୧୧୦୦ କୋଟି ଟଙ୍କାରେ ବିକ୍ରି ହେଲା ମର୍ସିଡିଜ୍ 300 SLR, ୧୯୫୫ ମସିହାରେ ୨ଟି ମଡେଲ ଆଣିଥିଲା କମ୍ପାନୀ

ନୂଆଦିଲ୍ଲୀ ୨୦/୫: ଲକ୍ସରୀ କାର୍ କଥା କହିବା ତ ଏହି ତାଲିକାରେ ସର୍ବପ୍ରଥମେ ମର୍ସିଡିଜ୍ ବେଞ୍ଜ ନାଁ ଆସିଥାଏ। ଏହି ଜର୍ମାନ କାର କମ୍ପାନୀର ଏକ କାର୍ ନିକଟରେ ନିଲାମ ହୋଇଛି । ଏହା ପରେ ମର୍ସିଡିଜ୍ ବେଞ୍ଜ ୩୦୦ SLR ବିଶ୍ୱର ସବୁଠାରୁ ମହଙ୍ଗା ନିଲାମ ହୋଇଥିବା କାର ପାଲଟିଯାଇଛି । ୧୯୫୫ ମଡେଲର ସ୍ପୋର୍ଟ୍ସ କାର ମର୍ସିଡିଜ୍ ବେଞ୍ଜ ୩୦୦ SLR ଏକ ପ୍ରାଇଭେଟ୍ ଅକ୍ସନରେ ପ୍ରାୟ ୧୧୦୦ କୋଟି ଟଙ୍କା(୧୪୩ ମିଲିୟନ୍ ଡଲାର)ରେ ନିଲାମ ହୋଇଛି । ରିପୋର୍ଟ୍ସ ଅନୁସାରେ ଏହି କାରକୁ ଏକ ଆମେରିକାନ ବିଜନେସମ୍ୟାନ୍ ଡେଭିଡ୍ ମ୍ୟାକନିଲ୍ କିଣିଛନ୍ତି ।
ମର୍ସିଡିଜ ୩୦୦ ଏସଏଲଆରକୁ ୧୯୫୫ ମସିହାରେ ପ୍ରସ୍ତୁତ କରିଥିଲା । କମ୍ପାନୀ ଏହାର ୨ଟି ମଡେଲ ପ୍ରସ୍ତୁତ କରିଥିଲା । ସେବେଠୁ ମର୍ସିଡିଜ୍ ବେଞ୍ଜ ହିଁ ଏହି କାରକୁ ଦେଖାରଖା କରୁଛି । Mercedes-Benz 300 SLR ନିଜ ଲୁକ୍ସ ଏବଂ ପରଫମାନ୍ସ ଯୋଗୁଁ ବିଶ୍ୱର ସବୁଠାରୁ ଫେମସ ଏବଂ ମହଙ୍ଗା କ୍ଲାସିକ୍ କାର ତାଲିକାରେ ସାମିଲ ହୋଇଥାଏ । ଏହା ଏକ ରେସିଂ କାର୍ । ଏହାର ଲୁକ୍ସ ବହୁତ ଜବରଦସ୍ତ । ଏଥିରେ ୩.୦ ଲିଟରର ଇଞ୍ଜିନ୍ ରହିଛି । ଏହାର ଟପସ୍ପିଡ୍ ୧୮୦ KM/H । ୧୯୫୬ରେ ସବୁଠୁ ମହଙ୍ଗା ଦାମରେ ବିକ୍ରି ହୋଇଥିବା ମର୍ସିଡିଜ୍ ବେଞ୍ଜ ୩୦୦ ଏସଏଲଆରକୁ ଲୋକମାନେ ‘Mona Lisa Of Cars’ ମଧ୍ୟ କୁହନ୍ତି ।

କମ୍ପାନୀ ଏହି ନିଲାମୀକୁ ସିକ୍ରେଟ ରଖିଥିଲା ଏବଂ କେବଳ ୧୦ ଜଣଙ୍କୁ ଡକାଯାଇଥିଲା । କେବଳ ଅଟୋମୋବାଇଲ ଫିଲ୍ଡ ସହିତ ଜଡିତ ବ୍ୟକ୍ତିତ୍ୱଙ୍କୁ ଡକାଯାଇଥିଲା । ଏହାର ନିଲାମୀ ଜର୍ମାନୀର ଷ୍ଟଟଗାର୍ଟ ସ୍ଥିତ ମର୍ସିଡିଜ୍ ବେଞ୍ଜ ମ୍ୟୁଜିୟମରେ ହୋଇଥିଲା । ଏହି ନିଲାମୀରେ ୩୦୦ ଏସଏଲଆର୍ ଫେରାରୀ ୨୫୦ ଜିଟିଓର ନିଲାମୀର ରେକର୍ଡ ଭାଙ୍ଗି ଦେଇଛି । ଫେରାରୀ ୫୪୨ କୋଟି ଟଙ୍କା(୭୦ ମିଲିୟନ ଡଲାର)ରେ ବିକ୍ରି ହୋଇଥିଲା ।