ଭୁବନେଶ୍ବର, ୧୧।୬ :  ଯାଜପୁରରେ  ଝାଡ଼ାବାନ୍ତି ବ୍ୟାପିବା ଘଟଣାକୁ ନେଇ  ଡାକ୍ତରୀ ଟିମ୍‌  ଘଟଣାସ୍ଥଳରେ ପହଞ୍ଚି ସାରିଛନ୍ତି। ଟିମ୍‌ରେ ଡାକ୍ତର, ମାଇକ୍ରୋ ବାୟୋଲୋଜିଷ୍ଟ, ଖାଦ୍ୟ ନିରାପତ୍ତା ଅଧିକାରୀ ଅଛନ୍ତି। କାହିଁକି ଡାଇରିଆ ବ୍ୟାପିଲା ଅନୁଧ୍ୟାନ କରୁଛନ୍ତି ଟିମ୍‌  ବୋଲି  ସ୍ବାସ୍ଥ୍ୟ ସଚିବ ଅଶ୍ବତି ଏସ୍ କହିଛନ୍ତି ।  

ଚିକିତ୍ସା ପାଇଁ ଅତିରିକ୍ତ ମେଡିକାଲ୍‌ ଟିମ୍‌ ପଠା ଯାଉଛି । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସବୁ ମନିଟରିଂ କରୁଛନ୍ତି ।ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସହ ଆଲୋଚନା ଚାଲିଛି । ପାନୀୟ ଜଳ ଉତ୍ସ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଟିମ୍‌ ରିପୋର୍ଟ ଦେବା ପରେ ମୃତାହତ ସଂଖ୍ୟା ଜଣାପଡ଼ିବ ବୋଲି ସ୍ବାସ୍ଥ୍ୟ ସଚିବ କହିଛନ୍ତି।