କଟକ,୨/୫ ପ୍ରକାଶ ପାଇଲା  ମାଟ୍ରିକ୍ ରେଜଲ୍ଟ । କଟକ ବୋର୍ଡ଼ ଅଫିସରେ ପ୍ରକାଶ ପାଇଲା ରେଜଲ୍ଟ । ରେଜଲ୍ଟ ପୁସ୍ତିକା ଉନ୍ମୋଚନ କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ତ । ଚଳିତ ବର୍ଷ ମୋଟ୍ ୫,୦୨,୪୧୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥି ମଧ୍ୟରୁ ୪,୮୪,୮୬୩ଜଣ ପାସ୍ କରିଛନ୍ତି । 

ଚଳିତ ବର୍ଷ ମାଟ୍ରିକରେ ପାସ୍ ହାର ୯୪.୯୩ପ୍ରତିଶତ ରହିଛି । ୧୮୧୨ଜଣ ପାଇଛନ୍ତି A1ଗ୍ରେଡ । ୧୨,୨୦୦ଜଣ ପାଇଛନ୍ତି A2 ଗ୍ରେଡ୍ । ୩,୨୭୩ସ୍କୁଲରେ ଶତପ୍ରତିଶତ ଶିକ୍ଷାର୍ଥୀ ପାସ୍ ହୋଇଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦରଓ୍ବେବସାଇଟ  www.bseodisha.ac.in ରେ ପରୀକ୍ଷା ଫଳାଫଳ ଅପରାହ୍ନ ୬ଟାରେ ଉପଲବ୍ଧ ହେବ। ପରୀକ୍ଷାର୍ଥୀମାନେ ବୋର୍ଡ ଓ୍ବେବସାଇଟରୁ ଏହି ପରୀକ୍ଷା ଫଳ ଡାଉନଲୋଡ଼ କରିପାରିବେ। 

ଚଳିତ ବର୍ଷ ୨ ଲକ୍ଷ ୪୦ ହଜାର ୨୫୧ ଛାତ୍ର ପାସ୍ କରିଥିବାବେଳେ ୨ ଲକ୍ଷ ୪୪ ହଜାର ୬୧୨ ଛାତ୍ରୀ ପାସ୍ କରିଛନ୍ତି । ପୁଅଙ୍କ ପାସ୍‌ହାର ୯୪% ଓ ଝିଅଙ୍କ ପାସ୍‌ହାର ୯୬% ରହିଛି । ଗଜପତି ଜିଲ୍ଲାରେ ସର୍ବାଧିକ ପାସ୍ ହାର ୯୯.୩୫% ରହିଛି । ସେହିଭଳି କୋରାପୁଟରେ ସର୍ବନିମ୍ନ ପାସ୍ ହାର ୯୨.୮୩% ରହିଛି । 

ରେଜଲ୍ଟ ଜନିତ ତ୍ରୁଟି ରହିଲେ ପରୀକ୍ଷାର୍ଥୀ ମାନେ କଣ୍ଟ୍ରୋଲ ରୁମ୍‌କୁ ଯୋଗାଯୋଗ କରିବେ । ଖୁବ୍‌ଶୀଘ୍ର ହେବ ସପ୍ଲିମେଣ୍ଟାରୀ ପରୀକ୍ଷା । ୫ରୁ ୧୬ ତାରିଖ ଭିତରେ ରିଚେକିଂ, ରିଆଡିସନ ପାଇଁ ଆବେଦନ କରିହେବ । ବିଜ୍ଞାନ ପରୀକ୍ଷାରେ ହୋଇଥିବା ତ୍ରୁଟି ବାବଦରେ ସ୍ପଷ୍ଟ କଲାନାହିଁ ବୋର୍ଡ । ୪ ନମ୍ବର ଗ୍ରେସ୍‌ ମାର୍କ ମିଳିବ ବାବଦରେ ସ୍ପଷ୍ଟ କଲାନାହିଁ ବୋର୍ଡ ।