PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ଖୁବ୍‌ଶୀଘ୍ର କଟକ ପୁଲିସରେ ବଡ଼ ଧରଣର ଅଦଳ ବଦଳ: ଡିଆଇବି ଓ ସ୍ପେସାଲ୍ ସ୍କ୍ୱାଡ୍‌ ଇନ୍ସପେକ୍ଟର୍ ପଦବି ଖାଲି

କଟକ,୨୭/୦୫: ଖୁବ୍‌ ଶୀଘ୍ର କଟକ ପୁଲିସରେ ଏକ ବଡ଼ ଧରଣର ଅଦଳ ବଦଳ ହେବ । ଏହା ମଧ୍ୟରେ ଲାଲ୍‌ବାଗ ଓ ଚୌଦ୍ୱାର ଥାନା ଅଧିକାରୀ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ଚଳିତ ମାସରେ ବା ଆସନ୍ତା ମାସ ପ୍ରଥମ ସପ୍ତାହରେ କଟକର ଦୁଇ ଏସିପି ପଦୋନ୍ନତି ପାଇ ଏଡିସିପି ହେବେ । ଏପରିକି ପୂର୍ବରୁ ଡିଆଇବି ଓ ସ୍ପେସାଲ୍‌ ସ୍କ୍ୱାଡ୍‌ ଇନ୍ସପେକ୍ଟର ପଦବି ଖାଲି ପଡ଼ିଛି । ତେଣୁ ଏଭଳି ସ୍ଥିତିରେ ଅଦଳବଦଳ ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି।

ଗତ ସପ୍ତାହରେ ପ୍ରକାଶ ପାଇଥିବା ତାଲିକାରେ ଚୌଦ୍ୱାର ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତି ଓ ଲାଲ୍‌ବାଗ ଥାନା ଅଧିକାରୀ ରବି ନାରାୟଣ ଭଞ୍ଜ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ଅର୍ଥାତ୍‌ ଏହି ଦୁଇ ଥାନାର ଇନ୍ସପେକ୍ଟର ପଦ ଏବେ ଖାଲି ଏବଂ ଦୁହେଁ ଏବେ ସେଠାରେ ଇନ୍‌ଚାର୍ଜ ଡିଏସ୍‌ପି ଭାବେ କାମ କରୁଛନ୍ତି । ଏହି ଦୁଇ ଅଧିକାରୀଙ୍କ ନୂତନ ବଦଳି ଓ ପୋଷ୍ଟିଂ ଆଦେଶ ବାହାରିବା ପରେ କଟକରେ ସେମାନଙ୍କର ଭବିଷ୍ୟତ ସ୍ଥିର ହେବ । ଅନ୍ୟପଟେ ଗତ ମାସରେ ରାଜ୍ୟର ଶତାଧିକ ବରିଷ୍ଠ ଡିଏସ୍‌ପିଙ୍କର ଏକ ସାମ୍ଭାବ୍ୟ ପଦୋନ୍ନତି ତାଲିକା ରାଜ୍ୟ ଗୃହ ବିଭାଗକୁ ଯାଇଥିଲା । ଏହି ତାଲିକାରେ ବରିଷ୍ଠତା ଭାବେ କଟକର ଜୋନ୍‌-୬ ଏସିପି ଅମରେନ୍ଦ୍ର ପଣ୍ଡା ଓ ଡିଆଇବି ଏସିପି କୃଷ୍ଣପ୍ରସାଦ ଦାଶଙ୍କ ନାଁ ରହିଛି । ଦୁଇ ଅଧିକାରୀ ବରିଷ୍ଠତା ଭିତ୍ତିରେ ଏଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇବା ଏକ ପ୍ରକାର ନିଶ୍ଚିତ । ଚଳିତ ମାସ ବା ଆସନ୍ତା ମାସ ପ୍ରଥମ ସପ୍ତାହରେ ଏହି ପଦୋନ୍ନତି ତାଲିକା ପ୍ରକାଶ ପାଇବ । ଏହାପରେ କଟକର ଦୁଇ ଏସିପି ପଦବି ଖାଲି ପଡ଼ିବ । ଏହା ପୂର୍ବରୁ ଡିଆଇବି ଓ ସେସ୍ପାଲ୍‌ ସ୍କ୍ୱାଡ୍‌ର ଇନ୍ସପେକ୍ଟର ପଦବି ଖାଲି । ଡିଆଇବି ଇନ୍ସପେକ୍ଟର ଥିବା ଗଙ୍ଗାଧର ସାସେନିଙ୍କ ମୃତ୍ୟୁ ପରେ ଏହି ପଦ ଖାଲି ରହିଛି । ସେହିପରି ଦୀର୍ଘ ଦିନ ହେବ ସ୍ପେସାଲ୍‌ ସ୍କ୍ୱାଡ୍‌ ଇନ୍ସପେକ୍କର ପଦବି ଖାଲି ରହିଛି । ଏଥିପାଇଁ ଏସିପି ତାପସ ପ୍ରଧାନଙ୍କୁ ସ୍କ୍ୱାଡ୍‌ର ଅତିରିକ୍ତ ଦାୟିତ୍ୱରେ ରଖାଯାଇଛି । ତେଣୁ ଏହି ୬ଟି ପଦବି ଖାଲି ଥିବାରୁ ସେଗୁଡ଼ିକୁ ପୂରଣ କରିବା ପାଇଁ ଏକ ବଡ଼ ଧରଣର ଅଦଳବଦଳ ହେବ । ତେବେ ଗୁରୁତ୍ୱପୂର୍ଣ୍ଣ ହେଉଛି, ଚୌଦ୍ୱାର ଓ ଲାଲ୍‌ବାଗ ଥାନାରେ ବରିଷ୍ଠ ଇନ୍ସପେକ୍ଟରଙ୍କୁ ନିଯୁକ୍ତି ଦେବା । ଆଇନଶୃଙ୍ଖଳା ଓ ମାମଲା ଦିଗରୁ ଏହି ଦୁଇ ଥାନାର ଗୁରୁତ୍ୱ ବହୁତ ଅଧିକ ।

