PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ହେପାଜତକୁ ନେବା ଓ ଗିରଫ କରିବା ମଧ୍ୟରେ କ’ଣ ଥାଏ ପାର୍ଥକ୍ୟ? କ’ଣ ଏହି ନ୍ୟାୟିକ କଷ୍ଟିଡି…

ନୂଆଦିଲ୍ଲୀ: ମାର୍ଚ୍ଚ ୬ରେ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମାର୍ଚ୍ଚ ୨୦ ଯାଏ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ଦିଲ୍ଲୀର ସ୍ପେସିଆଲ କୋର୍ଟ। ତେବେ କ’ଣ ଏହି ନ୍ୟାୟିକ ହେପାଜତ। ପୁଲିସ ହେପାଜତ ଓ ନ୍ୟାୟିକ ହେପାଜତ ମଧ୍ୟରେ ପାର୍ଥକ୍ୟ କ’ଣ?

ସବୁବେଳେ ଏମିତି କିଛି ମାମଲା ଆସିଥାଏ ଯେଉଁଥିରେ ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଥାଏ ଏବଂ ପୁଲିସ ହେପାଜତକୁ ମଧ୍ୟ ପଠା ଯାଇଥାଏ। କେଉଁ ମାମଲାରେ ଅଭିଯୁକ୍ତଙ୍କୁ ହେପାଜତକୁ ନିଯାଇଥାଏ ତ ଆଉ କେଉଁ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥାଏ। ଯଦି ଆପଣଙ୍କୁ ଲାଗୁଥାଏ ଏହା ସମାନ ତେବେ ଏହା ଭୁଲ। ଏଥିରେ ପ୍ରାର୍ଥକ୍ୟ ରହିଥାଏ।

କଷ୍ଟିଡିର ଅର୍ଥ ହେଉଛି ହେପାଜତ ଅର୍ଥାତ ସୁରକ୍ଷା ଦୃଷ୍ଟିରୁ କାହାକୁ ଉଠାଇ ନେବା। କୌଣସି ଅଭିଯୁକ୍ତଙ୍କୁ  ହେପାଜତକୁ ନେବା ଓ ଗିରଫ କରିବା ଟେକ୍ନିକାଲି ଅଲଗା ହୋଇଥାଏ। ପ୍ରତ୍ୟେକ ଗିରଫଦାରୀରେ ହେପାଜତ ରହିଥାଏ ହେଲେ ସବୁ ଅଭିଯୁକ୍ତଙ୍କୁ ହେପାଜତକୁ ନେବାରେ ଗିରଫଦାରୀ ହୋଇ ନଥାଏ। କୌଣସି ବ୍ୟକ୍ତିଙ୍କୁ ଗିରଫ କରାଯାଇଥାଏ, ଯଦି ସେହି ବ୍ୟକ୍ତି ଅପରାଧର ଦୋଷୀ କିମ୍ୱା ଅଭିଯୁକ୍ତ ହୋଇଥାନ୍ତି। ହେପାଜତକୁ ନେବାର ଅର୍ଥ କୌଣସି ବ୍ୟକ୍ତିଙ୍କୁ ଅସ୍ଥାୟୀ ଭାବେ ଜେଲରେ ରଖିବା।

ପୁଲିସ ହେପାଜତ ଏବଂ ନ୍ୟାୟିକ ହେପାଜତ ମଧ୍ୟରେ ପାର୍ଥକ୍ୟ କ’ଣ?

– ପୁଲିସ ହେପାଜତରେ ଅଭିଯୁକ୍ତଙ୍କୁ ପୁଲିସ ଥାନାରେ ରଖାଯାଇଥାଏ। ନ୍ୟାୟିକ ହେପାଜତରେ ଅଭିଯୁକ୍ତଙ୍କୁ ଜେଲରେ ରଖାଯାଇଥାଏ।

– ପୁଲିସ ହେପାଜତର ଅବଧି ୨୪ ଘଣ୍ଟା ହୋଇଥିବାବେଳେ ନ୍ୟାୟିକ ହେପାଜତରେ ସେପରି ଅବଧି ନଥାଏ, ଏହା କୋର୍ଟଙ୍କ ଦ୍ୱାରା ସ୍ଥିର ହୋଇଥାଏ।

– ପୁଲିସ ହେପାଜତରେ ରଖାଯାଇଥିବା ଅଭିଯୁକ୍ତଙ୍କୁ ୨୪ ଘଣ୍ଟା ମଧ୍ୟରେ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରିବାକୁ ପଡିଥାଏ। ନ୍ୟାୟିକ ହେପାଜତରେ ଅଭିଯୁକ୍ତଙ୍କୁ ଜେଲରେ ରଖାଯାଏ, ଯେପର୍ଯ୍ୟନ୍ତ ତାଙ୍କ ବିରୋଧରେ ମାମଲାର ଶୁଣାଣି କୋର୍ଟରେ ହୋଇନଥିବ କିମ୍ବା କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିନଥିବେ।

– ପୁଲିସ ହେପାଜତରେ, ପୁଲିସ ଅଭିଯୁକ୍ତକୁ ମାଡ ଦେଇପାରେ ଯାହା ଦ୍ୱାରା ସେ ନିଜ ଅପରାଧ ସ୍ୱୀକାର କରିବେ। କିନ୍ତୁ ଯଦି ଅଭିଯୁକ୍ତ ସିଧାସଳଖ କୋର୍ଟରେ ହାଜର ହୁଅନ୍ତି, ତେବେ ତାଙ୍କୁ ସିଧାସଳଖ ଜେଲକୁ ପଠାଯିବ ଏବଂ ସେ ପୁଲିସର ମାଡରୁ ରକ୍ଷା ପାଇପାରିବେ। ଯଦି ପୁଲିସକୁ କୌଣସି ପ୍ରକାରର ତଦନ୍ତ କରିବାକୁ ପଡିବ, ତେବେ ସେମାନଙ୍କୁ ପ୍ରଥମେ କୋର୍ଟରୁ ଅନୁମତି ନେବାକୁ ପଡ଼ିବ।

– ପୁଲିସ ହେପାଜତ ପୁଲିସ ଦ୍ୱାରା ପ୍ରଦାନ କରାଯାଇଥିବା ସୁରକ୍ଷା ଅଧୀନରେ ଥିବାବେଳେ ନ୍ୟାୟିକ ହେପାଜତରେ ଅଭିଯୁକ୍ତ ବିଚାରପତିଙ୍କ ସୁରକ୍ଷା ଅଧୀନରେ ଆସିଥାଏ।

ସମ୍ବନ୍ଧିତ ଖବର