ପ୍ରମୂଖ ଖବର
  • ପାରାଦୀପ ଜିରୋ ପଏଣ୍ଟ ପାଖରେ ଗଚ୍ଛିତ ପାଇପରେ ଭୟଙ୍କର ଅଗ୍ନିକାଣ୍ଡ
  • ||
  • ରାଜଧାନୀରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ରାଉରକେଲାରେ ପୋଲିସ ଡିଜି ୱାଇବି ଖୁରାନିଆ, ରାଉରକେଲାରେ ଚାଲିଛି ସମୀକ୍ଷା ବୈଠକ
  • ||
  • ପହଲଗାମ ଆତଙ୍କୀ ହମ୍‌ଲା ପରେ ରାଜଧାନୀରେ ହାଇଆଲର୍ଟ, ଭୁବନେଶ୍ୱର ରେଲ୍‌ ୱେ ଷ୍ଟେସନ୍‌ରେ ଫ୍ଲାଗ୍ ମାର୍ଚ୍ଚ
  • ||
  • ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଟଙ୍କା ମାଗିବାରୁ ଦହିବରା ବେପାରୀଙ୍କୁ ନିସ୍ତୁକ ପିଟିଲେ
  • ||
  • ସମ୍ୱଲପୁର : ପାଣିରେ ବୁଡ଼ି ଜୀବନ ହାରିଥିଲେ ଭିସୁଟ୍‌ ଛାତ୍ରୀ: ୧୦୦ ଜଣଙ୍କ ଉପରେ ସର୍ବକାଳୀନ ଛାତ୍ର କାର୍ଯ୍ୟାନୁଷ୍ଠାନ
  • ||
  • ଚଳିବନି ପାକ୍ ପ୍ରୋପାଗଣ୍ଡା, ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍
  • ||
  • ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ୧୨ ଯାଏ ୩ଟି ସିଫ୍ଟରେ ହେବ ଏକ୍ସଜାମ୍
  • ||
  • ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନ୍‌ରେ ଏଲଏଚବି କୋଚ୍‌ର ଶୁଭାରମ୍ଭ
  • ||
  • କେନ୍ଦୁଝର : ବାଇକ୍‌କୁ ଧକ୍କା ଦେଲା ଆଡିସନାଲ୍‌ CSOଙ୍କ ବୋଲେରୋ, ବାଇକ୍‌ ଚାଳକ ମୃତ
  • ||
  • ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଜେଡି ନେତା ଓ କର୍ମୀ
  • ||
  • ଅନୁଗୁଳ : ୫୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ
  • ||
  • IPL 2025: ଆଜି ରାଜସ୍ଥାନ- ଗୁଜରାଟ ଲଢ଼େଇ, ରୟାଲ୍ସ ପାଇଁ ‘କର ବା ମର’
  • ||
  • ତାତି କମିଲା, ଆହୁରି କମିବ: ଆଜି ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା,୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||
  • ସୁନ୍ଦରଗଡ଼ : ବସ୍‌ ଓଲଟି ଜଣେ ମୃତ, ୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||

ମଧ୍ୟାହ୍ନଭୋଜନ ଦ୍ୱନ୍ଦ୍ୱ: ଟଙ୍କା ଆସିନି, ରୋଷେଇ ହେବ କିପରି ?

Published By : Prameya | April 7, 2025 11:05 AM

ଭୁବନେଶ୍ୱର,୦୭/୦୪: ସ୍କୁଲରେ ମଧ୍ୟାହ୍ନ ଭୋଜନ ଭାର ବଢ଼ିଲା । ଆଗରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ମଧ୍ୟାହ୍ନ  ଭୋଜନ ଦିଆଯାଉଥିଲା । ଏବେ ନବମ  ଓ ଦଶମ ଶ୍ରେଣୀକୁ ସାମିଲ କରାଗଲା । ଏତିକି ନୁହେଁ, ନୂଆ କରି ଖୋଲିଥିବା ଶିଶୁ ବାଟିକା ଶ୍ରେଣୀର ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ । ପ୍ରତି ସପ୍ତାହରେ ୩ ଦିନ ପୋଷଣଯୁକ୍ତ ଲଡୁ଼ ପ୍ରଦାନ କରିବାକୁ କୁହାଯାଇଛି । ଦାୟିତ୍ୱ ବଢ଼ୁଛି ହେଲେ କର୍ମଚାରୀଙ୍କ ସଂଖ୍ୟା ବଢ଼ିବ କି  ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।  ଆଗରୁ ଆସୁଥିବା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ଓ  ଚାଉଳ କେବଳ ପ୍ରଥମରୁ ଅଷ୍ଟମ ଶ୍ରେଣୀ  ପିଲା ଖାଉଥିଲେ । ଏବେ ଆଉ ୩ ଶ୍ରେଣୀ  ଯୋଡ଼ି ହେବା ପରେ ଏଥିପାଇଁ କୌଣସି  ଅର୍ଥ ଏଯାବତ୍‌ ଆସିନି । ରୋଷେଇ କିପରି ହେବ ବୋଲି ସ୍କୁଲ ଶିକ୍ଷକ ସଂଘ ପ୍ରଶ୍ନ କରିଛି । 

