PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ମଙ୍ଗଳଙ୍କ ରାଶି ପରିବର୍ତ୍ତନ, ଏହି ୪ରାଶି ବ୍ୟକ୍ତିଙ୍କର ହେବ ଭାଗ୍ୟୋଦୟ

ନୂଆଦିଲ୍ଲୀ ୨୦/୦୬: ମଙ୍ଗଳଙ୍କୁ ସମସ୍ତ ଗ୍ରହର ସେନାପତି ବୋଲି କୁହାଯାଏ। ମଙ୍ଗଳଙ୍କୁ ଶକ୍ତି, ଭାଇ, ଭୂମି, ସାହସ, ପରାକ୍ରମ ଏବଂ ବୀରତାର କରାକ ଗ୍ରହ ବୋଲି କୁହାଯାଏ। ମଙ୍ଗଳ ଗ୍ରହ ମେଷ ଏବଂ ବିଛା ରାଶିର ସ୍ୱାମୀ। ଏହା ମକର ରାଶିରେ ଉଚ୍ଚ ହୋଇଥିବାବେଳେ କର୍କଟର ନୀଚ ରାଶି। ମଙ୍ଗଳ ଜୁନ୍ ୨୭ରେ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳଙ୍କୁ ବିଶେଷ ସ୍ଥାନ ଦିଆଯାଇଛି। ମଙ୍ଗଳଙ୍କ ରାଶି ପରିବର୍ତ୍ତନ ହେତୁ କେତେକ ରାଶିର ବ୍ୟକ୍ତି ଭାଗ୍ୟଦୋୟ ହେବ। ଆସନ୍ତୁ ଜାଣିବା ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ ଦ୍ୱାରା କେଉଁ ରାଶିର ବ୍ୟକ୍ତି ଶୁଭ ଫଳାଫଳ ପାଇବେ।

ମିଥୁନ : ଆତ୍ମବିଶ୍ୱାସ ବୃଦ୍ଧି ପାଇବେ। ଚାକିରିରେ ଇନ୍ନତି ହୋଇପାରେ। ବ୍ୟବସାୟ ବିସ୍ତାର ହୋଇପାରେ । ପିତାଙ୍କ ସମର୍ଥନ ପାଇବେ। ଧନ ଲାଭ ହେବ, ଯେଉଁଥିପାଇଁ ଆର୍ଥିକ ପକ୍ଷ ମଜବୁତ ହେବ। ବିବାହିତ ଜୀବନ ସୁଖମୟ ହେବ। ଶିକ୍ଷା କ୍ଷେତ୍ର ସହିତ ଜଡିତ ଲୋକଙ୍କ ପାଇଁ ଏହି ସମୟ ଶୁଭ ହେବ। ଆପଣ ଏହି ସମୟରେ ଏକ ନୂତନ କାର୍ଯ୍ୟ ଆରମ୍ଭ କରିବେ।

କର୍କଟ : ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ। ଟଙ୍କା ସ୍ଥିତିରେ ଉନ୍ନତି ଆସିବ। ଆତ୍ମବିଶ୍ୱାସୀ ବଢିବ। ଚାକିରି ଏବଂ ବ୍ୟବସାୟ ପାଇଁ ସମୟ ଶୁଭ ରହିବ। ପରିବାର ସଦସ୍ୟଙ୍କ ସମର୍ଥନ ରହିବ। ଙ୍ଗମାନଙ୍କ ସହିତ ସମୟ ବିତାଇବେ। ଶିକ୍ଷା କ୍ଷେତ୍ର ସହିତ ଜଡିତ ଲୋକମାନଙ୍କ ପାଇଁ, ଏହି ସମୟ କୌଣସି ବରଦାନ ଠାରୁ କମ୍ ହେବ ନାହିଁ।  ସବୁ ସ୍ଥାନରୁ ଲାଭ ପାଇବେ।

ବିଛା : ଆପଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିବେ। ଚାକିରିରେ ଅଗ୍ରଗତିର ରାସ୍ତା ଖୋଲାଯିବ। ଧନ ଲାଭ ହେବ, ଯାହା ଆର୍ଥିକ ସମସ୍ୟାରୁ ମୁକ୍ତି ଦେବ। ଜୀବନସାଥୀଙ୍କ ସହିତ ସମୟ ବିତାଇବେ। ବିବାହିତ ଜୀବନ ସୁଖମୟ ହେବ।

ଧନୁ : ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିବ। ମାନସିକ ଶାନ୍ତି ରହିବ। ଜଣେ ବନ୍ଧୁଙ୍କ ସାହାଯ୍ୟରେ, ଆପଣ ନିଜର ଆୟ ବୃଦ୍ଧି କରିବାର ଏକ ମାଧ୍ୟମ ହୋଇପାରିବ। ଆର୍ଥିକ ପକ୍ଷ ମଜବୁତ ହେବ। ବିବାହିତ ଜୀବନ ସୁଖୀ ହେବ।