ନୂଆଦିଲ୍ଲୀ,୨୩/୦୬: ବର୍ତ୍ତମାନ ଫିଫା ବିଶ୍ୱକପ୍ ଚାଲିଛି। ଆର୍ଜେଣ୍ଟିନାର କିମ୍ବଦନ୍ତୀ ଖେଳାଳି ଲିଓନେଲ ମେସି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଗୋଲ ସ୍କୋର କରିବାର ରେକର୍ଡ ସ୍ଥାପନ କରିଛନ୍ତି। ସୋମବାର (ଜୁନ୍ ୨୨) ଦିନ ଡଲାସରେ ଅଷ୍ଟ୍ରିଆ ବିପକ୍ଷରେ ଏକ ମ୍ୟାଚ୍ ରେ, ମେସି ଦୁଇଟି ଗୋଲ କରି ତାଙ୍କ ଦଳକୁ ବିଜୟୀ କରାଇଥିଲେ ଏବଂ ଏହି ରେକର୍ଡ ସ୍ଥାପନ କରିଥିଲେ। ତଥାପି, ୨୭ ବର୍ଷୀୟ କିଲିୟନ ଏମବାପ୍ପେ ୩୮ ବର୍ଷୀୟ ମେସିଙ୍କ ରେକର୍ଡ ଭାଙ୍ଗିବା ପାଇଁ ଲାଗିପଡ଼ିଛନ୍ତି।

କୁହାଯାଉଛି ଯେ, ମେସି ତାଙ୍କର ଶେଷ ବିଶ୍ୱକପ୍ ଖେଳୁଛନ୍ତି। ତାଙ୍କୁ ୩୮ ବର୍ଷ ବୟସ, ଏବଂ ଏହା ତାଙ୍କର ଷଷ୍ଠ ବିଶ୍ୱକପ୍। ଅନ୍ୟପକ୍ଷରେ, ୨୭ ବର୍ଷୀୟ ଏମବାପ୍ପେ ତାଙ୍କର ତୃତୀୟ ବିଶ୍ୱକପ୍ ଖେଳୁଛନ୍ତି। ସେମାନଙ୍କ ମଧ୍ୟରେ କେବଳ ଦୁଇଟି ଗୋଲର ପାର୍ଥକ୍ୟ ଅଛି; ମେସିଙ୍କ ନାଁରେ ୧୮ ଟି ବିଶ୍ୱକପ୍ ଗୋଲ ରହିଥିବା ବେଳେ ଏମବାପ୍ପେ ପାଖରେ ୧୬ ଟି ଗୋଲ୍‌ ରହିଛି।

ଲିଓନେଲ୍ ମେସି ଫିଫା ବିଶ୍ୱକପ୍ ଗୋଲ - ୧୮

୨୦୦୬ ବିଶ୍ୱକପ୍ - ୧ ଗୋଲ

୨୦୧୦ ବିଶ୍ୱକପ୍ - କୌଣସି ଗୋଲ ନାହିଁ

୨୦୧୪ ବିଶ୍ୱକପ୍ - ୪ ଗୋଲ

୨୦୧୮ ବିଶ୍ୱକପ୍ - ୧ ଗୋଲ

୨୦୨୨ ବିଶ୍ୱକପ୍ - ୭ ଗୋଲ

୨୦୨୬ ବିଶ୍ୱକପ୍ - ୫ ଗୋଲ (ଖବର ଲେଖାଯିବା ସୁଦ୍ଧା)

ଫ୍ରାନ୍ସର ସୁପରଷ୍ଟାର ଷ୍ଟ୍ରାଇକର ଏମବାପ୍ପେ ଆଗକୁ ବଢ଼ିବାରେ ଲାଗିଛନ୍ତି; ସେ ଏପର୍ଯ୍ୟନ୍ତ ୧୬ ଗୋଲ୍ କରିଛନ୍ତି ଏବଂ ମିରୋସ୍ଲାଭ କ୍ଲୋସେଙ୍କ ରେକର୍ଡର ସମକକ୍ଷ ହୋଇ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସେ ମେସିଙ୍କ ରେକର୍ଡ କେବେ ଭାଙ୍ଗିବେ ତାହା ଦେଖିବା ଆକର୍ଷଣୀୟ ହେବ।