ଚଳିତ ମାସରୁ ରାଜ୍ୟର ସମସ୍ତ ସ୍କୁଲରେ ଆରମ୍ଭ ହୋଇଛି ଶିଶୁ ବାଟିକା । ପିଲାଙ୍କୁ ମଧ୍ୟାହ୍ନ ଭୋଜନ ମଧ୍ୟ ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ଗତ୧ ତାରିଖରୁ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ  ରାଜ୍ୟ ସରକାର ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିଛନ୍ତି ।  ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଯେଉଁ ସବୁ  ମେନୁରେ ଖାଇବା ଦିଆଯାଉଥିଲା ସେସବୁ ଖାଇବା ମଧ୍ୟ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ  ଦିଆଯିବ । ଅତିରିକ୍ତ ଗୋଟିଏ ଲେଖାଏଁ ଅଣ୍ଡା  ସହ ପୋଷଣଯୁକ୍ତ ଲଡ଼ୁ ସମସ୍ତ ଶ୍ରେଣୀର ପିଲାଙ୍କୁ ଦେବାକୁ କୁହାଯାଇଛି । ଏଥିପାଇଁ  ରାଜ୍ୟ ସରକାର ୫୭୦.୭୧ କୋଟି ଟଙ୍କାର  ଅର୍ଥ ବ୍ୟବସ୍ଥା କରିଛନ୍ତି । 

ଆଗରୁ ପିଏମ୍‌ ପୋଷଣ ଯୋଜନାରେ କେନ୍ଦ୍ର ଓ  ରାଜ୍ୟ ସରକାରଙ୍କ ଅନୁଦାନରେ ପ୍ରଥମରୁ ପଞ୍ଚମ  ଶ୍ରେଣୀ ପିଲାଙ୍କ ପିଛା ୭ ଟଙ୍କା ୬୪ ପଇସା ଏବଂ  ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପିଛା ୧୦ ଟଙ୍କା ୯୪  ପଇସା ଦିଆଯାଉଛି । ନବମ ଓ ଦଶମ ଶ୍ରେଣୀ  ପିଲାଙ୍କୁ ଉଚ୍ଚ ପ୍ରାଥମିକ ଶ୍ରେଣୀର ପିଲାଙ୍କ ଖର୍ଚ୍ଚରେ  ମଧ୍ୟାହ୍ନ ଭୋଜନ ଦେବାକୁ କୁହାଯାଇଛି । 

ସେହିପରି ସରକାରଙ୍କ ନିୟମ ଅନୁଯାୟୀ, ୨୫  ଜଣ ପର୍ଯ୍ୟନ୍ତ ଶିକ୍ଷାର୍ଥୀ ଥିବା ସ୍କୁଲ ପାଇଁ ଜଣେ ଲେଖାଏଁ  ପାଚିକା, ୨୬ରୁ ୧୦୦ ମଧ୍ୟରେ ଥିବା ଶିକ୍ଷାର୍ଥୀଙ୍କ ପାଇଁ  ୨ ଜଣ ପାଚିକା ନିଯୁକ୍ତ ହେବେ । ଯଦି ୧୦୦ରୁ ଅଧିକ  ଶିକ୍ଷାର୍ଥୀ ଥିବେ ତେବେ ଅତିରିକ୍ତ ଭାବେ ଜଣେ  ଲେଖାଏଁ ପାଚିକା ନିୟୋଜନ କରିବାର ନିୟମ ଅଛି ।  ଶ୍ରେଣୀ ବଢ଼ିବା ସହ ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି  ହୋଇଛି । ତେବେ ଖର୍ଚ୍ଚ ପ୍ରଦାନ ଓ ପାଚିକା ନିୟୋଜନ  ଉପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ପଷ୍ଟୀକରଣ  ଆଣିବା ଆବଶ୍ୟକ ବୋଲି ସଂଘ ଦାବି କରିଛି ।  

