PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ବଲିଉଡ୍ ଛାଡିବେ ମନ୍ଦନା କରିମି, ବିଗ୍ ବସ୍ ୧୬ରେ ସାଜିଦଙ୍କୁ ଦେଖି ନେଲେ ଏପରି ନିଷ୍ପତ୍ତି

ନୂଆଦିଲ୍ଲୀ ୦୬/୧୦: ‘ବିଗ୍ ବସ୍ ୧୬’ରେ ସାଜିଦ୍ ଖାନଙ୍କ ଏଣ୍ଟ୍ରିକୁ ନେଇ ଅନେକ ସେଲିବ୍ରିଟି ବିରୋଧ କରୁଛନ୍ତି। ବର୍ତ୍ତମାନ ଏହି ତାଲିକାରେ ମନ୍ଦନା କରିମି ମଧ୍ୟ ସାମିଲ ହୋଇଛନ୍ତି। ବିଗ୍ ବିସ୍‌ରେ ସାଜିଦଙ୍କୁ ପ୍ରତିଯୋଗୀ ଭାବରେ ଦେଖି ଅଭିନେତ୍ରୀ ନିରାଶ ହୋଇଛନ୍ତି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ମନ୍ଦନା ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଯିଏକି ସାଜିଦ ଖାନଙ୍କ ନାରେ MeToo ଅଭିଯୋଗ କରିଥିଲେ। ବର୍ତ୍ତମାନ ଏକ ଇଣ୍ଟରଭ୍ୟୁରେ ଅଭିନେତ୍ରୀ କହିଛନ୍ତି, ଇଣ୍ଡଷ୍ଟ୍ରିରେ ମହିଳାଙ୍କ ପ୍ରତି ସମ୍ମାନ ନାହିଁ।

Here's The Fishy Secret Behind Mandana Karimi's Police Complaint Withdrawal  Against Husband Gaurav Gupta | India.com

ମନ୍ଦନା କହିଛନ୍ତି, ସାଜିଦଙ୍କୁ ଦେଖି ସେ ଆଶ୍ଚର୍ଯ୍ୟ ନୁହଁନ୍ତି ଦୁଃଖିତ। ସେ କହିଛନ୍ତି, ‘ମୁଁ ଦୁଃଖିତ। ମୁଁ ଗତ ସାତ ମାସ ଧରି କାମ କରିନାହିଁ। ମୁଁ କୌଣସି ଅଡିସନ୍ ପାଇଁ ମଧ୍ୟ ଯାଇ ନାହିଁ। ବଲିଉଡରେ ମୁଁ କାମ କରିବାକୁ ଚାହୁଁନାହିଁ। ମୁଁ ଏପରି ଇଣ୍ଡଷ୍ଟ୍ରିରେ ଯୋଗଦେବାକୁ ଚାହୁଁ ନାହିଁ ଯେଉଁଠାରେ ମହିଳାମାନଙ୍କ ପ୍ରତି ସମ୍ମାନ ନାହିଁ।  ସାଜିଦ ଶୋ’ରେ ଯୋଗଦେବା ପରେ ମନ୍ଦନା ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟକୁ ପ୍ରାଇଭେଟ୍ କରିଦେଇଛନ୍ତି।

Mandana Karimi to leave Bigg Boss 9 midway - Television News

ମନ୍ଦନାଙ୍କ ବ୍ୟତୀତ ଉର୍ଫି ଜାଭେଦ ମଧ୍ୟ ସାଜିଦଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ନିକଟରେ ଉର୍ଫି ସାଜିଦ ଖାନଙ୍କୁ ସମର୍ଥନ କରିଥିବାରୁ ଶେହନାଜ ଗିଲଙ୍କୁ ଶୁଣାଇଥିଲେ। ଉର୍ଫିଙ୍କ ବ୍ୟତୀତ ପ୍ରସିଦ୍ଧ ଗାୟିକା ସୋନା ମହାପାତ୍ର ବିଗ୍ ବସ୍ ନିର୍ମାତାଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି।