ଭୁବନେଶ୍ଵର, ୯/୬ : କମ୍ ଖର୍ଚ୍ଚରେ ଅଧିକ ରୋଜଗାର। ଦେବାକୁ ପଡିବନି ଫୁଲ୍ ଟାଇମ୍। ଘର ବାଲକୋନିରୁ ଆରମ୍ଭ ହୋଇପାରିବ ଏହି ୟୁନିକ୍ ଏବଂ ସୁପର-ପ୍ରଫିଟେବୁଲ୍ ବିଜନେସ୍। ଯଦି ଆପଣ ଏଭଳି ବ୍ୟବସାୟ ସନ୍ଧାନରେ ଅଛନ୍ତି, ତାହେଲେ ଆପଣଙ୍କ ପାଇଁ ଏହା ଗୁରୁତ୍ଵପୂର୍ଣ୍ଣ ଖବର। ମାତ୍ର ୧୦ ହଜାର ଟଙ୍କା ଖର୍ଚ୍ଚ କରି ଆପଣ ମାଇକ୍ରୋଗ୍ରୀନ୍ ଫାର୍ମିଂ କରିପାରିବେ। ଘରର ବାଲକୋନି କିମ୍ଵା ଛାତରେ ଏହି ଚାଷ କରିହେବ। ପ୍ରତି ମାସରେ ଏହା ଆପଣଙ୍କୁ ୧ ଲକ୍ଷ ଟଙ୍କା ରୋଜଗାର ଦେବ।
ସହରୀ ଲୋକମାନେ ସ୍ଵାସ୍ଥ୍ୟକୁ ନେଇ ଖୁବ୍ ସଚେତନ। କିଛି ପୁଷ୍ଟିକର ଖାଦ୍ୟରୁ ସେମାନେ ସକାଳର ଜଳଖିଆ ଆରମ୍ଭ କରିବାକୁ ପସନ୍ଦ କରନ୍ତି। ଏଥିପାଇଁ ମାର୍କେଟ୍ ରେ ମାଇକ୍ରୋଗ୍ରୀନ୍ ର ଡିମାଣ୍ଡ ଖୁବ୍ ଅଧିକା। ଏହି ଚାଷ ଆରମ୍ଭ କରିବା ପାଇଁ ଆପଣଙ୍କୁ ବଡ଼ ଚାଷଜମି ଦରକାର ନାହିଁ। ଆପଣ ଆପଣଙ୍କ ଘରର ଏକ ଛୋଟ କୋଠରୀରେ ଭର୍ଟିକାଲ୍ ରାକ୍ ତିଆରି କରି କିମ୍ବା ବାଲକୋନିରେ ପ୍ଲାଷ୍ଟିକ୍ ଟ୍ରେ ରଖି ଏଗୁଡ଼ିକୁ ସହଜରେ ଚାଷ କରିପାରିବେ। ଆରମ୍ଭ କରିବା ପାଇଁ ଆପଣଙ୍କୁ କେବଳ ଉଚ୍ଚମାନର ବିହନ, ପ୍ଲାଷ୍ଟିକ୍ ଟ୍ରେ ଏବଂ କୋକୋପିଟ୍ ଆବଶ୍ୟକ, ଯାହା ମାର୍କେଟରେ ଖୁବ୍ କମ୍ ଦାମରେ ମିଳିଯିବ।
ଆହୁରି ପଢନ୍ତୁ- ମାସିକ ଚକ୍ର ପାଇଁ ୧ରୁ ୮ ଦିନ ସ୍କୁଲ ଆସୁନାହାନ୍ତି ୭୪% ଛାତ୍ରୀ, ୯୪% ସ୍କୁଲ ଶୌଚାଳୟରେ ନାହିଁ ମୌଳିକ ସ୍ୱଚ୍ଛତା ବ୍ୟବସ୍ଥା
ମାଇକ୍ରୋଗ୍ରୀନ୍ ର ୧୦୦ ଗ୍ରାମ୍ ବିଶିଷ୍ଟ ଏକ ଛୋଟ ପ୍ୟାକେଟ୍ ୨୦୦ ରୁ ୪୦୦ ଟଙ୍କାରେ ବିକ୍ରି ହେଉଛି। ବଡ଼ ବଡ଼ ସହରରେ ଏହାର ଡିମାଣ୍ଡ୍ ଖୁବ୍ ଅଧିକ। ଫାଇଭ୍ ଷ୍ଟାର ହୋଟେଲ, ପ୍ରିମିୟମ୍ ରେଷ୍ଟୁରାଣ୍ଟ, କ୍ୟାଫେ ଏବଂ ଫିଟନେସ୍ ଫ୍ରିକ୍ ଲୋକମାନେ ଏହାକୁ ସାଲାଡ୍, ସୁପ୍ ଏବଂ ଗାର୍ନିସିଂ ପାଇଁ କିଣିନିଅନ୍ତି। ଯଦି ଆପଣ ଏହାକୁ ବିକିବା ପାଇଁ ସୁପରମାର୍କେଟ୍ ସହ ଯୋଗାଯୋଗ କରିବେ ତେବେ ଏହା ଆରାମରେ ବିକ୍ରି ହୋଇଯିବ। ଅନଲାଇନ୍ ସୋସିଆଲ ମିଡିଆ ଜରିଆରେ ମଧ୍ୟ ଏହାର ମାର୍କେଟିଂ କରିପାରିବେ। ଦେଖିବେ ଆପଣଙ୍କ ପାଖକୁ ଗ୍ରାହାକଙ୍କ ଲମ୍ଵା ଲାଇନ୍ ଲାଗିଯିବ। ଯେତିକି ଅଧିକ ଅର୍ଡର ମିଳିବ, ଆପଣଙ୍କର ସେତିକି ନେଟୱର୍କ ମଜବୁତ ହେବ। ଆପଣ ଆପଣଙ୍କ ପ୍ରଡକ୍ସନ କ୍ଷମତା ବଢାଇ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ। ଏହି ବ୍ୟବସାୟ ଥରେ ଆରମ୍ଭ କରନ୍ତୁ, ଦେଖିବେ ଏହା ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ସାବ୍ୟସ୍ତ ହେବ।