ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଋତୁସ୍ରାବ ସମସ୍ୟା

Published By : Rasmita Pradhan | December 11, 2024 12:23 PM

୧୦ରୁ ୧୪ ବର୍ଷ ବୟସ ମଧ୍ୟରେ ପ୍ରାୟତଃ ପ୍ରତ୍ୟେକ ଝିଅଙ୍କର ପ୍ରଥମ କରି ଋତୁସ୍ରାବ ଆରମ୍ଭ ହୁଏ । ଯଦି ୯ ବର୍ଷ ଆଗରୁ ୠତୁସ୍ରାବ ଆରମ୍ଭ ହୁଏ କିମ୍ବା ୧୫ ବର୍ଷ ପର୍ଯ୍ୟନ୍ତ ଆରମ୍ଭ ହୁଏ ନାହିଁ, କିଛି ସମସ୍ୟା ଥିବା ସନ୍ଦେହ କରାଯାଏ । ଏ କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ପ୍ରତି ମାସର ୨୪ରୁ ୨୮ ଦିନ ମଧ୍ୟରେ ଋତୁସ୍ରାବ ହେବା ସ୍ୱାଭାବିକ ପ୍ରକ୍ରିୟା । ଏହି ପ୍ରକ୍ରିୟା ୫ରୁ ୭ ଦିନ ଯାଏ ଚାଲିଥାଏ । ଯଦି ୨୧ ଦିନରୁ କମ୍‌ ବା ୩୮ ଦିନ ପରେ ମାସିକ ଋତୁସ୍ରାବ ହୁଏ, ଡାକ୍ତରଙ୍କ ପରାମର୍ଶ ଜରୁରି ହୋଇଥାଏ। 

ଋତୁସ୍ରାବଜନିତ ଅସୁବିଧା 

ଋତୁସ୍ରାବ ଆରମ୍ଭର ୨ କିମ୍ବା ୩ ବର୍ଷ ମଧ୍ୟରେ ଅନେକ କ୍ଷେତ୍ରରେ ଅନିୟମିତତା ଦେଖା ଦେବା ସାଧାରଣ କଥା । ଋତୁଚକ୍ରକୁ ନିୟନ୍ତ୍ରଣ କରୁଥିବା ଗ୍ରନ୍ଥିମାନେ ନିୟମିତ ହର୍‌ମୋନ୍‌ କ୍ଷରଣ ନ କରିବାରୁ ଏପରି ସମସ୍ୟା ଦେଖା ଦେଇପାରେ । ଯାହାକି ଦୁଇ ତିନି ବର୍ଷରେ ଆପେ ଆପେ ଠିକ ହୋଇଥାଏ । କେତେକ ଝିଅଙ୍କ କ୍ଷେତ୍ରରେ ଋତୁସ୍ରାବ ସମୟରେ ଖୁବ୍‌ ଜୋର୍‌ରେ ପେଟରେ ଯନ୍ତ୍ରଣା ହୁଏ । ଏହାର ଅନେକ କାରଣ ଥାଇପାରେ । ତେଣୁ ଯନ୍ତ୍ରଣା ହେଉଥିଲେ ଯଥାସମ୍ଭବ ଡାକ୍ତର ପରାମର୍ଶ କରାଇ ଚିକିତ୍ସା କରିବେ । ସେହିପରି କିଛି ଝିଅଙ୍କ କ୍ଷେତ୍ରରେ ଋତୁସ୍ରାବ ସମୟରେ ଅତ୍ୟଧିକ ରକ୍ତସ୍ରାବ ହେବା ପରି ସମସ୍ୟାମାନ ମଧ୍ୟ ଦେଖାଯାଇଥାଏ । କେମିତି ଜାଣିବେ ଅତ୍ୟଧିକ ଋତୁସ୍ରାବ ହେଉଛି?

ଲକ୍ଷଣ

-ଯଦି ଋତୁସ୍ରାବ ସାତରୁ ଅଧିକ ଦିନ ଯାଏ ଲାଗି ରହେ । 

-ଯଦି ଚାରି ଘଣ୍ଟାରୁ କମ୍‌ ସମୟ ବ୍ୟବଧାନରେ ପ୍ୟାଡ୍‌ ପରିବର୍ତ୍ତନ କରିବାକୁ ପଡୁଥାଏ । 

-ଦିନକୁ ୬ରୁ ଉର୍ଦ୍ଧ୍ୱ ପ୍ୟାଡ୍‌ ବ୍ୟବହାର କରିବାକୁ ପଡୁଥିଲେ । 

-ମାତ୍ରାଧିକ ରକ୍ତସ୍ରାବରୁ ରାତିରେ ଠିକ୍‌ ଭାବେ ନିଦ ହେଉ ନ ଥିଲେ ।

-ଋତୁସ୍ରାବ ସମୟରେ ଖଣ୍ଡ ଖଣ୍ଡ ଆକାରରେ ରକ୍ତସ୍ରାବ ହେଉଥିଲେ । ଯଦି ଏପରି ସମସ୍ୟା ଦେଖାଦେଉଥାଏ, ତୁରନ୍ତ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନେବା ଦରକାର। 

ଅନେକ କ୍ଷେତ୍ରରେ ଅତ୍ୟଧିକ ମୋଟା ହୋଇଥିବା ଝିଅମାନଙ୍କର ୪୦ କିମ୍ବା ୪୫ ଦିନରେ ଥରେ ଋତୁସ୍ରାବ ହେବା ଅଭିଯୋଗ ଆସିଥାଏ । ସେମାନଙ୍କ ସମସ୍ୟା ଜାଣିବା ପାଇଁ ଅଲ୍‌ଟ୍ରାସାଉଣ୍ଡ କରିବାକୁ ପଡ଼ିଥାଏ । ଯଦି ସମସ୍ୟା ରହିଥାଏ, ଡିମ୍ବକୋଷରେ ପାଣି ଫୋଟକା ବା ଚକ୍ଟକ୍ଷଚ୍ଚମଚ୍ଚဧସମ ଙଙ୍ଖବକ୍ସଚ୍ଚ ଥିବା ଦେଖାଯାଇଥାଏ । ଏଭଳି ସମସ୍ୟା ଥିଲେ ଠିକ୍‌ ସମୟରେ ଋତୁସ୍ରାବ ହୋଇ ନଥାଏ । ତେଣୁ ଏହାର ଚିକିତ୍ସା କରାଯିବା ଆବଶ୍ୟକ । 

ପରାମର୍ଶ 

ଏହି ସମସ୍ୟା ଥିବା ଝିଅମାନେ ନିୟମିତ ଯୋଗ, ବ୍ୟାୟାମ ଏବଂ ଖାଦ୍ୟଶୈଳୀରେ ପରିବର୍ତ୍ତନ ଦ୍ୱାରା ଓଜନକୁ ନିୟନ୍ତ୍ରିତ କରିପାରିବେ । ଏମାନେ ମାତ୍ରାଧିକ ଚର୍ବିଯୁକ୍ତ ଖାଦ୍ୟ ଯେମିତି କି ଛଣା ଭଜା, ଚଟ୍‌ପଟି ଖାଦ୍ୟ ଏବଂ ମିଠା, ଆଇସ୍‌କ୍ରିମ୍‌ଠାରୁ ଦୂରେଇ ରହିବା ଆବଶ୍ୟକ । ପ୍ରଫେସର ଡା. ବେଣୁଧର ପାଣ୍ଡେ 

ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ, ଭିମ୍‌ସାର୍‌, ବୁର୍ଲା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.