ ଝିଅକୁ ଧରି ବାପଘର ସିଂଲା ଥାନା ଅନ୍ତର୍ଗତ ନହଞ୍ଜରାରେ ରହି ସିଂଲା ବଜାରରେ ଏକ ବ୍ୟୁଟି ପାର୍ଲର କରିଥିଲେ । ଶୁକ୍ରବାର ଅପରାହ୍ନ ୩ଟା ସମୟରେ ବାଲିଆପାଳ ଅଞ୍ଚଳର ତାଙ୍କ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ଜୟନ୍ତୀଙ୍କୁ ଘୋଷାରି ନେଇ ଭୁଜାଲିରେ ହାଣି ହତ୍ୟା କରିଥିଲା । ଏହା ପରେ ସେ ଥାନାକୁ ଯାଇ ଆତ୍ମ ସମର୍ପଣ କରିଥିଲା । କିନ୍ତୁ କିଛି ସମୟରେ ପରେ ଅଭିଯୁକ୍ତ ଅସୁସ୍ଥ ହୋଇପଡିଥିଲା । ପରେ ଜଣାପଡିଥିଲା କି ସେ ବିଷ ପିଇଦେଇଥିଲା ଏବଂ ପରେ ଏମିତି କାଣ୍ଡ ଭିଆଇଥିଲା । ମହିଳାଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି ଏବଂ ଅଭିଯୁକ୍ତ ସ୍ଵାମୀକୁ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ କରୁଛି ପୋଲିସ ।

ସମ୍ବନ୍ଧିତ ଖବର