ପ୍ରମୂଖ ଖବର
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

କଳାହାଣ୍ଡିରେ ମା' ମାଣିକେଶ୍ବରୀଙ୍କ ଛତର ଯାତ୍ରା, ଲକ୍ଷାଧିକ ଭକ୍ତଙ୍କ ସମାଗମ

Published By : Harapriya Sethi | October 11, 2024 7:20 AM

କଳାହାଣ୍ଡି,୧୧/୧୦: ଆଜି କଳାହାଣ୍ଡିର ଆରାଧ୍ୟା ଦେବୀ ମା' ମାଣିକେଶ୍ବରୀଙ୍କ ଛତର ଯାତ୍ରା । ଭବାନୀପାଟଣା ଠାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ।  ଅଷ୍ଟମୀ ମଧ୍ୟ ରାତ୍ରିରୁ ଗୁପ୍ତ ସନ୍ଧି ପୂଜା ପରେ ନବମୀ ପ୍ରାତଃରୁ ଭବାନୀପାଟଣା ସହରର ଜେନାଖାଲ ଠାରୁ ମା'ଙ୍କ ଛତର ରାଜପ୍ରସାଦ ସ୍ଥିତ ମାଣିକେଶ୍ବରୀ ମନ୍ଦିରକୁ ପ୍ରତ୍ୟାବର୍ତନ ଆରମ୍ଭ କରିଛି । ପରମ୍ପରା ଅନୁଯାୟୀ ମାନସିକଧାରୀ ଭକ୍ତ ମାନେ ମା'ଙ୍କ ଛତର ଜେନାଖାଲରୁ ବାହାରିବା ପରେ ରାସ୍ତାର ଦୁଇ ପାର୍ଶ୍ୱରେ ପଶୁ ବଳି ପାଳନ କରୁଛନ୍ତି । ପଶୁ ଓ ପକ୍ଷୀର ରକ୍ତରେ ଭବାନୀପାଟଣା ରାସ୍ତା ରକ୍ତରଂଜିତ ହେଉଛି । 

ମା'ଙ୍କ ଛତର ଯାତ୍ରାରେ ଛତରଯାତ୍ରାରେ ବଜା ଏବଂ ଘଣ୍ଟରେ ଦୁଲୁକୁଛି ସାରା ସହର ଏବଂ ଲକ୍ଷାଧିକ ଭକ୍ତଙ୍କ ସମାଗମ ଯୋଗୁଁ ଆଇନ ଶୃଙ୍ଖଲା ଏବଂ ଟ୍ରାଫିକ ନିୟନ୍ତ୍ରଣ ଦୃଷ୍ଟିରେ କଳାହାଣ୍ଡି ଏସପିଙ୍କ ନେତୃତ୍ବରେ ଜଣେ ଅତିରିକ୍ତ ଏସ୍‌ପି, ୯ଜଣ ଡିଏସ୍‌ପି, ୧୮ ଜଣ ଇନ୍ସପେକ୍ଟର, ୩୬ ଜଣ ସବ୍ ଇନ୍ସପେକ୍ଟର, ୪୮ଜଣ ଏଏସଆଇ ଓ ୧୫ ପ୍ଲାଟୁନ ପୁଲିସ ଫୋର୍ସ ସହ ୧୦୦ ହୋମଗା ମୁତୟନ କରାଯାଇଛି l

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.