ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ରାତି ପାହିଲେ ପ୍ରଥମାଷ୍ଟମୀ, ହଳଦୀପତ୍ର ମହକୁଛି ବଜାର

Published By : Harapriya Sethi | November 22, 2024 11:25 AM

ଭୁବନେଶ୍ୱର,୨୨/୧୧: ରାତି ପାହିଲେ ପ୍ରଥମାଷ୍ଟମୀ । ସେଥିପାଇଁ ରାସ୍ତାଘାଟ ମହକିଲାଣି ହଳଦୀପତ୍ରରେ । ପ୍ରଥମାଷ୍ଟମୀରେ ହଳଦୀ ପତ୍ର ଏଣ୍ଡୁରି ପିଠା କରିବା ପରମ୍ପରା ଆଜି ବି ସେମିତି ଅକ୍ଷୁର୍ଣ୍ଣ ରହିଛି । ସେଥିପାଇଁ ରାଜଧାନୀର ହାଟ ବଜାରରେ ପସରା ମେଲିଛି ହଳଦୀପତ୍ର । କିଏ ବିଡ଼ାଏ ହଳଦୀ ପତ୍ର ୧୦ ଟଙ୍କା ବିକୁଛି ତ କିଏ ତିନି ବିଡ଼ାକୁ ୨୦ ଟଙ୍କା ।

ଆସନ୍ତା ୨୩ ତାରିଖ ହେଉଛି ପ୍ରଥମାଷ୍ଟମୀ । ମାର୍ଗଶିର ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ କୁହାଯାଏ । ଏହି ପର୍ବ ମାମୁଁ ଘର ସହିତ ଜଡ଼ିତ । ଘରର ପ୍ରଥମ ସନ୍ତାନକୁ ପଢ଼ୁଆଁ କରିବା ଲାଗି ମାମୁ ନୂଆ ପୋଷାକ, ପିଠା, ବିଭିନ୍ନ ଫଳ ଓ ପୂଜା ସାମଗ୍ରୀ ଭଉଣୀ ଘରକୁ ନେଇ ଯାଇଥନ୍ତି । ଏହି ଅବସରରେ ବଡ଼ ସନ୍ତାନମାନଙ୍କୁ ଷଠୀଦେବୀଙ୍କ ନିକଟରେ ବନ୍ଦାପନା ସହ ପୂଜା ମଧ୍ୟ କରାଯାଏ । ସେଥିପାଇଁ ବଜାରରେ ନୂଆ ବିରି, ନୂଆ ଚାଉଳ, ମୂଳା, ପିଢାରେ ଦେବା ପାଇଁ ଆଖୁ, ଗେଣ୍ଡୁଫୁଲ, ଫଳର ପସରା ମେଲିଛି ।


ଏହାବାଦ୍‌ ପୋଷାକ ବଜାରରେ ଗହଳି କିଛି କମ ନାହିଁ । ଦିନତମାମ ରାଜଧାନୀର ପ୍ରାୟ ସପିଙ୍ଗ୍‌ ମଲ୍‌, ପୋଷାକ ଦୋକାନ, ମାର୍କେଟ୍‌ ବିଲ୍ଡିଂ ରାସ୍ତା କଡ଼ ଦୋକାନରେ ଭିଡ଼ ଜମୁଛି । ହଳଦୀପତ୍ର ବେପାରୀମାନେ କୁହନ୍ତି ହଳଦୀପତ୍ର ଟିକେ ଶୁଖିଗଲେ ପିଠାରେ ତା'ର ବାସ୍ନା ଅଧିକ ଆସିଥାଏ । ବଜାରରେ ମୁଖ୍ୟତଃ ହଳଦୀପତ୍ର ବିଡ଼ା ଦର ୧୦ ଟଙ୍କାରୁ ଆରମ୍ଭ ହୋଇଯାଉଛି । ଯେଉଁଥିରେ ୯ରୁ ୧୦ଟି ପତ୍ର ରହୁଛି । ରାଜଧାନୀକୁ ହଳଦୀପତ୍ର ମୁଖ୍ୟତଃ ନୟାଗଡ଼, ଜଗସିଂହପୁର, ଗଞ୍ଜାମ, କାକଟପୁର, ଅନୁଗୁଳ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଭଦ୍ରକ, କନ୍ଧମାଳ ଆଦି ସ୍ଥାନରୁ ଆସୁଛି ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.