ନୂଆଦିଲ୍ଲୀ : ପ୍ରେମରେ ପଡ଼ିଲେ, ସ୍ବାମୀଙ୍କୁ ଛାଡ଼ିଲେ । ଛାତ୍ରପତ୍ର ଦେଇ ନୂଆ ସଂସାର ଗଢ଼ିବା ଆଶାରେ ରହିଥିଲେ । ଶେଷରେ ପ୍ରେମିକ ଦେଲା ଧୋକା । ଅନ୍ୟ ଯୁବତୀଙ୍କୁ ବିବାହ କରିଥିବାବେଳେ ହତାଶ ହୋଇଛନ୍ତି ମହିଳା ଜଣକ । ଗୋଟିଏ ଛୁଆର ମାଆ ଥିବା ଏହି ମହିଳା ଜଣକ ନିରାଶ ହେବା ପରେ ନେଇଛନ୍ତି ଆଇନର ଆଶ୍ରୟ । ଉତ୍ତରାଖଣ୍ଡର ପିଥୋରାଗଡ଼ରୁ ଆସିଛି ଏଭଳି ଏକ ଖବର । ୨୦୨୪ ମସିହାରୁ ଶାରୀରିକ ସମ୍ପର୍କ ରଖି ଆସୁଥିବା ପ୍ରେମିକ ନାଁରେ ଅଭିଯୋଗ କରିବା ପରେ ପୁଲିସ ପଚରାଉଚରା କରୁଛି ।
ମିଳିଥିବା ଖବର ଅନୁସାରେ, ମହିଳା ଜଣକ ବିବାହିତ ରହିଥିବାବେଳେ ତାଙ୍କର ଗୋଟିଏ ଝିଅ ରହିଛି । କିନ୍ତୁ ଜଣେ ସମ୍ପର୍କୀୟ ଭାଇ ସହ ସମ୍ପର୍କ ବଢ଼ିବା ଆରମ୍ଭ ହୋଇଥିଲା । ଉଭୟ ପ୍ରେମରେ ପଡ଼ିଥିଲେ । ଆଉ ଶେଷରେ ଖରାପ ସମ୍ପର୍କ ରଖିଥିଲେ । ମହିଳା ଜଣକଙ୍କୁ ବିବାହ କରିବା ପାଇଁ ପ୍ରତିଶୃତି ମଧ୍ୟ ଦେଇଥିଲେ । ଆଉ ମହିଳା ତାଙ୍କ ସ୍ବାମୀଙ୍କଠାରୁ ଛାଡ଼ପତ୍ର ଆଣିବା ପରେ ବିବାହ କରିବା ପାଇଁ ବାରମ୍ବାର କହିଥିଲେ । ଦୋଛକିରେ ରହିଥିବା ମହିଳା ଜଣକ ଶେଷରେ ୨୦୨୫ ମସିହାରେ ସ୍ବାମୀଙ୍କଠାରୁ ଅଲଗା ହୋଇଥିଲେ ।
ଏହାସହ ପଢ଼ନ୍ତୁ : କେମିତି ହେଲେ CBSE ବୋର୍ଡ ପରୀକ୍ଷାରେ ଟପ୍ପର ? ଆଲିସା ବିଶ୍ୱାଳ ଓ ଟିନା ରଥ କହିଲେ ସଫଳତାର ମନ୍ତ୍ର
ଛାଡ଼ପତ୍ର ଦେବା ପରେ ପ୍ରେମିକଙ୍କ ସହ ଅଧିକ ଘନିଷ୍ଠ ହୋଇଥିଲେ । କିନ୍ତୁ ଯେତେବେଳେ ବାହାଘର କଥା ଉଠିଥିଲା ଯୁବକ ଜଣକ ଦୂରେଇ ଯାଇଥିଲେ । ମହିଳା ଜଣକ ନିଜର ଦୁଃଖ କହିଥିଲେ, ତୁମ ପାଇଁ ଛାଡ଼ପତ୍ର ନେଲି ହେଲେ ଏମିତି କାହିଁକି କହୁଛ । ଶେଷରେ ଜାଣିବା ବେଳକୁ ଯୁବକ ଜଣକ ଅନ୍ୟ ଜଣକୁ ବିବାହ କରିସାରିଥିଲେ । ମହିଳା ଜଣକ ଏ କଥା ଜାଣିବା ପରେ ଭାଙ୍ଗିପଡ଼ିଥିଲେ । ଏବଂ ଥାନାରେ ଅଭିଯୋଗ କରିଥିଲେ । ମୋ ସହ ଶାରିରୀକ ସମ୍ପର୍କ ରଖିବା ପରେ ମୋତେ ଧୋକା ଦେଇଥିବା ସେ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୋଗ ପରେ ଯୁବକଙ୍କୁ ଆଣି ଥାନାରେ ପଚରାଉଚରା କରୁଛି ।