ପୁରୀ,୨୨/୦୬: ରବିବାର ରାତିରେ ପଞ୍ଚମହାଦେବଙ୍କୁ ପନ୍ତି ଅର୍ପଣ କରିଛନ୍ତି ରଥ ନିର୍ମାଣକାରୀ । ଭୋଇ ସେବକମାନେ କାଠ ବରଗାରେ ସ୍ୱତନ୍ତ୍ର ପନ୍ତି ଘର ନିର୍ମାଣ କରିଥିଲେ । ପନ୍ତି ଗ୍ରହଣ ପାଇଁ ୫ଘର ନିର୍ମାଣ ହୋଇଥିଲା । ଦେବଦମ୍ପତିି ରଥ ଖଳାରେ ଏକତ୍ର ହେଲା ପରେ ଭୋଗ ଅର୍ପଣ କରାଯାଇଥିଲା । ରଥ ଖଳାରେ ବିଶ୍ୱକର୍ମାମାନେ କଳସ ନିର୍ମାଣ କରୁଛନ୍ତି । ରଥ ଅଗ୍ରଭାଗର ମୁଖ୍ୟ ଅଂଶ ହେଉଛି ‘କଳସ’ । କଳସର ବିଭିନ୍ନ ଅଂଶକୁ ଅଲଗା ଅଲଗା ତିଆରି କରି ସଂଯୋଗ କରାଯାଇଛି ।
ବିଶ୍ୱକର୍ମା ଆଗେ କଳସର ପିଣ୍ଡି କାମ ସାରିଲେ । ପରେ ପାଖୁଡ଼ା କାର୍ଯ୍ୟ ହେଲା । କଳସରେ ୩୨ଟି ପାଖୁଡ଼ା ଲାଗିଛି । ନିମ୍ନ ତୁମ୍ୱରେ ୧୬ଟି ବିନ୍ଧ କରାଗଲା । ସେଥିରେ ୧୬ଟି ପାଖୁଡ଼ା ବସିଛି । ତା’ଉପରେ ଚକା ଲାଗି ପୁନର୍ବାର ଷୋହଳଟି ପାଖୁଡ଼ା ଲାଗିବା ପରେ ଉପର ତୁମ୍ୱ ରଖାଗଲା । ତା ଉପରେ ରୁହେ ତୁମ୍ୱ ଡାଙ୍ଗିଆ । ଏବେ କଳସରେ ଆଲୁମିନିୟମ୍ ଚାଦର ବୁଲାଯାଇଛି । ପରେ ଚିତ୍ରକର ସେବକ କଳସ ରଙ୍ଗ କରିବେ । କଳସ ମୁଖ୍ୟତଃ ହାଲୁକା କାଠରେ ତିଆରି କରାଯାଉଛି ।
ଅଧିକ ପଢ଼ନ୍ତୁ :- Rath Khala Update: ରଥ ଖଳାରେ ପାରାଭାଡ଼ି କାର୍ଯ୍ୟ ଶେଷ, ଚାଲିଛି ଚନ୍ଦ୍ରଶାଳୀ ତିଆରି
ବିଶ୍ୱକର୍ମାମାନେ ରଥ ଦୁଆର ଘଡ଼ା କାର୍ଯ୍ୟ ଶେଷ କରୁଛନ୍ତି । ଚାରି କୋଣକୁ ଛାଡ଼ି ରଥରେ ପଟା ବାଡ଼ିଆ ଶେଷ ହୋଇଛି । ରଥ ଚକର ପହିରେ ଲୁହା ପ୍ଲେଟ ଲାଗିଛି । ଗୁଜକୁ ଦଣ୍ଡା ଆଦିକୁ ମିଶାଇ ଏଲ୍ କ୍ଲାମ୍ପ ଲଗାଯାଇ ରଥକୁ ମଜଭୁତ୍ କରାଯାଉଛି । ମୁଖ୍ୟ ବିଶ୍ୱକର୍ମାଙ୍କ ପରାମର୍ଶ କ୍ରମେ ଭୋଇ ସେବକମାନେ ରଥ କାର୍ଯ୍ୟ କରୁଛନ୍ତି । ରୂପକାର, ଓଝା, କରତୀ ଓ ଚିତ୍ରକର ସେବକମାନେ ନିଜ ନିଜ କାର୍ଯ୍ୟରେ ଲାଗିଛନ୍ତି । ସହାୟକଙ୍କୁ ମିଶାଇ ମୋଟ ୨୨୭ ଜଣ ନିର୍ମାଣକାରୀ ରଥ ନିର୍ମାଣରେ ନିୟୋଜିତ ହୋଇଛନ୍ତ