PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ଜଗନ୍ନାଥପ୍ରେମୀଙ୍କ ଭାବନାକୁ କୁଠାରାଘାତ: ମାଂସ ଦୋକାନ ପାଇଁ ରଥଖଳାରୁ ବୋହି ନେଲେ କାଠଗଣ୍ଡି, ଫଟୋ ଭାଇରାଲ…

ପୁରୀ,୩୦/୦୬: ରଥ ନିର୍ମାଣ ନିମନ୍ତେ ଆସୁଥିବା କାଠ ସହ ଲକ୍ଷଲକ୍ଷ ଭକ୍ତଙ୍କ ଭାବାବେଗ ଜଡ଼ିତ ରହିଛି । ମନ୍ତ୍ରପାଠରେ ପୂଜାର୍ଚ୍ଚନା କରାଯିବା ପରେ ରଥକାଠ ଅନୁକୂଳ ହୋଇ ରଥନିର୍ମାଣ ଆରମ୍ଭ ହୋଇଥାଏ । ତେବେ ଏହି ପବିତ୍ର ରଥକାଠର ଅପବ୍ୟବହାର ହେଉଥିବା ଦେଖାଯାଉଛି। ଯାହା ଭକ୍ତଙ୍କ ମନରେ କ୍ଷୋଭ ଭାବନା ସୃଷ୍ଟି କରିଛି । ୩ ରଥ ନିର୍ମାଣ ପରେ ବଳକା କାଠ ପୁରୀରେ ଥିବା ମାଂସ ଦୋକାନୀ ନେଉଛନ୍ତି । ଏହି ଗୋଲେଇ କାଠଗଣ୍ଡି ଉପରେ ମାଂସ କଟାଯିବ । ୨ ଜଣ ବ୍ୟକ୍ତି ନିଜ ବାଇକ୍‌ରେ ରଥଖଳାରୁ କାଠ ବୋହି ନେଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି କାଠ ନେଇ ସେମାନେ ନିଜ ମାଂସ ଦୋକାନରେ ରଖିଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକମାନେ ବିଭିନ୍ନ ମହଲରୁ କ୍ଷୋଭ ଜାହିର କରିଛନ୍ତି । ଲକ୍ଷଲକ୍ଷ ଜଗନ୍ନାଥପ୍ରେମୀଙ୍କ ଭାବନାକୁ ଏହା ଆଘାତ ପହଞ୍ଚାଇଥିବା କୁହାଯାଇଛି ।

ଦଶପଲ୍ଲାର ଜଣେ ସାମାଜିକ କାର୍ଯ୍ୟକର୍ତ୍ତା କହିଛନ୍ତି, ମହାରାଜା ମୁକୁନ୍ଦଦେବଙ୍କ ସମୟରୁ ଏପର୍ଯ୍ୟନ୍ତ ବିନା ମୂଲ୍ୟରେ ଆମେ ରଥ ନିର୍ମାଣ ପାଇଁ କାଠ ଯୋଗାଇ ଆସୁଛୁ । ନିଜ ସ୍ୱାର୍ଥକୁ ବଳି ଦେଇ ଜଙ୍ଗଲ ସଫା କରି ଦଶପଲ୍ଲାବାସୀ କାଠ ଯୋଗାଉଥିବା ବେଳେ ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ ବୋଲି ସେ ପ୍ରକାଶ କରିଛନ୍ତି ।