ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ବେଲୁର୍ ଗାଁର ଗର୍ବ ଓ ଗୌରବ ମାନସ ମାଝୀ, ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଜିତିଲେ ରୌପ୍ୟ

Published By : Suraj Kumar | October 9, 2024 7:23 PM

ମ,ରାମପୁର , ୯/୧୦(ଆ ପ୍ର): କଳାହାଣ୍ଡି ଜିଲ୍ଲା ବେଲୁର ଗାଁ  ପାଇଁ ମାନସ ମାଝୀ ଆଣିଛନ୍ତି ଗର୍ବ ଓ ଗୌରବ । ଜାତୀୟ କ୍ରୀଡା ପ୍ରତିଯୋଗିତାରେ ମାନସଙ୍କୁ ରୌପ୍ୟ ପଦକ ମିଳିଥିବା ଜଣା ପଡ଼ିଛି । ଜାତୀୟ କ୍ରୀଡା ପ୍ରତିଯୋଗିତା ( ଇଷ୍ଟ ଜୋନ) ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ରେ ମଙ୍ଗଳବାର ଓ  ବୁଧବାର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ  ଲମ୍ବ ଡିଆଁ, ଷାଠିଏ ମିଟର ଓ ଛଅ ଶହ ମିଟର ଦୌଡ, ହଡଳସ, ସର୍ଟ ଫୁଟ୍ ରେ ଭାଗ ନେଇ ସେ  ଦ୍ୱିତୀୟ ସ୍ଥାନ ହାସଲ କରି ସେ  ରୌପ୍ୟ ପଦକ ପାଇଛନ୍ତି । ଏହି ପ୍ରତିଯୋଗୀତାରେ  ଓଡ଼ିଶା, ଆସାମ, ବିହାର, ଝାଡଖଣ୍ଡ, ପଶ୍ଚିମ ବଙ୍ଗ, ସିକିମ,  ରାଜ୍ୟର ପ୍ରତିଯୋଗିତାମାନେ  ଅଂଶଗ୍ରହଣ କରିଥିଲେ । 

କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଗୋଛା ଡେଙ୍ଗେନ୍ ପଞ୍ଚାୟତର ବେଲୁର ଗ୍ରାମର ପତି ରାମ ମାଝୀ ଓ ମମତା ମାଝୀ ଙ୍କ ପୁତ୍ର ହେଉଛନ୍ତି ମାନସ ରଞ୍ଜନ ମାଝୀ । l ସେ ସମ୍ପ୍ରତି କୋରାପୁଟ ସ୍ପୋର୍ଟସ ହଷ୍ଟେଲ ରେ ରହି ଦଶମ ଶ୍ରେଣୀ ରେ ଅଧ୍ୟୟନ କରୁଛନ୍ତି । ସେ ପିଲାଟି ଦିନରୁ କ୍ରୀଡା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ରାଜ୍ୟସ୍ତରୀୟ ସଫଳତା ହାସଲ କରି ଆସିଛନ୍ତି । ତାଙ୍କରି ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.