PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଏମ୍ବାଟୁର : ବେଙ୍ଗାଲୁରରୁ ମାଳଦ୍ୱୀପର ମାଲେ ଯାଉଥିବା ଗୋ ଫାଷ୍ଟ ବିମାନର ଜରୁରୀ ଅବତରଣ, ୯୨ ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ତାତି ଗଲା ଇଞ୍ଜିନ
  • ||
  • ଉଦୟପୁର : ଉଦୟପୁର କହ୍ନୈୟାଲାଲ ହତ୍ୟାକାଣ୍ଡରେ କଥିତ ଷଡ଼ଯନ୍ତ୍ରକାରୀ ମୁସ୍ଲିମ୍ ଖାନକୁ ଗିରଫ କଲା ଏଏନଆଇ
  • ||
  • ଅନନ୍ତନାଗ : ଜମ୍ମୁ-କଶ୍ମୀରର ଅନନ୍ତାଗରେ ପୁଲିସ୍ ଓ ସିଆରପିଏଫ ଯବାନଙ୍କ ମଳିତ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ, ଆହତ ପୋଲିସ କର୍ମୀ ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଏକ ଦଳ ମାଲେସିଆ ଗସ୍ତରେ ଯାଇଛନ୍ତି, ଏହି ଦଳ ଦୁଇଦେଶ ମଧ୍ୟରେ ଦ୍ବିପାକ୍ଷୀକ ଯୁଦ୍ଧାଭ୍ୟାସକୁ ନେଇ ଆୟୋଜିତ କାର୍ଯ୍ୟକ୍ରମ ‘ଉଦାରଶକ୍ତି’ରେ ଭାଗ ନେବେ
  • ||
  • ମୋହନା : ସଂଗଠନ ଛାଡ଼ିଥିବା ମାଓବାଦୀ ପ୍ରଫୁଲ୍ଲ ପରିଚ୍ଛାକୁ ଗିରଫ କଲା ଅଡ଼ବା ପୋଲିସ, ଥାନାରେ ରହିଛି ୭ ମାମଲା
  • ||
  • ବୌଦ୍ଧ : ବୌଦ୍ଧ ୫୭ନଂ ଜାତୀୟ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
  • ||
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ବାହୁଡ଼ା ଯାତ୍ରାରେ ମୁକ୍ତିଲାଭ ହେବ ଚଳଚ୍ଚିତ୍ର ‘ମାୟାଦର୍ପଣ’, ଓଡ଼ିଆ ଓ ହିନ୍ଦୀ ଭାଷାରେ ବଡ ପରଦାକୁ ଆସିବ

କଟକ ୩୦/୦୬: ଜୁଲାଇ ୮ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ମୁକ୍ତିଲାଭ କରିବ ଦ୍ୱିଭାଷୀ ଚଳଚ୍ଚିତ୍ର ‘ମାୟାଦର୍ପଣ’ । ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ପ୍ରସ୍ତୁତ ଏହି ସିନେମାଟି ପ୍ରଥମେ ହିନ୍ଦୀ ଭାଷାରେ ସାରା ଭାରତରେ ବଡ଼ ପରଦାକୁ ଆସିବ ବୋଲି ପ୍ରଯୋଜିକା ଝରଣା ସାମଲ କହିଛନ୍ତି । ସାରା ଦେଶରେ ୫୦ଟି ପ୍ରେକ୍ଷାଳୟରେ ‘ମାୟାଦର୍ପଣ’ ମୁକ୍ତିଲାଭ କରିବ । ମା’ର ସ୍ନେହ ମମତାକୁ ନେଇ ସିନେମାଟି ନିର୍ମାଣ କରାଯାଇଛି । ପ୍ରତିଟି ପରିବାରରେ ଘଟୁଥିବା ଘଟଣାକୁ ଏଥିରେ ସ୍ଥାନ ଦିଆଯାଇଛି । ଏହା ସମ୍ପୂର୍ଣ୍ଣ ପାରିବାରିକ ସିନେମା ଓ ସପରିବାର ଏହାକୁ ଦେଖିହେବ ବୋଲି ପ୍ରଯୋଜନା ସଂସ୍ଥା କହିଛି ।

ଅଭିନେତ୍ରୀ ପ୍ରତିଭା ପଣ୍ଡା ଏହି ଚଳଚ୍ଚିତ୍ରର କାର୍ଯ୍ୟକାରୀ ପ୍ରଯୋଜିକା ଥିବାବେଳେ ମା’ ଭୂମିକାରେ ନିଖୁଣ ଅଭିନୟ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅଙ୍କିତ, ପୂଜା, କୁନା ତ୍ରିପାଠୀ, ଜୀବନ ପଣ୍ଡା, ରତନ ମେହେର, ପ୍ରଦ୍ୟୁମ୍ନ ଲେଙ୍କା ପ୍ରମୁଖ ଏହି ସିନେମାରେ ଅଭିନୟ କରିଛନ୍ତି । ଶିଶୁ କଳାକାର ଭାବେ ଅଂଶୁମାନ, ତାପସ, ଭାଗ୍ୟଲକ୍ଷ୍ମୀ ପ୍ରମୁଖ ଅଭିନୟରେ ନିଜ ପ୍ରତିଭା ଦେଖାଇଛନ୍ତି । ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ରାଜୀବ ମହାନ୍ତି । ରଞ୍ଜନ କୁମାର ଦାସ ଚଳଚ୍ଚିତ୍ରର କାହାଣୀ ରଚନା କରିଥିବାବେଳେ କ୍ରିଏଟିଭ୍‌ ହେଡ୍‌ ରହିଛନ୍ତି ପ୍ରଣୟ ଜେଠୀ ।