ନୂଆଦିଲ୍ଲୀ,୨୨/୦୯: ଉତ୍ତର-ପୂର୍ବ ମେଘାଳୟର ଏକ ଗୁମ୍ଫାରେ ଥିବା ଖଣିଜ ସ୍ତମ୍ଭକୁ ନେଇ ହୋଇଥିବା ଗବେଷଣାରୁ ଗତ ୧୦୦୦ ବର୍ଷ ଧରି ଭାରତରେ ମରୁଡ଼ି ଏବଂ ବର୍ଷାର ଇତିହାସ ବିଷୟରେ ସୂଚନା ମିଳିଛି। ଏହି ଗୁମ୍ଫା ଅତୀତର ପାଣିପାଗ ସହିତ ଜଡିତ ଅନେକ ରହସ୍ୟ ସାମ୍ନାକୁ ଆଣିପାରିବ ବୋଲି ଗବେଷକ ମାନେ କହିଛନ୍ତି। ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସେସ୍ ପ୍ରୋସିଡିଙ୍ଗ୍ ର ସର୍ବେକ୍ଷଣ ପତ୍ରିକାରେ ଏହି ଗବେଷଣା ପ୍ରକାଶିତ ହୋଇଛି।
ଏହି ଗବେଷଣା ରିପୋର୍ଟରେ ଦେଶରେ ମରୁଡ଼ି ଏବଂ ଦୁର୍ଭିକ୍ଷ ବିଷୟରେ ଅନେକ ନୂତନ ସୂଚନା ପ୍ରକାଶ ପାଇଥିବାବେଳେ ଏହା ବହୁ ପୁରାତନ ତଥ୍ୟକୁ ମଧ୍ୟ ପ୍ରତିପାଦନ କରିଛି। କାହିଁ କେଉଁ କାଳରୁ ସମୁଦ୍ର ଜଳର ପ୍ରବାହ ଯୋଗୁଁ ଏହି ଗୁମ୍ଫାଗୁଡ଼ିକରେ ଖଣିଜ ପଦାର୍ଥ ଏବଂ ଚୂନ ପଥରର ଜମା ହୋଇଥିବା କାରଣରୁ ସେଠାରେ ପାଣିପାଗର ସ୍ଥିତି, ମରୁଡ଼ି ଏବଂ ବନ୍ୟା ପରିବର୍ତ୍ତନ ହେବାର ପୂର୍ବାନୁମାନ କରିବାରେ ସାହାଯ୍ୟ କରୁଛି। ପ୍ରାୟ ତିନିବର୍ଷ ପୂର୍ବେ ଆମେରିକାର ୱାଣ୍ଡରବିଲ୍ଟ ୟୁନିଭରସିଟିର ଏକ ଅନୁସନ୍ଧାନକାରୀ ଦଳ ଦାବି କରିଥିଲେ ଯେ ଏହି ଗୁମ୍ଫା ସେତେବେଳର ଜଳବାୟୁ ପରିବର୍ତ୍ତନ ସ୍ଥିତି ସମ୍ପର୍କରେ ତମାମ ବିବରଣୀ ପ୍ରଦାନ କରିବାରେ ସାହାଯ୍ୟ କରିପାରିବ।
{"id":468796,"sizeSlug":"full","linkDestination":"none"}୧୭୮୦ ଏବଂ ୧୭୯୦ ଦଶକରେ ତିରିଶ ବର୍ଷର ଭୟଙ୍କର ମରୁଡ଼ି ସମୟରେ ମୋଗଲ ସାମ୍ରାଜ୍ୟ କିପରି ପତନ ହେଲା ଏବଂ ଭାରତର ବୟନ କିପରି ଧ୍ବଂସ ହେବାକୁ ଲାଗିଲା, ସେ ବିଷୟରେ ମଧ୍ୟ ଖୋଦିତ ହୋଇ ରହିଥିବା କୁହାଯାଉଛି। ଏହି ଅଧ୍ୟୟନ ବା ଗବେଷଣାରୁ ୧୬୩୦-୧୬୩୨ ସମୟରେ ଡେକାନରେ ହୋଇଥିବା ଭୟଙ୍କର ଦୁର୍ଭିକ୍ଷକୁ ନେଇ ମଧ୍ୟ ସ୍ପଷ୍ଟ ସୂଚନା ମିଳିଛି। ମରୁଡ଼ି ହେତୁ ଲକ୍ଷ ଲକ୍ଷ ଲୋକ ଅକାଳରେ ମୃତ୍ୟୁ ବରଣ କରିଥିବା ଭଳି ଘଟଣାର ବିବରଣୀ ବି ଏହି ଗୁମ୍ପାରୁ ମିଳିଛି।
ଅନୁସନ୍ଧାନକାରୀ ଦଳରେ ସଦସ୍ୟ ଥିବା ଡାକ୍ତରୀ ଛାତ୍ର ଏଲି ରୋନ୍ କହିଛନ୍ତି ଯେ ଗୁମ୍ଫା ଭିତରେ ବାୟୁ ଏବଂ ଜଳର ପ୍ରବାହରେ ଶୁଖିଲା ପାଗରେ ବୁଡ଼ି ରହିଥିବା ଚୂନ ପଥରଗୁଡ଼ିକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଯାହାକି ଗୁମ୍ଫା ଭିତରର ପରିବେଶ ଉପରେ ଗଭୀର ପ୍ରଭାବ ପକାଇଥାଏ। ମେଘାଳୟର ଉତ୍ତର ପୂର୍ବାଞ୍ଚଳ ହିଲ ବିଶ୍ୱବିଦ୍ୟାଳୟର ଡକ୍ଟର ତିଲକ ଠାକୁରିଆ କହିଛନ୍ତି ଯେ ପୁରାତନ ତଥ୍ୟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରି ଭବିଷ୍ୟତରେ ଭୟଙ୍କର ପାଣିପାଗ ପରିବର୍ତ୍ତନକୁ ମୁକାବିଲା କରିବାରେ ଏହି ଅଧ୍ୟୟନ ପ୍ରଭାବଶାଳୀ ହୋଇପାରିବ।
wp:gallery {"linkTo":"none"} /wp:galleryଅନ୍ୟ ଜଣେ ପାଣିପାଗ ବିଜ୍ଞାନୀ ପ୍ରଫେସର ଦିନବନ୍ଧୁ ସାନିଆଲ କହିଛନ୍ତି, ଏହି ଅଧ୍ୟୟନ ରିପୋର୍ଟକୁ ଆଧାର କରି ସରକାର ଏହି ଦିଗରେ ଅଧିକ ତୀବ୍ର ଗବେଷଣା ଉପରେ ଧ୍ୟାନ ଦେବା ଉଚିତ୍। ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉତ୍ତର-ପୂର୍ବ ଭାରତରେ ଦେଖିବାକୁ ମିଳୁଛି। ଭବିଷ୍ୟତର ବିପଦ ଏବଂ ମରୁଡ଼ି ଇତ୍ୟାଦି ସମ୍ପର୍କରେ ପୂର୍ବାନୁମାନ କରିବାରେ ଏହି ଅନୁସନ୍ଧାନ,ଅଧ୍ୟୟନ ତଥା ଗବେଷଣାର ଫଳାଫଳ ବିଶେଷ ସହାୟକ ହୋଇପାରେ।