ନୂଆଦିଲ୍ଲୀ : ଚେନ୍ନାଇ ଆଗରେ ୧୬୦ ରନର ଲକ୍ଷ୍ୟ ରଖିଲା ମୁମ୍ବାଇ । ୭ ଓ୍ବିକେଟ ବିନିମୟରେ ୧୫୯ ରନ କରିବାରେ ସକ୍ଷମ ହୋଇଛି ପାଣ୍ଡ୍ୟା ବାହିନୀ । ଦଳ ପକ୍ଷରୁ ନମନ ଧୀର ସର୍ବାଧିକ ୩୭ ବଲରୁ ୫୭ ରନ୍ କରିଛନ୍ତି । CSK ପକ୍ଷରୁ କମ୍ବୁଜ ସର୍ବାଧିକ ୩ ଓ୍ବିକେଟ ଅକ୍ତିଆର କରିଛନ୍ତି । ବାକି ବୋଲରଙ୍କ ମଧ୍ୟରେ ନୂର ଅହମ୍ମହ ୨ ଓ୍ବିକେଟ୍ ଅକ୍ତିଆର କରିଛନ୍ତି ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଦଳ ଚେପକରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଓପନର ଓ୍ବିଲ୍ ଜ୍ରାକ୍ସ ମାତ୍ର ୧ ରନ୍ କରି କମ୍ବୁଜଙ୍କ ବଲରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ । ପରେ ନମନ ଧୀର ଏବଂ ରିକଲଟନ୍ ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ । ରକିଟନ ୩୭ ରନ କରିଥିବାବେଳେ ନମନ ଧୀର ୫୭ ରନ୍ କରିଥିଲେ । ଏହାପରେ ଦଳର ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ ୨୧, ତିଲକ ବର୍ମା ୫ ରନ କରିଥିଲେ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୨୩ ବଲରୁ ୧୮ ରନ କରିଥିଲେ ।
ଏହାସହ ପଢ଼ନ୍ତୁ : ଗଣତି ପୂର୍ବରୁ ମମତାଙ୍କ ବଡ଼ ଦାବି, କହିଲେ ୨୦୦ରୁ ଅଧିକ ଆସନରେ ଜିତିବୁ