ବନ୍ଧୁକ ଦେଖାଇ ବ୍ୟାଙ୍କରୁ ୧୬ କିଲୋଗ୍ରାମ ସୁନା ଓ ସାଢେ ୩ ଲକ୍ଷ ଟଙ୍କା ଡକାୟତି, ଗଲାବେଳେ ନେଇଗଲେ ମ୍ୟାନେଜରଙ୍କ କାର୍…

Representative image
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ କଟନୀର ରଙ୍ଗନାଥ ଥାନା ଅଂଚଳର ବାରଗୱାନରେ ଅବସ୍ଥିତ ମନପୁରମ୍ ଗୋଲ୍ଡ ଲୋନ୍ କାର୍ଯ୍ୟାଳୟରୁ ବଡ ଧରଣର ଡକାୟତି ହୋଇଛି । ୬ ଜଣ ଦୁର୍ବୃତ୍ତ ବ୍ୟାଙ୍କରେ ରଖାଯାଇଥିବା ୧୬ କିଲୋଗ୍ରାମ ସୁନା ଏବଂ ସାଢେ ୩ ଲକ୍ଷରୁ ଅଧିକ ଟଙ୍କା ବନ୍ଧୁକ ଦେଖାଇ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏହାପୂର୍ବରୁ ଡକାୟତମାନେ ବ୍ୟାଙ୍କ କର୍ମଚାରୀଙ୍କୁ ଜୋରରେ ଧକ୍କା ଦେଇଥିଲେ । ସମସ୍ତ ଦୁର୍ବୃତ୍ତ ସେମାନଙ୍କ ମୁହଁରେ ମାସ୍କ ଏବଂ ହେଲମେଟ ପିନ୍ଧିଥିଲେ । ଡକାୟତି ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଘଟଣାସ୍ଥଳରେ ସନ୍ଧାନୀ କୁକୁରମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି, ଯାହାଦ୍ୱାରା ଦୁର୍ବୃତ୍ତମାନଙ୍କର କୌଣସି ସୂତ୍ର ମିଳିପାରିବ । ଏହା ବ୍ୟତୀତ ପୋଲିସ ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରିଛି । ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ମନପୁରମ୍ ଗୋଲ୍ଡ ଲୋନ୍ର ସେଲ୍ସ ମ୍ୟାନେଜର ରୋହିତ କୋଷ୍ଟି କହିଛନ୍ତି ଯେ ସକାଳ ପ୍ରାୟ ସାଢେ ୧୦ଟା ବେଳେ ଦୁର୍ବୃତ୍ତମାନେ ବନ୍ଧୁକଧରି ବ୍ୟାଙ୍କ ପରିସରରେ ପ୍ରବେଶ କରିଥିଲେ । ବ୍ୟାଙ୍କରେ ଉପସ୍ଥିତ ଥିବା କର୍ମଚାରୀଙ୍କୁ ଧମକ ଦେଖାଇବା ସହ ଆକ୍ରମଣ କରି ଏହି ଲୁଟ୍ପାଟ କରିଥିଲେ । ୧୬ କିଲୋଗ୍ରାମ ସୁନା ସହ ସାଢେ ୩ ଲକ୍ଷ ଟଙ୍କା ଏବଂ ମ୍ୟାନେଜରଙ୍କ କାର୍ ନେଇ ପଳାଇଛନ୍ତି ସେମାନେ ।