ଭୁବନେଶ୍ୱର,୧୯।୧୧ : ପଶ୍ଚିମ ଓଡ଼ିଶାରେ ଚଳିତ ମାସ ୨୫ ତାରିଖରୁ ଖୋଲିବ ମଣ୍ଡି। ଏନେଇ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ସେ କହିଛନ୍ତି ଯେ, ସେହି ଅଞ୍ଚଳରେ ଅମଳ ସରି ଗଲାଣି। ତେଣୁ ସରକାର ପଶ୍ଚିମ ଓଡ଼ିଶାର ଚାଷୀଙ୍କଠାରୁ ଧାନ କିଣା ଆରମ୍ଭ କରିବେ। ବରଗଡ଼ ଜିଲ୍ଲାରୁ ଏହା ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ସେହିପରି ଜାନୁଆରୀରେ ଉପକୂଳ ଓଡ଼ିଶାରେ ମଣ୍ଡି ଖୋଲିବାର ବ୍ୟବସ୍ଥା କରାଯିବ। ଯେଉଁ ଅଞ୍ଚଳରେ ଯେବେ ଧାନ ପାଚିବ, ଜିଲ୍ଲାପାଳମାନେ ମଣ୍ଡି ଖୋଲିବାର ନିଷ୍ପତ୍ତି ନେବେ। ମଧ୍ୟସ୍ଥି ବ୍ୟବସ୍ଥା ଉଚ୍ଛେଦ ହୋଇ ସରିଲାଣି। ମିଲର ହଇରାଣ କରୁ ନାହାନ୍ତି। ଆଉ ଯାହା ସମସ୍ୟା ଅଛି ତାହା ଦୂର ହେବ। ଏଥିସହ ଖୁବଶୀଘ୍ର ନୂତନ ସମବାୟ ନୀତି ଆସିବ ବୋଲି ସମବାୟ ମନ୍ତ୍ରୀ କହିଛନ୍ତି।