PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ବନ୍ଦ ଡାକରା ପ୍ରଭାବ ଶୁନ୍ୟ: ମାଓଗଡ଼ରେ ଦୋକାନ ବଜାର ଖୋଲା, ଯାନ ବାହନ ଚଳାଚଳ ସ୍ୱାଭାବିକ

ମାଲକନଗିରି,୧୮।୧୧(ଆପ୍ର): ଆଜି କୋରାପୁଟ ମାଲକାନଗିରି ମାଓ ଡିଭିଜନାଲ କମିଟି ପକ୍ଷରୁ ଦୁଇଟି ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା । ମାଲକାନଗିରି ଜିଲ୍ଲାରେ ସେମାନଙ୍କ ବନ୍ଦ ଡାକରା ପ୍ରଭାବ ଶୁନ୍ୟ ହୋଇଛି। ଜିଲ୍ଲା ତଥା ରାଜ୍ୟ ଓ ଅନ୍ତରାଜ୍ୟ ର ୧୦ ଟି ରୁଟ କୁ ୧୧ ସରକାରୀ ବସ ସ୍ୱାଭାବିକ ଭାବେ ଚଳା ଚଳ କରୁଥିବା ବେଳେ ପ୍ରାୟ ୫୦ଟି ଘରୋଇ ବସ ଗୁଡିକ ସ୍ଥାନୀୟ ଜିଲ୍ଲା ର ବିଭିନ୍ନ ସ୍ଥାନ ଓ ଦୂରଗାମୀ ବସ ଗୁଡିକ ମଧ୍ୟଚାଲିଥିବାର ଦେଖାଯାଇଛି। ଏମିତି କି ମାଓଗଡ଼ଭାବେ ପରିଚିତ ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ବ,ବଡ଼ପଡା, ମାଥିଲି ବ୍ଲକସ୍ଥ ମହୁପଦର ଆଦି ମାଓପ୍ରବଣ ଅଞ୍ଚଳ କୁ ପୂର୍ବ ପରି ବସ ଓ ଅନ୍ୟନ ଯାନ ବାହନ ଚଳା ଚଳ କରୁଛି। ସରକାରୀ ବେସରକାରୀ ଅଫିସ,ଦୋକାନ ହାଟ ବଜାର ଗୁଡିକ ମଧ୍ୟ ଖୋଲା ରହିଛି। ତଥାପି ପୁଲିସ ପକ୍ଷରୁ ବିଭିନ୍ନ ମାଓ ପ୍ରବଣ ଅଞ୍ଚଳ ଗୁଡିକରେ ବିଏସଏଫ, ଡିଭିଏଫ, ଏସଓଜି ,ଜିଲ୍ଲା ପୁଲିସ ପକ୍ଷରୁ ପେଟ୍ରୋଲିଂ ଓ କୁମ୍ବିଂ ଅପରେଶନ ଜାରି ରହିବା ସହିତ ଆନ୍ଦ୍ର ଛତିଶଗଡ଼ ଓଡିଶା ସୀମାନ୍ତ ବର୍ତୀ ଅଞ୍ଚଳ ଗୁଡିକୁ ସିଲ କରିଦିଆଯାଇଛି ।

ସୂଚନାଯୋଗ୍ୟ ଯେ ଗତ ୧୦ତାରିଖ ରାତ୍ରରେ ମାଲକାନଗିରି ସୀମାନ୍ତ ବୈପାରିଗୁଡା ଥାନାସ୍ଥ ମାଳିପଦର ଜଙ୍ଗଲରେ ପୁଲିସ ମାଓବାଦୀଙ୍କ ଗୁଳିବିନିମୟରେ ଦୁଇଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି ବୋଲି ପୁଲିସ କହୁଥିବାବେଳେ ଏହା ଫେକ ଏନ କାଉଣ୍ଟର, ଏହି ଏନ କାଉଣ୍ଟରରେ ନବରଙ୍ଗ ପୁର ଓ ମାଲକାନଗିରି ଜିଲ୍ଲାରୁ ଦୁଇଜଣ ଦିନ ମଜୁରିୟା ଗରିବ ଆଦିବାସୀଙ୍କର ମୃତ୍ୟୁ ଘଟିଥିଲା । ଏହାର ଉଚ୍ଚସ୍ଥରୀୟ ତଦନ୍ତ କରି ଅପରାଧୀଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ମାଓବାଦୀମାନେ ଆଜି ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବନ୍ଦ ଡାକରା ଦେଇଥିଲେ । ସେମାନଙ୍କ ଏହି ବନ୍ଦ ଡାକରାକୁ ସେମିତି କିଏ ସମର୍ଥନ କରିବା ପରି ଜଣା ପଡୁନାହିଁ । ଯାହା ଫଳରେ ଦୁଇଟି ଜିଲ୍ଲାରେ ସେମାନଙ୍କ ବନ୍ଦ ଡାକରା ପ୍ରଭାବ ଶୁନ୍ୟ ହୋଇପଡିଛି।