ଭଦ୍ରକ, ।୧୦: କେନ୍ଦୁଝର ଜିଲ୍ଲା ଝୁମ୍ପୁରାରୁ ପିଶାଚ ଅଭିଯୁକ୍ତକୁ ଗିରଫ କରିଛି ଭଦ୍ରକ ପୁଲିସ । ଉଦ୍ଧାର ହେଲେ ମାନସିକ ବିକୃତ ମହିଳା । କେନ୍ଦୁଝର ସଦର ପୁଲିସ ସହାୟତରେ ଅଭିଯୁକ୍ତ ଏମଡି ସୁଦାମ ହୁସେନ ଗିରଫ କରି ଶନିବାର ଭୋର ସମୟରେ ଭଦ୍ରକ ଫେରିଛି ଟ୍ରକ୍‌କୁ ଜବତ ବି କରାଯାଇଛି । ସୂଚନାନୁସାରେ, ଚରମ୍ପା ଅଞ୍ଚଳରୁ ଅଭିଯୁକ୍ତ ଜଣକ ଜଣେ ମାନସିକ ବିକୃତ ମହିଳାଙ୍କୁ ଟେକି ନେଇ ବରପଦା ଗଣି ଜାଙ୍ଗ ଅଞ୍ଚଳରେ ଛାଡ଼ି ଦେଇଥିଲେ ।  ପରେ ପୁଲିସ ସମ୍ପୃକ୍ତ ମହିଳାଙ୍କୁ ରାନ୍ଦିଆ ନିକଟ ଅଞ୍ଚଳରୁ ଉଦ୍ଧାର କରିଛି

କହିରଖୁଛୁ ଯେ, ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଚରମ୍ପା ରାସ୍ତାକଡ଼ରୁ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ମାନସିକ ଅନଗ୍ରସର ମହିଳାଙ୍କୁ ଟ୍ରକ ଡ୍ରାଇଭର ଜଣକ ରାସ୍ତାକଡ଼ରୁ ଅପହରଣ କରି ଚମ୍ପଟ୍ ମାରିଥିଲା । ଦୁଷ୍କର୍ମ ପରେ ତାଙ୍କୁ ରାସ୍ତାରେ ଛାଡ଼ି ଚାଲିଯାଇଥିଲା ଅପହରଣ ବେଳର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଥିଲା ଏହି ଭିଜୁଆଲ ଭାଇରାଲ ପରେ ଭଦ୍ରକ ଏସ୍‌ପି ସ୍ୱତନ୍ତ୍ର ପୁଲିସ୍ ଟିମ୍ ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଭଦ୍ରକ ଟାଉନ ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ଓ ପୁଲିସ ଟିମ୍ ତଦନ୍ତ ଆରମ୍ଭ କରିଥିଲେ । ବିଭିନ୍ନ ଟୋଲ ଗେଟ୍‌ରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଅନୁଧ୍ୟାନ କରିବା ପରେ ଶେଷରେ କେନ୍ଦୁଝରରେ ଅଭିଯୁକ୍ତ ସୁଦାମଙ୍କୁ ଧରିବାରେ ସଫଳ ହୋଇଥିଲେ । ଅଭିଯୁକ୍ତ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମଧ୍ୟ ବିଭିନ୍ନ ମହଲରୁ ଦାବି ହୋଇଛି ସେପଟେ ଉଦ୍ଧାର ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ମେଡିକାଲରେ ଯାଞ୍ଚ କରାଯାଉଛି