ମୋଦିଙ୍କ ବିଜୟ ନେଇ ସେନାର ଉପହାର: କଶ୍ମୀରର କୁଖ୍ୟାତ ଆତଙ୍କବାଦୀ ଜାକିର ମୁସା ନିହତ

ନୂଆଦିଲ୍ଲୀ,୨୪।୫: ଗୋଟିଏ ପଟେ ଦେଶରେ ନିର୍ବାଚନ ପରିମାଣ ଓ କ୍ଷମତାରେ ମୋଦି ମ୍ୟାଜିକର ଧୁମ୍ ଚାଲିଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଅନ୍ୟପକ୍ଷେ ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଜାକିର ମୁସା ଭଳି ଦୁର୍ଦ୍ଦଶ ଆତଙ୍କବାଦୀଙ୍କୁ ମାରିବାରେ ବଡ ସଫଳତା ମିଳିଛି। ପୁଲଓ୍ବାମା ଜିଲ୍ଲାର ତ୍ରାଲରେ ସୁରକ୍ଷାକର୍ମୀମାନେ ସଂଘର୍ଷ ସମୟରେ ଭୀଷଣ ଗୁଳିକାଣ୍ଡ ପରେ ହିଜବୁଲ ମୁଜାହିଦ୍ଦିନର ପୂର୍ବତନ କମାଣ୍ଡର ଓ ଏବେ ଜମ୍ମୁ-କଶ୍ମୀର ଆଇଏସ୍ କମାଣ୍ଡର ଆତଙ୍କବାଦୀ ଜାକିର ମୁସାକୁ ମାରିବାରେ ସଫଳତା ପାଇଛନ୍ତି। ୧୧ ