ନୂଆଦିଲ୍ଲୀ : ଡି-କକଙ୍କ ଦମଦାର ପାଳି । ଅପରାଜିତ ଶତକ ହାସଲ କଲେ ଡି-କକ । ଶାତକ ବଳରେ ୬ ଓ୍ବିକେଟରେ ୧୯୫ ରନ କଲା ମୁମ୍ବାଇ । ପଞ୍ଜାବ ଆଗରେ ୧୯୬ ରନର ବିଜୟ ଲକ୍ଷ୍ୟ । ଡି-କକ୍ ୬୦ ବଲରୁ ୧୧୨ ରନ କରିଛନ୍ତି । ଯେଉଁଥିରେ ୭ ଚୌକା ସହ ୮ ଛକା ରହିଛି ।
ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ପଞ୍ଜାବ । ମୁମ୍ବାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଆଜିର ମ୍ୟାଚରେ ରୋହିତ ଖେଳୁନଥିବାବେଳେ ଡି-କକଙ୍କୁ ଓପନିଂ କରିବାର ସୁଯୋଗ ମିଳିଥିଲା । ସାଥୀ ଖେଳାଳି ରିକଲଟନ ମାତ୍ର ୨ ରନ କରି ଆଉଟ୍ ହୋଇଥିଲେ । ପରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଖାତା ଖୋଲିପାରିନଥିଲେ । ନମନ ଧିରଙ୍କ ସହ ମିଶି ଡି-କକ ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ । ନମନ ୩୧ ବଲରୁ ୫୦ ରନ କରିଛନ୍ତି ।
ବିସ୍ଫୋରକ ବ୍ୟାଟର ହାର୍ଦ୍ଦିକ ପାଣ୍ଡ୍ୟା ୧୨ଟି ବଲ ଖେଳି୧୪ ରନ୍ କରିଥିଲେ, ଯେଉଁଥିରେ ଗୋଟିଏ ଛକା ସାମିଲ ଥିଲା। ସେପଟେ ପଞ୍ଜାବ ପକ୍ଷରୁ ଅର୍ଶଦୀପ ୨୨ ରନ୍ ଦେଇ ୩ ଓ୍ବିକେଟ୍ ଅକ୍ତିଆର କରିଥିବାବେଳେ ମାର୍କେ ୟାନସନ ଏବଂ ଶଶାଙ୍କ ସିଂହ ଗୋଟିଏ ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି ।
ଏହାସହ ପଢ଼ନ୍ତୁ : କାହାକୁ ବାହାହେଲେ ଜୁବିନ୍ ? ଭାଇରାଲ ହେଉଛି ଫଟୋ