ପ୍ରମୂଖ ଖବର
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଭାରତର ୪ କ୍ରୀଡ଼ାବିତଙ୍କୁ ଖେଳରତ୍ନରେ ସମ୍ମାନିତ କଲେ ରାଷ୍ଟ୍ରପତି, ୩୪ ଜଣଙ୍କୁ ଅର୍ଜୁନ ପୁରସ୍କାର

Published By : Swapna Ray | January 17, 2025 3:05 PM

ନୂଆଦିଲ୍ଲୀ, ୧୭।୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ପ୍ୟାରିସ୍‌ ଅଲିମ୍ପିକ୍‌ରେ ଦୁଇ ଦୁଇଟି ପଦକ ଜିତିଥିବା ମହିଳା ସୁଟର ମନୁ ଭାକର ଓ ବିଶ୍ଵ ଚେସ୍‌ ଚମ୍ପିଆନ୍‌ ଡି. ଗୁକେଶଙ୍କ ସମେତ ୪ ଜଣ ଖେଳାଳିଙ୍କୁ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି । ଶୁକବ୍ରାର ଅନୁଷ୍ଠିତ ନ୍ୟାଶନାଲ ସ୍ପୋର୍ଟସ ସେରେମୋନିରେ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମଧ୍ୟ ଉପସ୍ଥିତ ଥିଲେ । 

ଜାନୁଆରୀ ଆରମ୍ଭରୁ ୨୦୨୪ କ୍ରୀଡ଼ା ପୁରସ୍କାର ପାଇଁ ମନୋନୀତଙ୍କ ନାମ ଖେଳ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଥିଲା । ଖେଳ ରତ୍ନ ବ୍ୟତୀତ ୩୪ ଖେଳାଳିଙ୍କୁ ୨୦୨୪ରେ ଖେଳରେ ଉକ୍ରୃଷ୍ଟ ପ୍ରଦର୍ଶନ ପାଇଁ ଅର୍ଜୁନ ଆୱାର୍ଡ ପ୍ରଦାନ କରାଯାଇଛି । ଆଥଲେଟ ସୁଚା ସିଂ ଏବଂ ମୁରଲିକାନ୍ତ ରାଜାରାମ ପେଟକରଙ୍କୁ ଅର୍ଜୁନ ଆୱାର୍ଡ ଲାଇଫଟାଇମ୍ ପୁରସ୍କାର ପାଦାନ କରାଯାଇଛି । ପୁରୁଷ ହକି ଦଳ କ୍ୟାପ୍ଟେନ୍ ହରମନପ୍ରିତ ସିଂ ଏବଂ ପାରାଅଲମ୍ପିକ ହାଇଜମ୍ପ ଗୋଲ୍ଡ ମେଡାଲିଷ୍ଟ ପ୍ରବୀଣ କୁମାରଙ୍କୁ ରାଷ୍ଟ୍ରପତି ଭବନରେ ସମ୍ମାନିତ କରାଯାଇଛି । ଉଭୟ ଟୋକିଓ ଏବଂ ପ୍ୟାରିସ ଅଲମ୍ପିକରେ ଭାଗ ନେଇଥିବା ଭାରତୀୟ ହକି ଦଳ ବ୍ରୋଞ୍ଚ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛି । ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ମୋଟ ୩୨ ଜଣ ଆଥଲେଟଙ୍କୁ ଉଭୟ ଖେଳରତ୍ନ ସମ୍ମାନିତ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.