ନୂଆଦିଲ୍ଲୀ: ଆସନ୍ତା ୪ ତାରିଖରେ ପ୍ରକାଶ ପାଇବ ପଶ୍ଚିମବଙ୍ଗର ନିର୍ବାଚନ ଫଳାଫଳ । ଏହା ପୂର୍ବରୁ ପ୍ରକାଶ ପାଇଥିବା ଏଗଜିଟ୍ ପୋଲ୍ ସର୍ଭେ ବିଜେପି ସପକ୍ଷରେ ମତ ପ୍ରକାଶ କରିଛି । ଦିଦିଙ୍କ ସରକାରର ଅନ୍ତ ଅନ୍ତ ଘଟୁଥିବାବେଳେ ବିଜେପି ନୂଆ ସରକାର ଗଠନ କରିବ । ତେବେ ଏହାକୁ ଟିଏମସି ଖଣ୍ଡନ କରିଛି । ଗଣତି ପୂର୍ବରୁ ନିଜର ଏଜେଣ୍ଟଙ୍କୁ ସମ୍ବୋଧନ କରି ମମତା କହିଛନ୍ତି କି, ଏଗଜିଟ୍ ପୋଲ ଅବାନ୍ତର । ଏହାକୁ ବିଶ୍ବାସ କରନାହିଁ । ଏହା ଷ୍ଟକ ମାର୍କେଟକୁ ବଞ୍ଚାଇବା ପାଇଁ ଏଭଳି ପ୍ରକାଶ କରାଯାଇଛି ।
ମତଗଣନା ପୂର୍ବରୁ ମମତା ଭର୍ଚ୍ଚୁଆଲ ବୈଠକରେ ଯୋଗଦେଇ କାଉଣ୍ଟି ଏଜେଣ୍ଟଙ୍କୁ କହିଛନ୍ତି କି, ଆମେ ବଡ଼ ବ୍ୟବଧାନରେ ବିଜୟ ହାସଲ କରୁଛେ । ୨୦୦ରୁ ଅଧିକ ଆସନରେ ଟିଏମସି ଜିତିବ ବୋଲି ଯୁକ୍ତି ବାଢ଼ିଛନ୍ତି ମମତା । ଏହାସହ ସେ କହିଛନ୍ତି କି, ସେମାନେ ଗଣତିରେ ଖେଳ କରିବେ । ଆମେ ମଧ୍ୟ ଦେଖିବା ସେମାନେ କେତେ ବଡ଼ ଖେଳାଳି । ଆମ ପାଖରେ ମଧ୍ୟ ଖେଳାଳିଙ୍କ ଅଭାବ ନାହାନ୍ତି । ଆମେ ମଧ୍ୟ ଗଣତିରେ ଖେଳ କରିବୁ ।
ଏଜେଣ୍ଟଙ୍କ ମମତା ପରାମର୍ଶ ଦେଇଛନ୍ତି କି, ଆପଣମାନେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମତ ଗଣନା କେନ୍ଦ୍ର ଛାଡ଼ନାହିଁ । ଯଦି କେଉଁଠି ୨୦୦-୩୦୦ ଭୋଟ ବ୍ୟବଧାନ ରହୁଛି ତାହେଲେ ପୁଣିଥରେ ଗଣିବା ପାଇଁ ଦାବି କରନ୍ତୁ । ଏହାସହ ସମେସ୍ତ ନିଜ ଘରୁ ଖାଦ୍ୟ ନେଇ ଯାଆନ୍ତୁ । ବାହାର ଖାଦ୍ୟ ଖାଇଲେ ଯଦି କେହି କିଛି ମିଶ୍ରଣ କରିଥାଇପାରନ୍ତି । ଏହା ପୂର୍ବିଦିନ ଠାରୁ ପାନ ଜର୍ଦ୍ଦା ଛାଡ଼ନ୍ତୁ । ଏହାସହ କାଳେ ଷ୍ଟ୍ରଙ୍ଗ ରୁମରୁ ଇଭିଏମ ବଦଳାଇ ଦେବେ ଏଣୁ ଏହା ପୂର୍ବରୁ ଯାଇ ପହଞ୍ଚିବା ସହ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅଭିଷେକ ବାନାର୍ଜୀ ଏଜେଣ୍ଟମାନଙ୍କୁ କହିଥିଲେ ଯେ ମେସିନ୍ ଆଣିବା ପରେ, ସିରିଏଲ୍ ନମ୍ବର ଫର୍ମ 17c ସହିତ ମେଳ ଖାଇବା ଆବଶ୍ୟକ। ଯଦି ଏହା ମେଳ ଖାଏ ନାହିଁ, ତେବେ ଏହାକୁ ଖୋଲାଯାଇପାରିବ ନାହିଁ। ତା’ପରେ, ସେମାନଙ୍କୁ VVPAT ଗଣନା ପାଇଁ ଅନୁରୋଧ କରିବାକୁ ପଡିବ। ଯଦି ଏହା ମେଳ ଖାଏ, ତେବେ ପରବର୍ତ୍ତୀ ପଦକ୍ଷେପ ହେଉଛି ସିଲ୍, ତାରିଖ ଏବଂ ସମୟ ମେଳ ଖାଇବା। ତା’ପରେ, ନିୟନ୍ତ୍ରଣ ୟୁନିଟ୍ ଚାଲୁ କରନ୍ତୁ ଏବଂ ମୋଟ ଗଣନା କରନ୍ତୁ। ଏହା ସେମାନଙ୍କୁ କହିବ ଯେ ମେସିନ୍ ଏବଂ ଫର୍ମ 17c ମେଳ ଖାଉଛି। ତା’ପରେ ମେସିନ୍ ଖୋଲାଯିବ।
ସେ କହିଲେ, "ଏକ ଡାଏରୀ ନିଅ। ପ୍ରତ୍ୟେକ ମେସିନର କ୍ରମିକ ସଂଖ୍ୟା ଲେଖି ରଖ ଯେ ଆମ ପ୍ରାର୍ଥୀ ଅନ୍ୟ ପ୍ରାର୍ଥୀଙ୍କ ତୁଳନାରେ କେତେ ଭୋଟ ପାଇଛନ୍ତି। ମନେରଖ, ସେମାନେ ମହାରାଷ୍ଟ୍ର, ବିହାର ଏବଂ ମଧ୍ୟପ୍ରଦେଶରେ ଏହା କରିଥିଲେ। ଏହି ଅଞ୍ଚଳ ବହୁତ ଗୁରୁତ୍ୱପୂର୍ଣ୍ଣ।"
ଏହାସହ ପଢ଼ନ୍ତୁ : ସୁଲତାନପୁର ମାନହାନି ମାମଲାରେ ରାହୁଲଙ୍କୁ ବଡ଼ ଆଶ୍ବସ୍ତି