ଏଲିମିନେଟର ମୁକାବିଲାରେ ମୁହାଁମୁହିଁ ହେବେ ମୁମ୍ବାଇ-ଲକ୍ଷ୍ନୌ; ଟସ୍ ଜିତି ମୁମ୍ବାଇର ବ୍ୟାଟିଂ ନିଷ୍ପତ୍ତି

ଚେନ୍ନାଇ,୨୪/୦୫: ଆଇପିଏଲ୍ ୨୦୨୩ର ଏଲିମେଟର୍ ମ୍ୟାଚ୍ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଚେନ୍ନାଇର ଏମ.ଏ.ଚିଦାମ୍ବରମ ଷ୍ଟାଡିୟମରେ ବୁଧବାର ଖେଳାଯିବ। ତେବେ ମ୍ୟାଚ୍ ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ମୁମ୍ବାଇ। ଏହି ନିର୍ଣ୍ଣାୟକ ମ୍ୟାଚରେ ଯେଉଁଦଳ ଜିତିବ ସେ ଦ୍ୱିତୀୟ କ୍ବାଲିଫାୟର ମ୍ୟାଚ୍ ଖେଳିବ। ବିଜେତା ଦଳ ଦ୍ୱିତୀୟ କ୍ବାଲିଫାୟର ମ୍ୟାଚ୍ରେ ଗୁଜୁରାଟ ଟାଇଟାନ୍ସକୁ ଭେଟିବ। ଲିଗ୍ ମ୍ୟାଚରେ ଲକ୍ଷ୍ନୌ ମୁମ୍ବାଇକୁ ୫ ରନ୍ରେ ହରାଇଥିଲା। ତେବେ ଆଜିର ମ୍ୟାଚରେ ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ହୋଇପାରେ। ଲକ୍ଷ୍ନୌ ପଏଣ୍ଟ ଟେବୁଲର ତିନି ନମ୍ବରରେ ଥିବା ବେଳେ ମୁମ୍ବାଇ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି।
ଲକ୍ଷ୍ନୌ ସୁପର ଜିଆଣ୍ଟସ୍ର ଚୁଡ଼ାନ୍ତ ଏକାଦଶ:
ଆୟୁଷ ବାଦୋନି, ଦୀପକ ହୁଡ୍ଡା, ପ୍ରେରକ ମାନ୍କଡ, ମାର୍କସ ଷ୍ଟୋଇନିସ, ନିକୋଲାସ ପୁରାନ (ଓ୍ବିକେଟ କିପର), କ୍ରୁନାଲ ପାଣ୍ଡ୍ୟା (ଅଧିନାୟକ), କୃଷ୍ଣାପ୍ପା ଗୌତମ, ରବି ବିଷ୍ଣୋଇ, ନବୀନ-ଉଲ-ହକ, ୟଶ ଠାକୁର, ମୋହସିନ୍ ଖାନ
ମୁମ୍ବାଇ ଇଣ୍ଡିଆନ୍ସର ଚୁଡ଼ାନ୍ତ ଏକାଦଶ:
ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ (ଓ୍ବିକେଟ କିପର), କ୍ୟାମେରନ୍ ଗ୍ରୀନ୍, ସୂର୍ଯ୍ୟକୁମାର ଯାଦବ, ଟିମ୍ ଡେଭିଡ, ନେହଲ ୱାଧେରା, କ୍ରିସ ଜୋର୍ଡାନ, ହ୍ରିତିକ ଶୌକିନ, ପୀୟୁଷ ଚାୱଲା, ଜେସନ ବେହେରେଣ୍ଡର୍ଫ, ଆକାଶ ମାଧୱାଲ