- ମନରେଗା ପ୍ରସଙ୍ଗକୁ ନେଇ କେନ୍ଦ୍ର ଉପରେ ବର୍ଷିଲା କଂଗ
- ଜାନୁଆରୀ ୮ ରୁ ଫେବୃଆରୀ ୨୫ ଯାଏଁ ରାଜ୍ୟବ୍ୟାପୀ ଆନ୍ଦୋଳନ ଚେତାବନୀ
ଭୁବନେଶ୍ବର, ୩।୧ : ମନରେଗା ନାଁ ବଦଳେଇବା ପ୍ରସଙ୍ଗକୁ ନେଇ କଂଗ୍ରେସ କରିବ ଆନ୍ଦୋଳନ। ଜାନୁଆରୀ ୮ ରୁ ଫେବୃଆରୀ ୨୫ ଯାଏଁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଲା କଂଗ୍ରେସ। ୱାର୍ଡ ସ୍ତରରୁ ବିଧାନସଭା ଘେରାଉ କରିବ କଂଗ୍ରେସ। ମନରେଗା ବଚାଅ କାର୍ଯ୍ୟକ୍ରମ କରିବ କଂଗ୍ରେସ। ମନରେଗା ନାଁ ବଦଳେଇବା ପ୍ରସଙ୍ଗ ନେଇ କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛି।
ମନରେଗା ନାଁ ବଦଳେଇବାକୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଲେ ଏଆଇସିସି ସାଧାରଣ ସମ୍ପାଦକ ରନ୍ଦିପ ସୁରୱେଲା । ଦେଶର ମଜଦୂରକୁ ମାଡ଼ ମାରିଛନ୍ତି କେନ୍ଦ୍ର ସରକାର । ମନରେଗା ନାଁ ପରିବର୍ତ୍ତନ କରିବା ବଡ ଭୁଲ। ୫୦ କୋଟି ପରିବାର ପ୍ରଭାବିତ ହେବେ ବୋଲି ସେ କହିଛନ୍ତି। ଏସସି, ଏସଟି ଏବଂ ଓବିସି ଉପରେ ଆକ୍ରମଣ। କୋଟି କୋଟି ମୂଲିଆ ଓ ମଜଦୂରଙ୍କୁ ଆକ୍ରମଣ ବୋଲି ସେ କହିଛନ୍ତି।
ପୂର୍ବରୁ କେନ୍ଦ୍ର ସରକାର ଶହେ ପ୍ରତିଶତ ଅର୍ଥ ପ୍ରଦାନ କରୁଥିଲେ। ଏବେ ୬୦ ପ୍ରତିଶତ କେନ୍ଦ୍ର ଦେବେ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଦେବେ। ମଜଦୂରଙ୍କଠାରୁ କାମ ଛଡାଇ ନେଲେ। ଏବେ ସରକାର ନିର୍ଣ୍ଣୟ ନେବେ କେବେ ଓ କେଉଁ ମଜଦୂରକୁ କେତେ କାମ ଦେବେ। ଏହାଛଡା ଏବେ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ କେଉଁ ରାଜ୍ୟକୁ କେତେ ଟଙ୍କା ଦେବେ। ମନରେଗା ଗ୍ୟାରେଣ୍ଟି କାମ ଦେଉଥିଲା କିନ୍ତୁ ଏବେ କାମର ଗ୍ୟାରେଣ୍ଟି ରହିଲା ନାହିଁ। ଏବେ କେବଳ ସାଧାରଣ କେନ୍ଦ୍ରୀୟ ଯୋଜନା ଭାବେ ରହିଲା। ଏବେ ଫସଲ ଉତ୍ପାଦନ ସିଜିନରେ କାମ ମିଳିବ ନାହିଁ। କୃଷକ ଓ ମଜଦୂର ଭିତରେ ଲଢେଇ କରାଉଛନ୍ତି କେନ୍ଦ୍ର ସରକାର ବୋଲି କହିଛନ୍ତି ରନ୍ଦିପ ସୁରୱେଲା । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଭକ୍ତ ଦାସ ଓ ପ୍ରଭାରୀ ଅଜୟ କୁମାର ଲଲୁ ଓ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।