କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା ହୋଇଯାଇଛି। ଏ ବର୍ଷ ମାଟ୍ରିକ ପରୀକ୍ଷା ଫେବ୍ରୁଆରି ୨୨ତାରିଖରୁ ଆରମ୍ଭ ହୋଇ ମାର୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଳିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ପାଇଁ ବୋର୍ଡ଼ର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥର ପରୀକ୍ଷା ଦେବେ ୫ଲକ୍ଷ ୭୨ହଜାର ୬୯୯ ଜଣ ଛାତ୍ରଛାତ୍ରୀ। ୨ହଜାର ୮ଶହ ୩୦ଟି ପରୀକ୍ଷାକେନ୍ଦ୍ରରେ ପରୀକ୍ଷା ହେବ। ପ୍ରଶ୍ନପତ୍ର ରଖିବା ପାଇଁ ୩୦୪ଟି ନୋଡାଲ୍ ସେଣ୍ଟର କରାଯାଇଛି। ଯଦିଓ ପୂର୍ବ ବର୍ଷ ଗୁଡ଼ିକରେ ପୂର୍ବ ଦିନରୁ ସେଣ୍ଟରକୁ ପ୍ରଶ୍ନ ଯାଉଥିଲା ଏବର୍ଷ କିନ୍ତୁ ସେପରି ହେବ ନାହିଁ। ପ୍ରଶ୍ନ ପତ୍ର ପ୍ରଘଟ ହେଉଥିବା ହେତୁ ପରୀକ୍ଷା ଦିନ ସକାଳୁ ସକାଳୁ ହିଁ ପରୀକ୍ଷାକେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନପତ୍ର। ଏହି ପ୍ରଶ୍ନପତ୍ରକୁ ପହଞ୍ଚାଇବା ପାଇଁ ୬୯୩ଟି ଡେସପାଚ୍ ଟିମ୍ ବ୍ୟବସ୍ଥା ହୋଇଛି। ଓଏସ୍ ଓ ଓଇସ୍ ଅଧିକାରୀଙ୍କ ଉପସ୍ଥିତିରେ ଖୋଲାଯିବ ପ୍ରଶ୍ନପତ୍ର। ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ୧୭ ପଏଣ୍ଟ ପ୍ରୋଟୋକଲ୍ ବ୍ୟବସ୍ଥା କରାଯାଇଛି। ପରୀକ୍ଷାର୍ଥୀ ମାନେ ଫେବ୍ରୁଆରି ୮ତାରିଖରୁ ବୋର୍ଡ଼ ଓ୍ବେବ୍ ସାଇଡ଼୍ ରୁ ଆଡ଼ମିଟ୍ କାର୍ଡ଼ ଡାଉନଲୋଡ଼୍ କରି ସଂଗ୍ରହ କରିପାରିବେ। ଦିନରେ ଦୁଇଟି ସିଟିଂ ଲେଖାଏଁ ପରୀକ୍ଷା ହେବ ବୋଲି ସୂଚନା ଦିଆଯାଇଛି।

ଏକଜିଟ୍ ପୋଲ୍ ପରେ ଏବେ ଏକଜାଟ୍ ରେଜଲ୍ଟ ଉପରେ ନଜର,...