PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ , ଗୁଳିମାଡ଼ ପରେ ତାଙ୍କୁ ଭୁବନେଶ୍ୱରରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା
  • ||
  • ମାଲକାନଗିରି : ମାଓଗଡ଼ରେ ସରକାରଙ୍କ ପକ୍ଷରୁ ୨୦୦ ଗରିବ ଆଦିବାସୀଙ୍କୁ ମୋବାଇଲ ଫୋନ ବଣ୍ଟନ
  • ||
  • ପାକିସ୍ତାନରେ ପୁଣି ମହଙ୍ଗା ମାଡ଼, ପେଟ୍ରୋଲ-ଡିଜେଲ ଦାମରେ ୩୫ ଟଙ୍କା ବୃଦ୍ଧି
  • ||
  • ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼: ଛାତିରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ ନିଆଯାଉଛି ହସ୍ପିଟାଲ
  • ||
  • ହକି ବିଶ୍ୱକପ୍‌: ସୁପର ସଣ୍ଡେରେ ଫାଇନାଲ୍ ଫାଇଟ୍, ବେଲଜିୟମ-ଜର୍ମାନୀ ମଧ୍ୟରେ ଟାଇଟଲ ଟକ୍କର
  • ||
  • ଭୂକମ୍ପରେ ଥରିଲା ଇରାନ୍, ୭ ମୃତ, ୪୦୦ରୁ ଅଧିକ ଆହତ
  • ||
  • ମୟୂରଭଞ୍ଜ: ହାତୀମୃତ ଦେହ ମିଳିବା ଘଟଣାରେ ୪ ଶିକାରୀ ଗିରଫ, ୨ ହାତୀଦାନ୍ତ ଜବତ…
  • ||
  • ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି: ଭାରତ ପାଇଁ ‘କର ବା ମର’, ସିରିଜ ଜିତି ସ୍ୱଦେଶ ଫେରିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱର: ଫେବ୍ରୁଆରୀ ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ! ସଜେଇ ହେଉଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
  • ||
  • ଭୁବନେଶ୍ୱର: ଚିନାବାଦାମ ଚାଷର ନୂତନ ଜ୍ଞାନକୌଶଳ ଶିଖିବେ ଓଡ଼ିଆ କୃଷକ, ୮୦ ଚାଷୀଙ୍କୁ ଗୁଜରାଟ ପଠାଇଲା ସୋଆ
  • ||

ବିବାହିତ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ସ୍ୱାମୀ ଥାନାରେ ଅଟକ

ମାଲକାନଗିରି/କାଲିମେଳା,୯।୧୨: ବିବାହିତା ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ସନ୍ଦେହଜନକ ଅବସ୍ଥାରେ ପୁଲିସ ମହିଳାଙ୍କ ମୃତ ଦେହ ଉଦ୍ଧାର କରିବା ସହ ସ୍ୱାମୀଙ୍କୁ ଥାନାରେ ଅଟକ ରଖିଛି। ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମ୍. ପି. ଭି-୮୩ ଗ୍ରାମରେ। ମୃତକ ଜଣକ  ହେଉଛନ୍ତି ବିବାହିତା ମହିଳା କରୁଣା ସର୍ଦାର। ଏନେଇ  ମୃତ ମହିଳାଙ୍କ ପରିବାର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ ହୋଇଛିl

ଗତ ଚାରି ବର୍ଷ ତଳେ  ଏମ୍. ପି. ଭି-୮୩ ଗ୍ରାମର  ଦେବବ୍ରତ ସର୍ଦାରଙ୍କୁ ବିବାହ କରିଥିଲେ ଏମ ପି ଭି ୧୧୩ ଗ୍ରାମର କରୁଣା ସର୍ଦ୍ଦାର l ପୂର୍ବରୁ ଶାଶୁ ଘରେ ଗଣ୍ଡଗଳ ହେଉଥିବା କଥା କରୁଣାଙ୍କ ବାପ ଘର ଲୋକ କହିଛନ୍ତି l ବାପ ଘର ଲୋକ ବହୁତ ଥର ବୁଝାସୁଝା କରି ତାଙ୍କୁ ଶଶ୍ୱୁର ଘରକୁ ପଠେଇଥିବା ବେଳେ ଗତ କିଛି ଦିନ ତଳେ ମଧ୍ୟ କୌଣସି କାରଣକୁ ନେଇ ସେ ଘରକୁ ଚାଲିଯାଇଥିଲେl ପରେ ତାଙ୍କୁ ବୁଝାସୁଝା କରି ଶଶୁ ଘରକୁ ପଠେଇ ଥିବା ବେଳେ  ଗତ କାଲି ସନ୍ଧ୍ୟା  ସମୟରେ ହତ୍ୟା କରାଯାଇଥିବା କହିଛନ୍ତି ପରିବାର ଲୋକେ l

ସୂଚନା ପାଇ ଘଟଣା ସ୍ଥଳରେ ମୋଟୁ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଏହା ପ୍ରକୃତରେ ହତ୍ୟା ନା ଆତ୍ମହତ୍ୟା ତଦନ୍ତ ପରେ ଜଣାଯିବ କହିଛନ୍ତି ମୋଟୁ ଥାନା ଭାରପ୍ରାପ୍ତ ଅଧିକାରୀ ଅଶୋକ କୁମାର ବିଶୋଇ।