ଭୁବନେଶ୍ଵର, ୧୩/୦୩ : ମୁଣ୍ଡବିନ୍ଧା ହେଉଛି କି ? ତାହେଲେ ଆଉ ଔଷଧ ଖାଇବାକୁ ପଡ଼ିବନି। ଆଇସକ୍ରିମ୍ ଖାଇଲା ଭଲ ହୋଇଯିବ ମୁଣ୍ଡବିନ୍ଧା। କଣ ଆଶ୍ଚର୍ଯ୍ୟ ହଇଗଲେ କି ? ହେଲେ ଏହା ସତ। ସୋସିଆଲ ମିଡିଆରେ ଏଭଳି ଏକ ଆଇସ୍‌କ୍ରିମ୍‌ର ଫଟୋ ଖୁବ୍‌ ଚର୍ଚ୍ଚାର ବିଷୟ ହୋଇଛି । ଏହି ଇନଷ୍ଟାଗ୍ରାମ ପୋଷ୍ଟଟି ଖୁବ୍ ଭାଇରାଲ୍ ହେଉଛି।  ଏହା ପାରାସିଟାମଲ ଏଚ୍‌ଟିପି ୫୦୦ ଏମ୍‌ଜି ଫ୍ଲେଭର୍‌ଯୁକ୍ତ ଆଇସ୍‌କ୍ରିମ୍‌ ବୋଲି ଦାବି ହେଉଛି । 

 
 
 
 
 
 
 
 
 
 
 
 
 
 
 

A post shared by Uncut (@uncut)

ଭାଇରାଲ୍ ପୋଷ୍ଟ ଅନୁଯାୟୀ, ଏହି ଆଇସ୍‌କ୍ରିମ୍‌ ଖାଇବା ଦ୍ୱାରା ମୁଣ୍ଡବିନ୍ଧା ଭଲ ହୋଇଯିବ । ୨୦୧୬ରେ ନେଦରଲାଣ୍ଡର ଏକ ପେଷ୍ଟ୍ରି ଦୋକାନ ଏକ ମହୋତ୍ସବରେ ଏହି ଆଇସ୍‌କ୍ରିମ୍‌ ପ୍ରଦର୍ଶନ କରିଥିଲା । ବାସ୍ତବରେ ଏହା କୌଣସି ଖାଇବାଯୋଗ୍ୟ ଉତ୍ପାଦ ନୁହେଁ । ବିକ୍ରି ପାଇଁ ଏହାକୁ କେବେ ବଜାର ପ୍ରବେଶ କରାଯାଇ ନାହିଁ । ପୂର୍ବରୁ ମଧ୍ୟ ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତା’ପରେ ସ୍ୱାସ୍ଥ୍ୟ ଅଧିକାରୀମାନେ ତୁରନ୍ତ ଏହି ଆଇସ୍‌କ୍ରିମ୍‌କୁ ହଟାଇ ଦେଇଥିଲେ । ଡାକ୍ତରଙ୍କ ଅନୁସାରେ, ପ୍ରତ୍ୟେକ ଔଷଧର ଏକ ନିର୍ଦ୍ଧାରିତ ଡୋଜ୍‌ ଥାଏ । ଏହାକୁ ଆଇସ୍‌କ୍ରିମ୍‌ ଭଳି ଖାଇବା ବିପଦପୂର୍ଣ୍ଣ ହୋଇପାରେ । ଓଭର୍‌ଡୋଜ୍‌ ଯକୃତ ପାଇଁ ପ୍ରାଣଘାତକ ହୋଇପାରେ ।

ଏହି ଖବରଟିକୁ ପଢନ୍ତୁ- ଏମିତି ଗାଁ ଯେଉଁଠି ମୁହଁରୁ ବାହାରିଲେ ଗାଳି, ପକେଟ୍ ହେବ ଖାଲି !