ସେହିପରି ଲାଲ୍‌ବାଗ ଥାନା ଅଧୀନରେ ହାଇକୋର୍ଟ ସହିତ ବହୁ ବଡ଼ବଡ଼ ସରକାରୀ କାର୍ଯ୍ୟାଳୟର ଦାୟିତ୍ୱ ଥିବାରୁ ଏହାର ଗୁରୁତ୍ୱ ମଧ୍ୟ ସେଭଳି ଅଧିକ ରହିଛି । ତେଣୁ ଏହି ଦୁଇ ଥାନାରେ କଟକରେ ପୂର୍ବରୁ କାମ କରୁଥିବା ଅନ୍ୟ ଅଧିକାରୀଙ୍କୁ ଦିଆଯିବ ନାଁ ବାହାରୁ ଅନ୍ୟ ଅଧିକାରୀ ଆଣି ନୂଆ ଭାବେ ନିଯୁକ୍ତି ଦିଆଯିବ ତାକୁ ନେଇ ଚିନ୍ତାରେ କଟକ ପୁଲିସ । ଏବେ କଟକରେ ପୁରୁଣା ବା ବରିଷ୍ଠ ଇନ୍ସପେକ୍ଟରଙ୍କ ସଂଖ୍ୟା କମ୍‌ । ଯେଉଁ କେତେ ଜଣ ଅଛନ୍ତି ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଥାନା ମଧ୍ୟ ଦିଆଯାଇଛି । ଅନ୍ୟପଟେ ଖାଲି ହେଉଥିବା ଦୁଇ ଏସିପି ପଦ ଉପରେ ପଦୋନ୍ନତି ପାଇ ଥିବା ଦୁଇ ଇନ୍ସପେକ୍ଟରଙ୍କର ଆଖି ଥିବା କୁହାଯାଉଛି । ବିରଞ୍ଚି ନାରାୟଣ ପତି ଓ ରବି ନାରାୟଣ ଭଞ୍ଜ ଦକ୍ଷ ଅଧିକାରୀ । ସେମାନଙ୍କ ଟ୍ରାକ୍‌ ରେକର୍ଡ ମଧ୍ୟ ଖରାପ ନୁହେଁ । ତେଣୁ କଟକରେ ମଧ୍ୟ ସେମାନଙ୍କୁ ରଖିବାକୁ ବରିଷ୍ଠ ଅଧିକାରୀ ଚାହୁଁଥିବା କୁହାଯାଉଛି । ସେହିପରି ଖାଲିଥିବା ଏକ ଏଡିସିପି ପଦ ଉପରେ ମଧ୍ୟ ପଦୋନ୍ନତି ପାଇବାକୁ ଥିବା ଅମରେନ୍ଦ୍ର ପଣ୍ଡା ଓ କୃଷ୍ଣଚନ୍ଦ୍ର ଦାଶଙ୍କ ନଜର ରହିଛି । ତେବେ ଡିସିପି ନିଜ ଟିମ୍‌ରେ କିଭଳି ପରିବର୍ତ୍ତନ କରୁଛନ୍ତି ତାହା ଦେଖିବାର ବିଷୟ ।