ବୌଦ୍ଧ,୬/୨: ବୌଦ୍ଧଜିଲ୍ଲା ପୁଲିସ ବଡ ସଫଳତା ମିଳିଛି । ପୁଲିସ ପକ୍ଷରୁ ଗତ ୫ ଦିନ ମଧ୍ୟରେ ବିଭିନ୍ନ ଥାନା ଅଂଚଳରେ ଚଢ଼ାଉ କରାଯାଇ ୧୫୦୪୦ କେଜି ଗଂଜେଇ ଜବତ କରାଯାଇଥିବା ବେଳେ ୩ଟି ୩ ଚକିଆ ଯାନ ଜବତ କରାଯାଇଛି । ଏହି ମାମଲାରେ ପୁଲିସ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବୌଦ୍ଧ ଆରକ୍ଷୀ ଅଧିକ୍ଷକ ରାହୁଲ ଗୋୟଲ ଏକ ସାମ୍ବାଦିକ ସମ୍ବିଳନିରେ ପ୍ରକାଶ କରିଛି ।
ପୁଲିସ ଗତ ଗତ ୩୧ ତାରିଖରୁ ୫ ତାରିଖ ମଧ୍ୟରେ ବୌଦ୍ଧ ଥାନା, ମନମୁଣ୍ଡା ତାନା, କାମାଳ ଥାନା, ଘାପଡା ଥାନା, ବାଉଁଶୁଣୀ ଥାନା ଅଂଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଏହିସବୁ ଅଂଚଳରୁ ୧୫ ଟନରୁ ଉର୍ଦ୍ଧ୍ୱ ଗଂଜେଇ ଜବତ କରାଯାଇଥିବା ବେଳେ ୧ଟି ଟାଟା ପିକପ୍, ୧ଟି ଟ୍ରକ, ୧ଟି ଇନୋଭା ଏବଂ ୨ଟି ବାଇକ କୁ ଜବତ କରିଯାଇଛି । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୧୫ କୋଟିରୁ ହେବ ବୋଲି ଅନୁମାନ କରାଯାଇଛି । ଏହି ମାମଲାରେ ୪ ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଏସପି ଶ୍ରୀ ଗୋୟଲ ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସାର୍ଥକ ରାୟ, ବୌଦ୍ଧ ଥାନା ଅଧିକାରୀ ନଳିନୀକାନ୍ତ ଦାସ ଉପସ୍ଥିତ ଥିଲେ ।
ଏହାସହ ପଢ଼ନ୍ତୁ : କନ୍ଧମାଳ ପୁଲିସକୁ ବଡ଼ ସଫଳତା, ଆତ୍ମସମର୍ପଣ କଲେ ୪ ହାର୍ଡକୋର ମାଓବାଦୀ