PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବ ପାରିତ, ମୋ ଘର ଯୋଜନା ପ୍ରସ୍ତାବରେ ବାଜିଲା ମୋହର
  • ||
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ମାଟ୍ରିକ ପରୀକ୍ଷାରେ ପଦ୍ଧତିରେ  ପରିବର୍ତ୍ତନ :  ଜୁଲାଇ ୩ରେ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ,୨୪।୫  ମାଟ୍ରିକ ପରୀକ୍ଷା ପଦ୍ଧତିରେ  ପରିବର୍ତ୍ତନ କରାଯାଇଛି। ଦଶମ ବୋର୍ଡ ପରୀକ୍ଷା ପୂର୍ବପରି ହେବ। ଦଶମ ଶ୍ରେଣୀରେ  ଆଉ ୨ଟି ସମ୍ମେଟିଭ ପରୀକ୍ଷା ହେବନି। ଇଣ୍ଟରନାଲ ଆସେସମେଣ୍ଟ ପୂର୍ବ ପରି ହେବ । ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା  ୪ଟି ପର୍ଯ୍ୟାୟରେ ହେବ । ଦଶମ ଶ୍ରେଣୀ ପାଇଁ ଅର୍ଦ୍ଧ ବାର୍ଷିକ ପରୀକ୍ଷା ହେବ।ଅର୍ଦ୍ଧ ବାର୍ଷିକ ପରୀକ୍ଷା ପାଇଁ ପ୍ରଶ୍ନ ବୋର୍ଡ ପ୍ରସ୍ତୁତ କରିବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି।

କେବଳ ଦଶମ ବାର୍ଷିକ ପରୀକ୍ଷା କରିବ ବୋର୍ଡ। ନବମ ଶ୍ରେଣୀ ପରୀକ୍ଷା ବୋର୍ଡ କରିବ ନାହିଁ କିନ୍ତୁ   ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ପ୍ରଶ୍ନ ପ୍ରସ୍ତୁତ କରିବ ବୋର୍ଡ।  ନବମ ପରୀକ୍ଷା ପରିଚାଳନା କରିବ ସ୍କୁଲ। । ଡିଇଓଙ୍କ ତତ୍ତ୍ବାବଧାନରେ ହେବ ପରୀକ୍ଷା ।

ଚଳିତ ବର୍ଷ ହେବ ସପ୍ଲିମେଣ୍ଟାରୀ ପରୀକ୍ଷା। ୩ ଜୁଲାଇରେ ହେବ ମାଟ୍ରିକ ସପ୍ଲିମେଣ୍ଟରୀ ପରୀକ୍ଷା । ଜୁଲାଇ ୮ରେ ସରିବ ସପ୍ଲିମେଣ୍ଟାରୀ ପରୀକ୍ଷା । ମେ ୨୬ରୁ ଜୁନ ୧ ପର୍ଯ୍ୟନ୍ତ ସପ୍ଲିମେଣ୍ଟାରୀ ଫର୍ମ ପୂରଣ ହେବ।