ନୂଆଦିଲ୍ଲୀ, ୫/୩ : ଖୁଡ଼ିକୁ ଗୁଳି କରି ମାରିଦେଲା ପୁତୁରା । ସିଧା ଘରେ ପଶିଲା କେହି କିଛି ଭାବିବା ପୂର୍ବରୁ ସିଧା ଗୁଳି ମାରି ଫେରାର ହୋଇଗଲା । ମେରଠର ହସ୍ତିନାପୁର ଥାନା ଗଣେଷପୁର ଗାଁରୁ ଆସିଛି ଏଭଳି ଅଭାବନୀୟ ଖବର । ୧୭ ବର୍ଷୀୟ ବାଳକଟି ନିଜ ଖୁଡ଼ିଙ୍କୁ ଗୁଲି କରି ଫେରାର ହୋଇଥିଲା । ପରେ ସେ ମାଓ୍ବାନା ଥାନାରେ ଆତ୍ମସମର୍ପଣ କରିଛି। ମୃତ ମହିଳା ଜଣକ ହେଲେ ପୂଜା ତ୍ୟାଗୀ(୩୨) । ଅଭିଯୁକ୍ତ ଶିବ ଏବେ ଥାନରେ ଥିବାବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ମିଳିଥିବା ସୂଚନା ଅନୁସାରେ ସକାଳ ପ୍ରାୟ ସାଢ଼େ ୯ । ସମସ୍ତେ ନିଜ ନିଜର କାମରେ ବ୍ୟସ୍ତ ଥିଲେ । ଠିକ୍ ଏହି ସମୟରେ ଘରୁ ଆସିଥିଲା ଗୁଳି ଶବ୍ଦ । ପରିବାର ଲୋକେ ଘରକୁ ଭିତର ଧାଇଁ ଯାଇଥିଲେ । ଆଉ ଦେଖିବା ବେଳକୁ ପୂଜା ତଳେ ପଡ଼ି ଛଟପଟ ହେଉଥିଲେ । ପୁତୁରା ଶିବା ଗୁଳି କରି ଫେରାର ହୋଇଯାଇଥିଲେ । ପରିବାର ଲୋକେ ପୂଜାଙ୍କୁ ମେଡିକାଲ ନେଇଥିଲେ ସତ କିନ୍ତୁ ସେତେବେଳଙ୍କୁ ତାଙ୍କର ଦେହାନ୍ତ ହୋଇ ଯାଇଥିଲା ।
ଧମେନ୍ଦ୍ର ଏବଂ ଦେବେନ୍ଦ୍ର ଦୁଇ ଭାଇ । ଉଭୟ ଏକାଠି ରୁହନ୍ତି । ଦେବେନ୍ଦ୍ର ଚାଷ କାମ କରନ୍ତି ଏବଂ ଧମେନ୍ଦ୍ର ସେନାରେ କାର୍ଯ୍ୟ କରନ୍ତି । ଧମେନ୍ଦ୍ରଙ୍କ ସାନ ପୁଅ ହେଉଛନ୍ତି ଶିବ । ଘରେ ବିଭନ୍ନ ସମୟରେ ପାରିବାରିକ କଳହ ଲାଗି ରହୁଥିଲା । ତେବେ ଏହି ରାଗରେ ଖୁଡ଼ିଙ୍କୁ ଗୁଳି କରି ହତ୍ୟା କରିଥିବା ପୁଲିସ ଆଗରେ ମାନିଛି ଶିବ । ସବୁବେଳେ ଖୁଡ଼ି ଗଳି କରୁଥିଲେ ଏଥିପାଇଁ ମାରିଦେଲି ବୋଲି ସେ କହିଥିବାବେଳେ ପିସ୍ତଲକୁ ଜବତ କରିଛି ପୁଲିସ । ସେପଟେ ମୃତ ପୂଜାଙ୍କ ଏକ ଛଅ ମାସର ଛୋଟ ଛୁଆ ରହିଛି । ପରିବାରରେ ଏବେ ଶୋକର ଛାୟା ଖେଳିଯାଇଛି ।
ଏହାସହ ପଢ଼ନ୍ତୁ : ଇସ୍ତଫା ଦେଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି ଆନନ୍ଦ ବୋଷ