ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ରାସ୍ତାରେ ଭାଙ୍ଗି ପଡ଼ିଲା ବିରାଟକାୟ ଆମ୍ବଗଛ, ୨ ଘଣ୍ଟା ପରେ ରାସ୍ତାରୁ ହଟାଇଲା ଅଗ୍ନିଶମ ବାହିନୀ

Published By : Rasmita Pradhan | March 17, 2025 11:22 AM

ଫିରିଙ୍ଗିଆ, ୧୭/୦୩ : ରାସ୍ତା ଉପରେ ଭାଙ୍ଗି ପଡ଼ିଲା ବିରାଟକାୟ ଆମ୍ବଗଛ। ୨ ଘଣ୍ଟା ଧରି ଅଟକି ରହିଲା ଶତାଧିକ ଗାଡ଼ି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫୁଲବାଣୀ ଠାରୁ ବାଲିଗୁଡାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ବନ୍ଧଗଡ଼ ହାଇସ୍କୁଲ ନିକଟରେ ଏକ ଆମ୍ବ ଗଛ ପଡି ରାସ୍ତା ଅବରୋଧ ହୋଇଯାଇଥିଲା। ଯାହାଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଗାଡି ଅଟକି ରହିଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ପ୍ରାୟ ଦୁଇ ଘଣ୍ଟା ପରେ ରାସ୍ତାରୁ ଗଛଟିକୁ ହଟାଇଥିଲା। ଏହାପରେ ଗାଡି ଚଳାଚଳ ସ୍ଵାଭାବିକ ହୋଇଥିଲା। 

ସୂଚନାନୁଯାୟୀ, ଫିରିଙ୍ଗିଆ ବ୍ଲକ ଫୁଲବାଣୀ ଠାରୁ ବାଲିଗୁଡାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ବନ୍ଧଗଡ଼ ହାଇସ୍କୁଲ ନିକଟରେ ଏକ ଆମ୍ବ ଗଛ ପଡି ରାସ୍ତା ଅବରୋଧ ହୋଇଯାଇଥିଲା। ସ୍ଥାନୀୟ ଅଞ୍ଚଳର ଶିକ୍ଷକ ସିମାଞ୍ଚଲ ମୁଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ପ୍ରାୟ ଦୁଇ ଘଣ୍ଟା ପରେ ରାସ୍ତାରୁ ଗଛଟିକୁ ହଟାଇଥିଲା। ଏହି ରାସ୍ତାରେ ପ୍ରତିଦିନ ଶତାଧିକ ଗାଡି ଯିବା ଆସିବା କରନ୍ତି। ଦିନ ୧୦ଟା ସମୟରେ ସ୍କୁଲ କଲେଜ ଛାତ୍ରଛାତ୍ରମାନେ ଏହି ରାସ୍ତାରେ ଯିବା ଆସିବା କରିଥାନ୍ତି। କିନ୍ତୁ ଭାଗ୍ୟବଶତଃ ଗଛ ପଡିଲା ସମୟରେ କେହି ନଥିଲେ।

ସୂଚନା ଥାଉକି, ଗତ ଦୁଇଦିନ ତଳେ ମଧ୍ୟ ଏହି ଜାଗାରେ ଅନ୍ୟ ଏକ ଆମ୍ଵ ଗଛ ପଡି ରାସ୍ତା ଅବରୋଧ ହୋଇଥିଲା। ଏହାପରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଗଛକୁ କାଟିବାକୁ ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ। ହେଲେ ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇନଥିଲା। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.