କ୍ରିଡ଼ା ସମ୍ପର୍କତ ଖବର ପଢ଼ନ୍ତୁ: Lionel Messi: ମେସି ମ୍ୟାଜିକ୍‌; ବିଶ୍ୱକପ ଇତିହାସରେ ସର୍ବାଧକ୍ ଗୋଲ୍‌ ସ୍କୋର କଲେ, କ୍ଲୋଜଙ୍କ ରେକର୍ଡ ଭାଙ୍ଗିଲେ

କିଲିଆନ୍ ଏମବାପ୍ପେ ଫିଫା ବିଶ୍ୱକପ୍ ଗୋଲ୍ - ୧୬

୨୦୧୮ ବିଶ୍ୱକପ୍ - ୪ ଗୋଲ

୨୦୨୨ ବିଶ୍ୱକପ୍ - ୮ ଗୋଲ

୨୦୨୬ ବିଶ୍ୱକପ୍ - ୪ ଗୋଲ (ଖବର ଲେଖାଯିବା ସୁଦ୍ଧା)

ଏହି ଉଭୟ ଖେଳାଳି ଏହି ବିଶ୍ୱକପ୍‌ରେ ସର୍ବାଧିକ ଗୋଲ ଦେବାର ରେକର୍ଡ ଭାଙ୍ଗିଛନ୍ତି। ଏହି ରେକର୍ଡ ପୂର୍ବରୁ ୨୦୧୪ ପରଠାରୁ ଜର୍ମାନ ଷ୍ଟ୍ରାଇକର ମିରୋସ୍ଲାଭ କ୍ଲୋସେଙ୍କ ନାଁରେ ଥିଲା।

ଅଧିକ ପଢ଼ନ୍ତୁ: FIFA 2026: କ୍ରୋଏସିଆର କିମ୍ବଦନ୍ତୀ ଲୁକା ମୋଡ୍ରିକ; ଶରଣାର୍ଥୀ ଶିବିରରେ କାଗଜ ବଲରୁ ବିଶ୍ବକପ୍ ଫାଇନାଲ୍, ଯୁଦ୍ଧ ଜୋନରେ ବିତିଛି ଜୀବନ

ମିରୋସ୍ଲାଭ କ୍ଲୋସେ ଫିଫା ବିଶ୍ୱକପ୍ ଗୋଲ - ୧୬

୨୦୦୨ ବିଶ୍ୱକପ୍ - ୫ ଗୋଲ

୨୦୦୬ ବିଶ୍ୱକପ୍ - ୫ ଗୋଲ

୨୦୧୦ ବିଶ୍ୱକପ୍ - ୪ ଗୋଲ

୨୦୧୪ ବିଶ୍ୱକପ୍ - ୨ ଗୋଲ

କ୍ଲୋସେ ୨୦୦୬ ମସିହାରେ ବ୍ରାଜିଲିୟ ଷ୍ଟ୍ରାଇକର ରୋନାଲ୍ଡୋ କରିଥିବା ରେକର୍ଡ ଭାଙ୍ଗିଥିଲେ। ରୋନାଲ୍ଡୋ ୧୫ ଗୋଲ୍ ସହିତ ଏହି ରେକର୍ଡର ଅଧିକାରୀ ଥିଲେ। ୧୯୭୪ ମସିହାରେ ୧୩ ଗୋଲ୍ କରି ଇତିହାସ ରଚିଥିବା ମୁଲରଙ୍କ ରେକର୍ଡ ଭାଙ୍ଗିଥିଲେ କ୍ରିଷ୍ଟିଆନୋ ରୋନାଲ୍ଡୋ।

ରୋନାଲ୍ଡୋ ଫିଫା ବିଶ୍ୱକପ୍ ଗୋଲ - ୧୫

୧୯୯୪ ବିଶ୍ୱକପ୍ - କୌଣସି ଗୋଲ ନାହିଁ

୧୯୯୮ ବିଶ୍ୱକପ୍ - ୪ ଗୋଲ

୨୦୦୨ ବିଶ୍ୱକପ୍ - ୮ ଗୋଲ

୨୦୦୬ ବିଶ୍ୱକପ୍ - ୩ ଗୋଲ​​​​​​​

ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: IPL Deal: ୨୭ କୋଟିର ଋଷବ ୧୫ କୋଟିରେ ଦିଲ୍ଲୀ ଫେରିଲେ, କୁଳଦୀପଙ୍କୁ ଏତିକି ଟଙ୍କାରେ କିଣିଲା ଲକ୍ଷ୍ନୌ