ଭୂମଧ୍ୟ ସାଗରରେ ୫୦୦ ଶରଣାର୍ଥୀଙ୍କୁ ନେଇ ଯାଉଥିବା ଡଙ୍ଗା ନିଖୋଜ; ୨୪ ଘଣ୍ଟା ହେଲା ଖୋଜୁଛନ୍ତି ଉଦ୍ଧାରକାରୀ ଦଳ

Image Courtesy: Jagran
ନୂଆଦିଲ୍ଲୀ,୨୬/୦୫: ୫୦୦ ଜଣ ଶରଣାର୍ଥୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଭୂମଧ୍ୟସାଗରରେ ନିଖୋଜ ହୋଇଯାଇଛି। ଏହି ଡଙ୍ଗାରେ ଏକ ନବଜାତ ଶିଶୁ ଏବଂ ଗର୍ଭବତୀ ମହିଳା ମଧ୍ୟ ଥିଲେ। ପ୍ରବାସୀମାନଙ୍କ ଡଙ୍ଗା ଉପରେ ନଜର ରଖୁଥିବା ଏକ ସଂସ୍ଥା ଆଲାର୍ମ ଫୋନ୍ରୁ ଶୁକ୍ରବାର ଦିନ ଏ ବିଷୟରେ ସୂଚନା ଦେଇଥିଲା। ସଂସ୍ଥାର କହିବା ମୁତାବକ, ବୁଧବାର ସକାଳେ ଶରଣାର୍ଥୀମାନଙ୍କ ସହିତ ସେମାନଙ୍କର ଡଙ୍ଗାର ଶେଷ ଯୋଗଯୋଗ ହୋଇଥିଲା।
ସେହି ସମୟରେ ଡଙ୍ଗାଟି ଲିବିୟାର ବେଙ୍ଗାଜି ବନ୍ଦର ଠାରୁ ୩୨୦ କିଲୋମିଟର ଏବଂ ଇଟାଲୀ ଠାରୁ ୪୦୦ କିଲୋମିଟର ଦୂରରେ ଥିଲା। ତାଙ୍କର ଇଞ୍ଜିନ୍ ସଠିକ୍ ଭାବରେ କାମ କରୁନଥିଲା। ଏଥି ସହିତ, ଇଟାଲୀର ଜରୁରୀକାଳୀନ ଏନଜିଓ କହିଛି ଯେ, ସେମାନଙ୍କ ଉଦ୍ଧାରକାରୀ ଦଳ ୨୪ ଘଣ୍ଟା ଧରି ଶରଣାର୍ଥୀ ଡଙ୍ଗାକୁ ଖୋଜୁଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କୌଣସି ପତ୍ତା ମିଳିପାରି ନାହିଁ।

ଅଲଜାଜିରାର ରିପୋର୍ଟ ଅନୁଯାୟୀ, ଗତକାଲି ଇଟାଲୀର କୋଷ୍ଟଗାର୍ଡ ଗତକାଲି ଅର୍ଥାତ୍ ଗୁରୁବାର ଦିନ ଦୁଇଟି ପୃଥକ ଅପରେସନ୍ କରି ୧୦୯୪ ଶରଣାର୍ଥୀଙ୍କ ଜୀବନ ରକ୍ଷା କରିଛନ୍ତି ଅର୍ଥାତ୍ ଯେଉଁମାନେ ସମୁଦ୍ରରେ ନିଖୋଜ ହୋଇଯୋଇଥିଲେ। ସୂଚନାଯୋଗ୍ୟ ଯେ, ହିଂସା ସ୍ଥାନରୁ ଆସିଥିବା ଶରଣାର୍ଥୀମାନେ ନିଜ ଦେଶ ଛାଡି ୟୁରୋପକୁ ଲଗାତର ଭାବେ ଆସୁଛନ୍ତି।ଆନ୍ତର୍ଜାତୀୟ ନିୟମ ଅନୁଯାୟୀ, ସେମାନଙ୍କୁ ପୁନର୍ବାର ପଠାଯାଇପାରିବ ନାହିଁ। ଏପର୍ଯ୍ୟନ୍ତ ୪୭ ହଜାର ଶରଣାର୍ଥୀ ଡଙ୍ଗା ମାଧ୍ୟମରେ ଇଟାଲୀରେ ପହଞ୍ଚିଛନ୍ତି। ଯାହା ଗତ ବର୍ଷ ତୁଳନାରେ ୧୮ ହଜାର ଅଧିକ ଅଟେ।

ନ୍ୟୁୟର୍କ ଟାଇମ୍ସ ଏହାର ରିପୋର୍ଟରେ ପ୍ରକାଶ କରିଛି ଯେ ଅନ୍ତର୍ଜାତୀୟ ନିୟମକୁ ଉଲ୍ଲଂଘନ କରି ଗ୍ରୀସ୍ ସୋମାଲିଆ, ଇରିଟ୍ରିଆ ଏବଂ ଇଥିଓପିଆରୁ ଡଙ୍ଗାରେ ପଳାଇ ଆସି ଗ୍ରୀସରେ ଆଶ୍ରୟ ନେଇଥିବା ପ୍ରବାସୀମାନଙ୍କୁ ପୁଣି ଡଙ୍ଗାରେ ବସାଇ ପଠାଇ ଦେଇଥିଲେ। ଅନେକ ପିଲା ମଧ୍ୟ ଏଥିରେ ଥିଲେ। ଅବଶ୍ୟ ଗ୍ରୀସ ସରକାର ଏହି ଅଭିଯୋଗ ଉପରେ କିଛି କହିବାକୁ ମନା କରିଦେଇଥିଲେ।