ମୁମ୍ବାଇ,୧୭/୦୬; ମହାରାଷ୍ଟ୍ର ରାଜନୀତିରେ ମହାଡ୍ରାମା । ମହାରାଷ୍ଟ୍ରରେ 'ଅପରେସନ୍ ଟାଇଗର'କୁ ନେଇ ରଜନୀତି ସରଗମର ହୋଇଉଠିଛି । ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଉଦ୍ଧବ ଠାକରେଙ୍କ ଶିବସେନା (ୟୁଟିବି)ର କିଛି ସାଂସଦ ଖୁବଶୀଘ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀରେ ସାମିଲ ହେବାକୁ ଯାଉଛନ୍ତି । କିଛି ଶିବସେନା (ସଂଯୁକ୍ତ) ସାଂସଦ ଦଳ ଛାଡିବା ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ, ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ବିଦ୍ରୋହୀ ନେତାଙ୍କୁ ଟାର୍ଗେଟ୍ କରିଛନ୍ତି । ମହାରାଷ୍ଟ୍ର ରାଜନୀତି ଏବେ ଦିଲ୍ଲୀରେ ପହଞ୍ଚିଛି । ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ । ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଯଦି କେହି ସାଂସଦ ପାର୍ଟି ଛାଡି ଯାଆନ୍ତି ତେବେ ତାଙ୍କୁ ଛାଡିବୁନି । ସାଂସଦଙ୍କୁ ଯେତେ ବି କାର୍ଯ୍ୟକର୍ତ୍ତାଙ୍କ ରକ୍ତ-ଝାଳ ବୁହାଇଛନ୍ତି ତାଙ୍କୁ ଛଡାଯିବନାହିଁ । ଏବେ ପର୍ଯ୍ୟନ୍ତ ସାଂସଦ ଆମ ସହିତ ଅଛନ୍ତି । ଶିବସେନା ୟୁଟିବି ପାର୍ଟି ବିଦ୍ରୋହ ଭିତରେ ପାର୍ଟି ଦାବି କରିଛି କି, ସାଂସାଦଙ୍କୁ କିଣିବାକୁ ୫୦କୋଟି ଅଫର ଦିଆଯାଇଥିଲା । ୧୫ କୋଟି ଆଡଭାନ୍ସରେ ଦିଆଯାଇଛି ।

ସାଂସଦଙ୍କୁ ମିଳିଛି ୫୦ କୋଟିର ଅଫର- ସାଂସଦ ସଞ୍ଜୟ ରାଉତ ଦାବି କରିଛନ୍ତି କି, ସାଂସଦଙ୍କୁ ଦଳ ପରିବର୍ତ୍ତନ ପାଇଁ ୫୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଥିଲା । ସାଂସଦଙ୍କୁ ୧୫ କୋଟି ଟଙ୍କା ଆଗୁଆ ଦିଆଯାଇଥିଲା । ଦିଲ୍ଲୀରୁ ସାଂସଦମାନଙ୍କୁ ଆଣିବାକୁ ଏକ ଘରୋଇ ଜେଟ୍ ପଠାଯାଇଥିଲା । ପୁଣେ ଏବଂ ନାନ୍ଦେନ ସମେତ ୩ଟି ସ୍ଥାନକୁ ୩ଟି ଘରୋଇ ଜେଟ୍ ପଠାଯାଇଥିଲା । ସଞ୍ଜୟ ରାଉତ ଆହୁରି କହିଛନ୍ତି, ଆମେ ସାଂସଦମାନଙ୍କୁ ଟିକେଟ ଦେଇଥିଲୁ ଏବଂ ସେମାନଙ୍କ ଦକ୍ଷତା ଅନୁସାରେ ସେମାନଙ୍କୁ ଟଙ୍କା ଦେଇଥିଲୁ । ଯେଉଁ ସାଂସଦଙ୍କ ନାମ ସାମ୍ନାକୁ ଆସିଛି ଏବଂ ସେମାନେ ସିନ୍ଦେ ଗୋଷ୍ଠୀରେ ଯୋଗଦେବାର ରିପୋର୍ଟ ଆସିଛି ସେମାନେ ଦଳ ଛାଡିବା ପୂର୍ବରୁ ଇସ୍ତଫା ଦିଅନ୍ତୁ । ବିଦ୍ରୋହୀ ସାଂସଦଙ୍କୁ ଖୋଲା ଚେତାବନୀ ଦେଇ ସଞ୍ଜୟ ରାଉତ କହିଛନ୍ତି, ଯଦି ସେମାନେ ଅଲଗା ହୁଅନ୍ତୁ, ତେବେ ଆମେ ସେମାନଙ୍କୁ ଛାଡିବୁ ନାହିଁ ।

ଏହା ବି ପଢନ୍ତୁ...ଭବାନୀପୁରରୁ ପରାଜୟ ସ୍ବୀକାର କରୁନାହାନ୍ତି ମମତା ବାନାର୍ଜୀ, ଫଳାଫଳ ନେଇ ହାଇକୋର୍ଟରେ ଦେଲେ ଚ୍ୟାଲେଞ୍ଜ  

ଆସନ୍ତା ୧୯ ତାରିଖରେ ଶିବସେନାର ପ୍ରତିଷ୍ଠା ଦିବସରେ ଏହି ସାଂସଦମାନେ ପ୍ରଥମେ ଏକ ପୃଥକ ମେଣ୍ଟ ଗୋଷ୍ଠୀରେ ମିଶିବେ । ସେହିଭଳି ୧୬ ଜଣ ଜଣ ବିଧାୟକ ମଧ୍ୟ ଉଦ୍ଧବଙ୍କ ହାତ ଛାଡିବାର ସମ୍ଭାବନା ରହିଛି । ଗତ କିଛି ଦିନ ହେଲା ସମଗ୍ର ରାଜ୍ୟ ରାଜନୀତିରେ ଏଭଳି ଚର୍ଚ୍ଚା ଲାଗି ରହିଛି । ଏପରିକି ସିନ୍ଦେ ସେନାର ନେତାମାନେ ମଧ୍ୟ ଉଦ୍ଧବ ସେନାର ସାଂସଦଙ୍କ ସହ ନିୟମିତ ଯୋଗାଯୋଗରେ ରହିଥିବା ନେଇ ସୂଚନା ଦେଇଛନ୍ତି । ଉଦ୍ଧବଙ୍କ ଗୋଷ୍ଠୀରେ ଏବେ ୯ ଜଣ ସାଂସଦ ଅଛନ୍ତି । ସେଥିରେ ବିଭାଜନ ଆଶଙ୍କା କରି ଉଦ୍ଧବ ଗତ ରବିବାର ବାନ୍ଦ୍ରା ଇଷ୍ଟରେ ଥିବା ନିଜ ବାସଭବନ ମାତୋଶ୍ରୀରେ ସାଂସଦମାନଙ୍କ ବୈଠକ ଡାକିଥିଲେ । ସେଥିରେ ସମସ୍ତ ୯ ଜଣ ସାଂସଦ ପ୍ରତ୍ୟକ୍ଷ ଭାବେ କିମ୍ବା ଭର୍ଚୁଆଲରେ ସାମିଲ ହୋଇଥିଲେ ।