PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

ପ୍ରକାଶ ପାଇଲା ମାଟ୍ରିକ୍ ଫଳ, ପାସହାର ୭୦.୭୮ ପ୍ରତିଶତ

କଟକ ୨୧।୫ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍, ମଧ୍ୟମା (ସଂସ୍କୃତ ଟୋଲ) ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। କଟକସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ସକାଳ ୯ଟାରେ ଗଣଶିକ୍ଷା ବିଭାଗ କମିସନର ପ୍ରଦୀପ ମହାପାତ୍ର ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ଏଥିରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀ ,ବୋର୍ଡ ସଭାପତି ଡକ୍ଟର ଜାହାନ୍ ଆରା ବେଗମ୍  ଉପସ୍ଥିତ ଥିଲେ। ଏ ବର୍ଷ ପାସ୍ ହାର ୭୦.୭୮ % ଥିବା ଜଣାଯାଇଛି।ରେଗୁଲାର ପାସ ହାର ୭୨.୩୫% ରହିଥିବା ସୂଚନା ମିଳିଛି।

ସେହିପରି ଝାରସୁଗୁଡା ଜିଲ୍ଲାରେ ପାସ ହାର ସର୍ବାଧିକ ୮୫.୪୮% ରହିଥିବାବେଳେ  କୋରାପୁଟରେ ସର୍ବନିମ୍ନ ପାସ୍ ହାର୍- ୫୦.୬୧% ରହିଥିବା ସୂଚନା ମିଳିଛି। ସେହିପରି ଏ-୧ରେ ପାସ୍ କରିଛନ୍ତି ୧୧୮୦ ଛାତ୍ରଛାତ୍ରୀ ପାସ୍ କରିଥିବାବେଳେ ଏ-୨ରେ ପାସ୍ କରିଛନ୍ତି ୯୯୩୩, ବି-୧ରେ ପାସ୍ କରିଛନ୍ତି ୨୪୯୭୨, ବି-୨ରେ ପାସ୍ କରିଛନ୍ତି ୪୬୧୬୫ଜଣ। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକରହିଛି ବୋଲି ସୂଚନା ମିଳିଛି। ତନ୍ମମଧ୍ୟରୁ ଛାତ୍ରୀ ପାସ୍ କରିଛନ୍ତି ୨୦୦୭୪୩ ଓ ଛାତ୍ର ପାସ୍ କରିଛନ୍ତି ୧୮୬୧୮୮। ୮୨ଟି ସ୍କୁଲରେ କେହି ପାସ୍ କରାନାହାନ୍ତି ବୋଲି ସୂଚନା ମିଳିଛି। କପି କରି ଧରା ପଡିଛନ୍ତି ୧୦୩୯ଜଣ ଛାତ୍ରଛାତ୍ରୀ।

ଦିନ ୧୧ଟାରେ ପରୀକ୍ଷା ଫଳ ବୋର୍ଡ ୱେବସାଇଟ୍  www.bseodisha.ac.in/www.bseodisha.nic.inରେ ଉପଲବ୍ଧ ହେବ। ଯେଉଁ ଅଞ୍ଚଳରେ ଇଣ୍ଟରନେଟ୍ ସୁବିଧା ନାହିଁ, ସେଠାରେ ପିଲାମାନେ ମୋବାଇଲରେ OR10<Roll No> ଟାଇପ୍ କରି 5676750 ନମ୍ବରକୁ SMS କଲେ ପରୀକ୍ଷା ଫଳ ଜାଣିପାରିବେ ବୋଲି ସଭାପତି ଡକ୍ଟର ଜାହାନ୍ ଆରା ବେଗମ୍ ସୂଚନା ଦେଇଛନ୍ତି।

ତେବେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପରୀକ୍ଷା ଫଳ ସଂକ୍ରାନ୍ତୀୟ କୌଣସି ସୂଚନା ପାଇବା ବା ସନ୍ଦେହ ଦୂର ପାଇଁ ବୋର୍ଡ କେନ୍ଦ୍ରୀୟ କାର୍ଯ୍ୟାଳୟରେ ଆସନ୍ତାକାଲିଠାରୁ ସାତ ଦିନ ଯାଏ କଣ୍ଟ୍ରୋଲ ରୁମ୍ ଖୋଲା ରହିବ। ସେମାନେ ବୋର୍ଡ କାର୍ଯ୍ୟାଳୟ 0671-2412059/0671-2412060 କୁ ଫୋନ କରି ପରୀକ୍ଷା ଫଳ ସଂକ୍ରାନ୍ତୀୟ ସମସ୍ତ ସୂଚନା ପାଇ ପାରିବେ। ସେହିପରି ଆସନ୍ତାକାଲି ଅପରାହ୍ଣରେ ଓଏମ୍ଆର୍ ଉତ୍ତର ସିଟ୍ ମଧ୍ୟ ବୋର୍ଡ ୱେବ୍ସାଇଟରେ ଛଡାଯିବ। ପରୀକ୍ଷାର୍ଥୀ ଡାଉନଲୋଡ୍ କରି ଏହାକୁ ପାଇପାରିବେ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର