ପ୍ରମୁଖ ଖବର
  • ଯାଜପୁର,ଯୋକଡିଆ ନିକଟ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇ ପାଣିରେ ଭାସିଯାଇ ୨ ଭାଇ ନିଖୋଜ
  • ||
  • ବିଧାନସଭା କ୍ଷେତ୍ର ପାଇଁ ଆଉ ୪ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
  • ||
  • ପ୍ରକାଶ ପାଇଁ ଓଡ଼ିଶା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି, ମେ ୧୩ ତାରିଖରେ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ
  • ||
  • ବିଶ୍ୱ ଐତିହ୍ୟ ଦିବସ: ଆଜି ସୂର୍ଯ୍ୟମନ୍ଦିରରେ ମାଗଣା ପ୍ରବେଶ କରିପାରିବେ ପର୍ଯ୍ୟଟକ
  • ||
  • ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ଶୁକ୍ରବାର ୧୦୨ ଆସନରେ ହେବ ମତଦାନ, ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ
  • ||
  • IPL 2024ରେ ପଞ୍ଜାବକୁ ଭେଟିବ ମୁମ୍ବାଇ, ତିଳକ-ଅର୍ଶଦୀପ ଲଢ଼େଇକୁ ଅପେକ୍ଷା
  • ||
  • ଆହୁରି ତେଜିବ ତାତି, ସପ୍ତାହେ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ଖରା ପାଇଁ ତିନି ଦିନ ସ୍କୁଲ ଛୁଟି
  • ||

୨୦ରୁ ମେଡିକାଲ କାଉନ୍‌ସେଲିଂ ପଞ୍ଜୀକରଣ ଆରମ୍ଭ, ଜୁଲାଇ ୫ରେ ପ୍ରଥମ ପର୍ଯ୍ୟାୟ ନାମଲେଖା

ଭୁବନେଶ୍ୱର,୧୭ା୬(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ପକ୍ଷରୁ ରାଜ୍ୟରେ ମେଡିକାଲ୍‌ କାଉନ୍‌ସେଲିଂ କରାଯିବ । ରାଜ୍ୟ କୋଟା ଥିବା ୮୫ ପ୍ରତିଶତ ସିଟ୍‌ ପାଇଁ ଓଜେଇଇ କାଉନ୍‌ସେଲିଂ କରିବ । ଅନ୍ୟ ୧୫ ପ୍ରତିଶତ ସିଟ୍‌ ପାଇଁ ମେଡିକାଲ୍‌ କାଉନସିଲ୍‌ କମିଟି କାଉନସେଲିଂ କରିବ । ତେବେ ନାମଲେଖା ପାଇଁ ୨୦ ତାରିଖରୁ ଛାତ୍ରଛାତ୍ରୀମାନେ ପଞ୍ଜୀକରଣ କରିପାରିବେ । ଯାହାକି ୨୫ ତାରିଖରେ ଶେଷ ହେବ । ୨୬ ତାରିଖ ଦିନ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ । ଏନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ବିଜ୍ଞପ୍ତି ଅନୁସାରେ ଜୁଲାଇ ୧ ତାରିଖ ଦିନ ମେରିଟ୍‌ ଲିଷ୍ଟ ବାହାରିବ । ସେହିଦିନ ୧୧ଟାରୁ ୨ ତାରିଖ ରାତି ୧୧ଟା ୫୯ ମିନିଟ୍‌ ଭିତରେ ଛାତ୍ରଛାତ୍ରୀମାନେ ଚଏସ୍‌ ଫିଲିଂ ଓ ଲକ୍‌ିଂ କରିବେ । ଛାତ୍ରଛାତ୍ରୀମାନେ ୪ ତାରିଖରେ ପ୍ରଥମ ପର୍ଯ୍ୟାୟ ସିଟ୍‌ ଆଲଟମେଣ୍ଟ୍‌ ଓ ପ୍ରୋଭିଜିନାଲ୍‌ ଆଲଟ୍‌ମେଣ୍ଟ ଲେଟର ଡାଉନ୍‌ଲୋଡ୍‌ କରିପାରିବେ । ଏହା ପରେ ପ୍ରଥମ ପର୍ଯ୍ୟାୟ ପ୍ରୋଭିଜିନାଲ୍‌ ନାମଲେଖା ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ ସେଲ୍‌ରେ ସକାଳ ୧୦ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ନାମ ଲେଖା ହେବ । ନାମଲେଖାଇଥିବା ଛାତ୍ରଛାତ୍ରୀମାନେ ୧୨ ତାରିଖ ଅପରାହ୍‌ଣ ୫ଟା ଭିତରେ ଶିକ୍ଷାନୁଷ୍ଠାନରେ ଯୋଗ ଦେବେ ।

ଅନ୍ୟପକ୍ଷରେ ୨୪ ତାରିଖ ବଳକା ସିଟ୍‌ ତାଲିକା ବାହାରିବ । ସେହିଦିନ ସକାଳ ୧୦ଟାରୁ ଚଏସ୍‌ ଫିଲିଂ ଓ ଲକିଂ ଆରମ୍ଭ ହୋଇ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ୍‌ ସିଟ୍‌ ଆଲଟ୍‌ମେଣ୍ଟ ୨୬ରେ ବାହାରିବା ପରେ ଛାତ୍ରଛାତ୍ରୀମାନେ ଆଡ୍‌ମିଶନ ଲେଟର ଡାଉନଲୋଡ୍‌ କରିବେ । ଏହା ପରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସରିବା ପରେ ସିଟ୍‌ ବଳକା ରହିଲେ ଅଗଷ୍ଟ ୪ ରୁ ୮ ତାରିଖ ଭିତରେ ସ୍ପଟ୍‌ କାଉନସେଲିଂ ହେବ । ସୁପ୍ରିମ୍‌କୋର୍ଟ ତଥା ଏମ୍‌ସିଆଇର ରିପୋର୍ଟ ଅନୁସାରେ ଯେଉଁମାନେ ସର୍ବଭାରତୀୟ ମେଡିକାଲ୍‌ କାଉନ୍‌ସେଲିଂ କିମ୍ବା ଓଜେଇଇ ମେଡିକାଲ୍‌ କାଉନ୍‌ସେଲିଂରେ ଭାଗନେଇ ନାମଲେଖାଇ ପାରିନଥିବେ, ସେମାନେ ସ୍ପଟ୍‌ କାଉନ୍‌ସେଲିଂରେ ଅଂଶଗ୍ରହଣ କରିପାରିବେ ନାହିଁ । ତେବେ ସବୁ ନାମଲେଖା ଶେଷ ହେଲା ପରେ ୧୩ ତାରିଖ ଦିନ ବଳକା ସିଟ୍‌ ଗୁଡ଼ିକ ଘରୋଇ ମେଡିକାଲ୍‌ କଲେଜକୁ ଦିଆଯିବ । ଏନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଛାତ୍ରଛାତ୍ରୀ ଅଧିକ ତଥ୍ୟ ଜାଣିବାକୁ ହେଲେ ଓଜେଇଇର ୱେବସାଇଟ୍‌ କ୍ଟହରର.ଦ୍ଭସମ.ସଦ୍ଭ ଓ କ୍ଟୟସଗ୍ଦଷବହରର.ମକ୍ଟଜ୍ଞ ରେ ଲଗ୍‌ ଇନ୍‌ କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.