ଶିକ୍ଷକ ସଂଘ ନେତା ବ୍ରହ୍ମାନନ୍ଦ ମହାରଣାଙ୍କ  ଅଭିଯୋଗ, ରାଜ୍ୟ ସରକାର ବଜେଟ୍‌ ଘୋଷଣା  କଲେ । ମଧ୍ୟାହ୍ନ ଭୋଜନ ମଧ୍ୟ ଆରମ୍ଭ କରିଦେଲେ ।  କିନ୍ତୁ ଏଥିପାଇଁ ଅର୍ଥ ଏଯାବତ୍‌ ସ୍କୁଲକୁ ଆସିନି ।  କେଉଁ ପାଣ୍ଠିରୁ ଏହାକୁ ଖର୍ଚ୍ଚ କରାଯିବ ଏନେଇ  କୌଣସି ସୂଚନା ସରକାରୀ ଅଧିକାରୀମାନେ  ଦେଇନାହାନ୍ତି । ଏପରି ଅବସ୍ଥାରେ କିପରି ଭାବେ  ମଧ୍ୟାହ୍ନ ଭୋଜନ ପରିଚାଳନା କରାଯିବ ତାକୁ ନେଇ  ଦ୍ୱନ୍ଦ୍ୱ ଦେଖାଯାଇଛି । ମଧ୍ୟାହ୍ନ ଭୋଜନ ପାଇଁ ଚାଉଳ  ମିଳିବ ନା କିଣିବାକୁ ପଡ଼ିବ ତାହା ମଧ୍ୟ ଜଣାନାହିଁ ।  ରାସନ ସାମଗ୍ରୀ ମଧ୍ୟ ଶିକ୍ଷକମାନେ ନିଜ ହାତରୁ  କିଣୁଛନ୍ତି । ଏହି ଅର୍ଥ କିପରି ମିଳିବ ତାକୁ ନେଇ ଚିନ୍ତା  ବଢ଼ିଛି । ପିଲାଙ୍କ ସଂଖ୍ୟା ବୃଦ୍ଧି ସହ ପାଚିକା ସଂଖ୍ୟା  ମଧ୍ୟ ବଢ଼ାଇବା ଆବଶ୍ୟକ ବୋଲି ସେ କହିଛନ୍ତି । 

ପାଚିକା ସଂଘର ଇଶାନୀ ଷଡ଼ଙ୍ଗୀଙ୍କ କହିବା  କଥା, ସରକାର ଦାୟିତ୍ୱ ବୃଦ୍ଧି କରୁଛନ୍ତି, ହେଲେ  ଆମର ଦାବି ଶୁଣିବାକୁ ପ୍ରସ୍ତୁତ ନୁହନ୍ତି । ସରକାର  ଆମକୁ ସରକାରୀ କର୍ମଚାରୀର ମାନ୍ୟତା ଦିଅନ୍ତୁ ।  ଏଥିସହ ପିଲାଙ୍କ ସଂଖ୍ୟାକୁ ଦେଖି ଅଧିକ ପାଚିକା  ଦିଅନ୍ତୁ ।

ପିଏମ୍‌ ପୋଷଣ ରାଜ୍ୟ ନୋଡାଲ୍‌ ଅଧିକାରୀ  ଗିରିଶ ଚନ୍ଦ୍ର ସିଂହ କହିଛନ୍ତି, ବଜେଟ୍‌ରେ ମୁଖ୍ୟମନ୍ତ୍ରୀ  ପୋଷଣ ଯୋଜନାରେ ନବମ ଓ ଦଶମ ଶ୍ରେଣୀ  ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବା ସହ ଅତିରିକ୍ତ ଅଣ୍ଡା  ଓ ପୋଷଣ ଯୁକ୍ତ ଲଡୁ଼ର ବ୍ୟବସ୍ଥା ରାଜ୍ୟ ସରକାର  କରିଛନ୍ତି । ବଜେଟ୍‌ରେ ଟଙ୍କା ପାରିତ ହୋଇଥିଲେ  ହେଁ ଏଯାବତ୍‌ ଆସିନାହିଁ । ସେପର୍ଯ୍ୟନ୍ତ ଜିଲ୍ଲା ଶିକ୍ଷା  ଅଧିକାରୀଙ୍କ ପାଖରେ ଥିବା ଟଙ୍କାରେ ମଧ୍ୟାହ୍ନ ଭୋଜନ ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.