ପ୍ରମୂଖ ଖବର
  • ପାରାଦୀପ ବନ୍ଦରରେ ସିବିଆଇ ଚଢ଼ାଉ, ପୋର୍ଟ ପ୍ରଶାସନ ବିଲ୍ଡିଂରେ ୪ ଜିଣିଆ ଟିମ୍‌ର ଖୋଳତାଡ
  • ||
  • କଟକ : ମହାନଦୀ ପଠାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ର ବିଜାପୁରରେ ଏନ୍‌କାଉଣ୍ଟର, ସୁରକ୍ଷାବାହିନୀ ଗୁଳିରେ ୨୨ ନକ୍ସଲ ସଫା, ଜଣେ ଯବାନ ସହିଦ୍
  • ||
  • ନୟାଗଡ଼ରେ ଅଭାବନୀୟ ଘଟଣା, ଶୌଚାଳୟରେ ପ୍ରସବ କଲେ ଯୁକ୍ତ ୩ ଛାତ୍ରୀ
  • ||
  • ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହୋହାଲ୍ଲା, ୧୨ଟା ଯାଏଁ ଗୃହ ମୁଲତବୀ
  • ||
  • ଗଜପତି: ଦୁଇ ବ୍ୟବସାୟୀଙ୍କ ଭାଇଙ୍କ ଘରେ ଆଇଟି ଚଢ଼ାଊ, ଆୟକର ବିଭାଗ ୧୨ ଅଧିକାରୀ ସାମିଲ୍
  • ||
  • ସମ୍ବଲପୁର: ପିଲାଙ୍କ ଭବିଷ୍ୟତ ସହିତ ସାଙ୍ଘାତିକ ଖେଳ, ପରୀକ୍ଷା ପୂର୍ବରୁ ୟୁଟ୍ୟୁବରେ ଘୂରି ବୁଲୁଛି ୭ମ ଏବଂ ୮ମ ପ୍ରଶ୍ନପତ୍ର
  • ||
  • ବୌଦ୍ଧ : ୧୨ କ୍ଵିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର ଆର୍ଥିକ ଅନିୟମିତତା ମାମଲା : ରାଜା ଚକ୍ରଙ୍କ ସହଯୋଗୀ ସମୀର ଜେନା
  • ||
  • ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍‌ ଇଣ୍ଡିଆର ଏଟିଏମ୍‌ ତାଡି ନେଲେ ଦୁର୍ବୃତ୍ତ, ଜେସିବି ମାଲିକ ଅଟକ
  • ||
  • ତାତିରେ ବ୍ରେକ୍ ଲଗାଇବ କାଳବୈଶାଖୀ, ଆଜି ୬ ଜିଲ୍ଲାରେ ବର୍ଷା, ପବନ ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି
  • ||

ଜାମଝୋର ରାସ୍ତା କଡରେ ମାଓ ପୋଷ୍ଟର

Published By : Prameya | February 11, 2025 8:38 PM

ବାଲିଗୁଡା, ୧୧।୨ : କୋଟଗଡ ଥାନା ଜାମଝୋର ରାସ୍ତାକଡରେ ପୁଣି ଲାଗିଲା ମାଓବାଦୀ ପୋଷ୍ଟର। ଜାମଝୋର ଗାଁ ଛକ ଏସଏସ-୫ ମୁଖ୍ୟ ରାସ୍ତା କଡରେ ଗାଁ କଲ୍ୟାଣ ସମିତିର ହୋର୍ଡିଂ ଉପରେ ୩ଟି ପୋଷ୍ଟର  ମାଓବାଦୀ ମାରିଛନ୍ତି।  ପୁଲିସର ମିଛ ପ୍ରଚାରରେ ଭ୍ରମିତ ନ ହେବାକୁ ସେ  ଆହ୍ବାନ ଦେଇଛନ୍ତି।  ଜଳ, ଜଙ୍ଗଲ, ଜମି, ଶିକ୍ଷା, ରୋଜଗାର ମୌଳିକ ସୁବିଧା ପାଇଁ  ଭିକ୍ଷା‌ ନୁହେଁ ସଂଘର୍ଷର ପଥ ଆପଣେଇବା ସହ  ଇଜ୍ଜତର ସହ ବଞ୍ଚିବାକୁ ପୋଷ୍ଟରରେ ଉଲ୍ଲେଖ ଅଛି।

ଏହା ବ୍ୟତୀତ କୁଇ ସମା, ପୂର୍ବରୁ କୁଇକୂଳ ସମିତି ନାମରେ ଲାଗିଥିବା ପୋଷ୍ଟରକୁ ବିରୋଧ କରାଯାଇଛି। ମେଟଲାର ମୃତ୍ୟୁ ପାଇ ପୁଲିସକୁ ଦାୟୀ କରି ମାଓବାଦୀ ଆଦିବାସୀ ବିରୋଧୀ ନୁହେଁ ବୋଲି ପୋଷ୍ଟରରେ ଉଲ୍ଲେଖ ଅଛି।  ସୋମବାର ରାତିରେ   ଏହି ମାଓ ପୋଷ୍ଟର ବା.ଘୁ.ନା ସିପିଆଇ ମାଓବାଦୀ ଉଲ୍ଲେଖ କରି ଲେଖା ହୋଇଛି।  ପୋଲିସ, ସୁରକ୍ଷାବଳ ପୋଷ୍ଟର ନ କାଢିଥିବାରୁ ଜନସାଧାରଣ ଭୟଭୀତ ହୋଇପଡିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.