ଭୁବନେଶ୍ବର,୬।୭ : ରାଜ୍ୟ ମହିଳା କଂଗ୍ରେସର ନୂଆ ସଭାନେତ୍ରୀ ନିଯୁକ୍ତ ହୋଇଛନ୍ତି। ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ମିନାକ୍ଷୀ ବାହିନୀପତିଙ୍କୁ ଦାୟିତ୍ବ ମିଳିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ମିନାକ୍ଷୀଙ୍କ ନିଯୁକ୍ତି ନେଇ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ମିନାକ୍ଷୀ ବାହିନୀପତି କୋରାପୁଟ ଜିଲ୍ଲା କଂଗ୍ରେସର ସଭାପତି ଭାବେ ୨୦୧୧ରୁ ୨୦୨୩ ମସିହା ପର୍ଯ୍ୟନ୍ତ ଦୀର୍ଘ ୧୩ ବର୍ଷ ଧରି କାର୍ଯ୍ୟ କରିଛନ୍ତି। କୋରାପୁଟ ମୁନିସିପାଲିଟିର ଅଧ୍ୟକ୍ଷl ଭାବେ ୨ ଥର ନିର୍ବାଚିତ ହୋଇଥିଲେ । ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପତ୍ନୀ ହେଉଛନ୍ତି ମିନାକ୍ଷୀ।