ବାଲିଗୁଡା, ୧୧।୨ : କୋଟଗଡ ଥାନା ଜାମଝୋର ରାସ୍ତାକଡରେ ପୁଣି ଲାଗିଲା ମାଓବାଦୀ ପୋଷ୍ଟର। ଜାମଝୋର ଗାଁ ଛକ ଏସଏସ-୫ ମୁଖ୍ୟ ରାସ୍ତା କଡରେ ଗାଁ କଲ୍ୟାଣ ସମିତିର ହୋର୍ଡିଂ ଉପରେ ୩ଟି ପୋଷ୍ଟର  ମାଓବାଦୀ ମାରିଛନ୍ତି।  ପୁଲିସର ମିଛ ପ୍ରଚାରରେ ଭ୍ରମିତ ନ ହେବାକୁ ସେ  ଆହ୍ବାନ ଦେଇଛନ୍ତି।  ଜଳ, ଜଙ୍ଗଲ, ଜମି, ଶିକ୍ଷା, ରୋଜଗାର ମୌଳିକ ସୁବିଧା ପାଇଁ  ଭିକ୍ଷା‌ ନୁହେଁ ସଂଘର୍ଷର ପଥ ଆପଣେଇବା ସହ  ଇଜ୍ଜତର ସହ ବଞ୍ଚିବାକୁ ପୋଷ୍ଟରରେ ଉଲ୍ଲେଖ ଅଛି।

ଏହା ବ୍ୟତୀତ କୁଇ ସମା, ପୂର୍ବରୁ କୁଇକୂଳ ସମିତି ନାମରେ ଲାଗିଥିବା ପୋଷ୍ଟରକୁ ବିରୋଧ କରାଯାଇଛି। ମେଟଲାର ମୃତ୍ୟୁ ପାଇ ପୁଲିସକୁ ଦାୟୀ କରି ମାଓବାଦୀ ଆଦିବାସୀ ବିରୋଧୀ ନୁହେଁ ବୋଲି ପୋଷ୍ଟରରେ ଉଲ୍ଲେଖ ଅଛି।  ସୋମବାର ରାତିରେ   ଏହି ମାଓ ପୋଷ୍ଟର ବା.ଘୁ.ନା ସିପିଆଇ ମାଓବାଦୀ ଉଲ୍ଲେଖ କରି ଲେଖା ହୋଇଛି।  ପୋଲିସ, ସୁରକ୍ଷାବଳ ପୋଷ୍ଟର ନ କାଢିଥିବାରୁ ଜନସାଧାରଣ ଭୟଭୀତ ହୋଇପଡିଛନ୍ତି।