ଭୁବନେଶ୍ବର, ୧୭/୦୬: ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗ । ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବୈଠକରେ ଗଣଶିକ୍ଷା ସଚିବ ଏନ୍.ଥିରୁମାଲା ନାୟକ, ଓସେପା ନିର୍ଦ୍ଦେଶକ ଅନନ୍ୟ ଦାସ, SCERT ନିର୍ଦ୍ଦେଶକ ମଧୁସ୍ମିତା ସାହୁ ଉପସ୍ଥିତ ।

ମୁଖ୍ୟମନ୍ତ୍ରୀ ବୈଠକ ଭିତରେ ଲୋକସେବା ଭବନରେ ପହଁଚିଲା ତ୍ରୁଟି ଥିବା ପାଠ୍ୟ ପୁସ୍ତକ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ୧୬୭୮ଟି ତ୍ରୁଟି ଦେଖିବାକୁ ମିଳିଛି । କେଉଁଠି ବନାନ ଭୁଲ ତ ଆଉ କେଉଁଠି ମହାପୁରୁଷଙ୍କ ଫଟୋ ଭୁଲ୍ ଭାବେ ଛପା ଯାଇଛି । ଓଡ଼ିଶା ବିଧାନସଭା ଚିତ୍ର ବଦଳରେ ରହିଛି କର୍ଣ୍ଣାଟକ ବିଧାନସଭାର ଚିତ୍ର । ଅଷ୍ଟମ ଶ୍ରେଣୀ ବହିରେ ରହିଛି ସର୍ବାଧିକ ୭୦୫ଟି ଭୁଲ୍ । ପିଲାଙ୍କ ପଢ଼ା ବହିରେ ଏତେ ପରିମାଣରେ ତ୍ରୁଟି କେମିତି ହେଲା ? ଏହାକୁ କେହି କେମିତି ଦେଖିଲେ ନାହିଁ ? କେମିତି ଏହି ତ୍ରୁଟି ସଂଶୋଧନ କରାନଯାଇ ବହି ଛପାହେଲା । ଛପା ହେବା ପରେ ଭୁଲ୍ ଥାଇ ବି ବହିଗୁଡ଼ିକ କେମିତି ବଣ୍ଟା ଗଲା ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ । ଏହାକୁ ନେଇ ବିରୋଧୀ ଦଳ ମାନେ ସରକାରଙ୍କୁ ଘେରିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି ।..

ଅଧିକ ପଢନ୍ତୁ- Pension Disbursement : ୪ ଲକ୍ଷ ହିତାଧିକାରୀଙ୍କ ପାଖକୁ ଗଲାଣି ଭତ୍ତା, ଖୁବଶୀଘ୍ର ବକେୟା ଲୋକଙ୍କ ଆକାଉଣ୍ଟକୁ ଯିବ ଟଙ୍କା