ନୂଆଦିଲ୍ଲୀ,୪।୬: ଭାରତରେ ପ୍ରତିଦିନ ଲକ୍ଷାଧିକ ସଂଖ୍ୟାରେ କାର ଉପଯୋଗ କରାଯାଉଛି। ଏହାକୁ କୌଣସି ଅନ୍ୟ ସ୍ଥାନକୁ ଯିବା ପାଇଁ ବ୍ୟବହାର କରାଯାଏ। ଯେଉଁ କାରଣରୁ କୋଟି କୋଟି ଲିଟର ପେଟ୍ରୋଲ ଖର୍ଚ୍ଚ ହୁଏ ଓ ପ୍ରଦୂଷଣର କାରଣ ପାଲଟିଥାଏ। ଏବେ ମହଙ୍ଗା ପେଟ୍ରୋଲ ଓ ପ୍ରଦୂଷଣକୁ କମ୍ କରିବା ପାଇଁ ଦେଶର ପ୍ରଥମ ଫ୍ଲେକ୍ସ ଫୁଏଲ୍ ଟେକ୍ନୋଲୋଜି କାର ଗୁରୁବାର ଲଞ୍ଚ କରାଯାଇଛି। ମାରୁତି ଏବେ ଫ୍ଲେକ୍ସ ଫୁଏଲ ଟେକ୍ନୋଳୋଜି ସହ ଭାରତୀୟ ବଜାରକୁ ଏକ ଗାଡି ଲଞ୍ଚ କରିଛି।
ବାହାନ ନିର୍ମାତା କମ୍ପାନୀ ମାରୁତି ପକ୍ଷରୁ ଫ୍ଳେକ୍ସ ଫୁଏଲ କାରକୁ ଔପଚାରିକ ଭାବରେ ଲଞ୍ଚ କରାଯାଇଛି। ନୂଆ ଟେକ୍ନୋଲୋଜି ସାହାଯ୍ୟରେ ଏବେ ଦେଶରେ ମହଙ୍ଗା ପେଟ୍ରୋଲରେ ଚାଲୁଥିବା କାରର ସଂଖ୍ୟା ଓ ପ୍ରଦୂଷଣରେ ଅଭାବ ହୋଇପାରେ। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକାରୀ ଦେଶର ପ୍ରଥମ ଫ୍ଲେକ୍ସ ଫୁଏଲ କାରକୁ ଭାରତରେ ଲଞ୍ଚ କରିଛନ୍ତି। ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ପୁରୀ ମଧ୍ୟ ଉପସ୍ତିତ ଥିଲେ।
ମାରୁତି ୱାଗନଆର ଆରକୁ ଫ୍ଲେକ୍ସ ଫୁଏଲ୍ ଟେକ୍ନୋଳୋଜି ସହିତ ଅଫର କରାଯାଇଛି। ଯାହାଫଳରେ ଏହି କାରକୁ ପୁରାପୁରି ଇଥାନଲ୍ରେ ଚଳାଯାଇ ହେବ। ଏହି କାରରେ ୮୫ ରୁ ୧୦୦% ପର୍ଯ୍ୟନ୍ତ ଇଥାନଲ୍ ବ୍ୟବହାର କରିହେବ। ଯାହାଫଳରେ ଗାଡିରେ ପେଟ୍ରୋଲର ଉପଯୋଗ କରିହେବନି। ଏହା ପୂର୍ବରୁ ଦେଶର ପଥମ ଫ୍ଲେକ୍ସ ଫୁଏଲ ମୋଟରସାଇକେଲ୍ ଭାବରେ ଗତକାଲି ହିରୋ ସ୍ଲେଣ୍ଡର ପ୍ଲସ ଓ ହିରୋ ଏଚ୍ଏଫ୍ ଡିଲକ୍ସକୁ ଲଞ୍ଚ କରାଯାଇଛି।