ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ମୟୂରଭଞ୍ଜର ଗର୍ବ ଓ ଗୌରବ ଶିଶିର ବାନ୍ଦିଆ, ଇସ୍ରୋରେ ଟେକ୍ନିସିଆନ୍‌ ଭାବେ ନିଯୁକ୍ତ

Published By : Prameya | October 8, 2024 9:09 AM

ଠାକୁରମୁଣ୍ଡା,୦୮/୧୦: ମୟୂରଭଞ୍ଜ ଜିଲ୍ଲା, ଠାକୁରମୁଣ୍ଡା ଅଞ୍ଚଳର ଶିଶିର ବାନ୍ଦିଆ ଜିଲ୍ଲା  ପାଇଁ ଗୌରବ ଆଣିଛନ୍ତି ।  ଶ୍ରୀ ବାନ୍ଦିଆ ଇସ୍ରୋରେ ଜଣେ  ଟେକ୍‌ନିସିଆନ ଭାବେ ନିଯୁକ୍ତି  ପାଇ କେବଳ ଠାକୁରମୁଣ୍ଡା ଅଞ୍ଚଳ  ନୁହଁ, ମୟୂରଭଞ୍ଜ ଜିଲ୍ଲାର ଗର୍ବ  ଓ ଗୌରବ ବୃଦ୍ଧି କରିଛନ୍ତି । ଠାକୁରମୁଣ୍ଡା ବ୍ଲକ ନିପାଣିଆ ଗ୍ରାମ ନିବାସୀ ରାମଲାଲ ବାନ୍ଦିଆଙ୍କ ସୁପୁତ୍ର ଶିଶିର ବାନ୍ଦିଆ  (୨୭) ଭୁବନେଶ୍ୱରରେ ଅଧ୍ୟୟନ କରି କଟକରେ ଆଇଟିଆଇ ଏବଂ ପରେ ଡିପ୍ଲୋମା ସାରିଥିଲେ । ପରବର୍ତ୍ତୀ ସମୟରେ ସେ ଡିପ୍ଲୋମା କରି ଅଧ୍ୟୟନ ଜାରି  ରଖିଥିଲେ । ତେବେ ସେ ସେଥିରେ କୃତକାର୍ଯ୍ୟ ।ହାଇ  ଏବେ ଇସ୍ରୋରେ ଜଣେ ଟେକ୍‌ନିସିଆନ୍‌  ଭାବେ ଯୋଗ ଦେଇଥିବାର ଜଣାଯାଇଛି ।  

ଶିଶିର ଇସ୍ରୋରେ ଅବସ୍ଥାପିତ  ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ  ଶୁଭେଚ୍ଛାର ସୁଅ ଛୁଟୁଛି । ଶିଶିରଙ୍କ  ବାପା କଟକର ଏକ ଅନାଥାଶ୍ରମରେ  ଚାକିରି କରୁଛନ୍ତି । ମା ମିଞ୍ଜାରି ବାନ୍ଦିଆ  ଓ ବଡ଼ ଭଉଣୀ ମୌସୁମୀ ବାନ୍ଦିଆ  (ଦିଗଧର ହାଇସ୍କୁଲ ଶିକ୍ଷୟିତ୍ରୀ) ମଧ୍ୟ  ତାଙ୍କର ପାଠ ପଢା ଆଦି ସମ୍ପର୍କରେ  ବୁଝାସୁଝା କରୁଥିଲେ । ପିତାମାତାଙ୍କ ପ୍ରେରଣାରେ  ସେ ଏଭଳି ସଫଳତା ହାସଲ କରିଛନ୍ତି ବୋଲି ଶିଶିର  ପ୍ରକାଶ କରିଛନ୍ତି । ସେ ଇସ୍ରୋରେ ନିଜ କାର୍ଯ୍ୟଦକ୍ଷତା  ପ୍ରଦର୍ଶନ କରି ମୟୂରଭଞ୍ଜ ତଥା ରାଜ୍ୟକୁ ବେଶ  ଗୌରବାନ୍ୱିତ କରିବେ ବୋଲି କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.