ୱାଶିଂଟନ : ଆମେରିକାରେ ସଦ୍ୟ କରାଯାଇ ଥିବା ଏକ ସର୍ଭେରେ ଏମିତି ଏକ ରିପୋର୍ଟ ଆସିଛି, ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ଏହି ମୁତାବିକ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟଶୈଳୀ ଓ ସ୍ୱଭାବକୁ ନେଇ ଆମେରିକୀୟ ନାଗରିକଙ୍କ ମଧ୍ୟରେ ଚିନ୍ତା ବଢିବାରେ ଲାଗିଛି। Reuters ଓ Ipsos ର ମିଳିତ ସର୍ଭେରେ ଏହି କଥା ସାମ୍ନାକୁ ଆସିଛି ଯେ, ସେଠାରେ (ଆମେରିକା) ବହୁ ସଂଖ୍ୟାରେ ଲୋକେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସ୍ୱଭାବ ଓ ନିଷ୍ପତ୍ତି ନେବାର ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସର୍ଭେରେ କୁହାଯାଇଛି ଯେ, ୬୨ ପ୍ରତିଶତ ଆମେରିକୀୟ ଟ୍ରମ୍ପଙ୍କ କାର୍ଯ୍ୟକଳାପରେ ଖୁସି ନାହାନ୍ତି। ଏଥିରେ ତାଙ୍କ ପାର୍ଟିର କିଛି ରିପବ୍ଲିକାନ ମଧ୍ୟ ସାମିଲ ଅଛନ୍ତି , ଯିଏ ତାଙ୍କର ସ୍ୱଭାବ ଉପରେ ପ୍ରଶ୍ନ ଉଠାଉଛନ୍ତି। ହେଲେ , ଟ୍ରମ୍ପଙ୍କ ଆପ୍ରୁଭାଲ ରେଟିଂ ୩୬ ପ୍ରତିଶତ ଉପରେ ରହିଛି।
ସର୍ଭେରେ କୁହାଯାଇଛି ଯେ, ବହୁତ କମ୍ ଆମେରିକୀୟ ଇରାନ ଉପରେ ଆମେରିକୀୟ ଆକ୍ରମଣ କିମ୍ୱା ନାଟୋରୁ ବାହାରିବାର ଟ୍ରମ୍ପଙ୍କ ନିଷ୍ପତ୍ତିର ସମର୍ଥନ କରନ୍ତି। ଏହି ସର୍ଭେ ରିପୋର୍ଟ ସେତେବେଳେ ଆସିଛି,ଯେବେ ଟ୍ରମ୍ପ ପୋପଙ୍କ ସହ ବିବାଦରେ ଛନ୍ଦି ହୋଇଛନ୍ତି ଏବଂ ଇରାନ ଯୁଦ୍ଧରେ ମଧ୍ୟ ସେ ରଣନୀତିକ ରୂପେ ପଛେଇ ଯାଇଛନ୍ତି। ସର୍ଭେ ଅନୁସାରେ , ନିକଟବର୍ତ୍ତୀ ଦିନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆପ୍ରୁଭାଲ ରେଟିଂ ତାଙ୍କର କାର୍ଯ୍ୟକାଳର ସବୁଠୁ ନିମ୍ନ ସ୍ତରରେ ରହିଛି, କାରଣ ଇରାନ ଯୁଦ୍ଧ ଓ ପୋପ ଲିୟୋଙ୍କ ସହ ବିବାଦ ମଧ୍ୟରେ ଅନେକ ଆମେରିକୀୟ ତାଙ୍କର ସ୍ୱଭାବରେ ଖୁସି ନାହାନ୍ତି।
ସୋମବାର ଶେଷ ହୋଇଥିବା ଛଅ ଦିବସୀୟ ଜନମତ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, କେବଳ ୩୬ ପ୍ରତିଶତ ଆମେରିକୀୟ ଟ୍ରମ୍ପଙ୍କ କାମ କରିବାର ଉପାୟକୁ ପସନ୍ଦ କରୁନାହାନ୍ତି , ଯାହା ଗୋଟେ ମାସ ପୂର୍ବର ସ୍ତରରେ ତିଆରି ହୋଇଛି। ଟ୍ରମ୍ପଙ୍କୁ ତାଙ୍କର ବର୍ତ୍ତମାନର କାର୍ଯ୍ୟକାଳରେ ସବୁଠୁ ଅଧିକ ଆପ୍ରୁଭାଲ ରେଟିଂ (୪୭ ପ୍ରତିଶତ) ସେତେବେଳେ ମିଳିଥିଲା , ଯେବେ ସେ ୨୦ ଜାନୁଆରୀ , ୨୦୨୫ ରେ ପଦର ଶପଥ ନେଇଥିଲେ। ଯେବେ ୨୮ ଫେବ୍ରୁଆରୀରେ ତାଙ୍କର ପ୍ରଶାସନ ଓ ଇସ୍ରାଏଲ ଇରାନ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିଲେ। ସେବେ ଠାରୁ ହିଁ ଟ୍ରମ୍ପଙ୍କ ଉପରେ ଏହି ଚାପ ସୃଷ୍ଟି ହୋଇଛି।
ପ୍ରାୟ ୩୬ ପ୍ରତିଶତ ଆମେରିକୀୟ, ଇରାନ ବିପକ୍ଷରେ ଆମେରିକୀୟ ସୈନ୍ୟ ଆକ୍ରମଣକୁ ସମର୍ଥନ କରନ୍ତି , ହେଲେ ୧୦-୧୨ ଅପ୍ରେଲରେ କରାଯାଇ ଥିବା ସର୍ଭେରେ ଏହି ସଂଥ୍ୟା ୩୫ ପ୍ରତିଶତ ଥିଲା। ସାରାଦେଶରେ ୪,୫୫୭ ଜଣ ଆମେରିକୀୟ ବୟସ୍କଙ୍କ ଉପରେ ଅନଲାଇନ୍ କରାଯାଇ ଥିବା ତାଜା ସର୍ଭେରେ ୨ ପ୍ରତିଶତ ଅଙ୍କର ତ୍ରୁଟି ଥିବା କୁହାଯାଉଛି।
ସର୍ଭେରେ ଆଉ ମଧ୍ୟ ଜଣାପଡ଼ିଛି ଯେ ,ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟିର ଲୋକେ ମଧ୍ୟ ଟ୍ରମ୍ପଙ୍କୁ ସମର୍ଥନ ଦେବା ପ୍ରସଙ୍ଗ ଉପରେ ଦୁଇ ଭାଗ ହୋଇଛନ୍ତି। ତାଙ୍କ ପାର୍ଟିର କିଛି ସଦସ୍ୟ ୭୯ ବର୍ଷିୟ ରାଷ୍ଟ୍ରପତିଙ୍କ ସ୍ୱଭାବ ଓ ମାନସିକ ସ୍ଥିତିକୁ ନେଇ ଚିନ୍ତିତ ହୋଇଛନ୍ତି।
ଆହୁରି ମଧ୍ୟ ପଢନ୍ତୁ : ଭାରତୀୟ ଏୟାରଲାଇନ୍ସ ପାଇଁ ଏୟାରସ୍ପେସ୍ ବ୍ୟାନ୍କୁ ପୁଣି ବୃଦ୍ଧି କଲା ପାକିସ୍ତାନ , ଦୃଢ ପଦକ୍ଷେପ ନେବ ଭାରତ ?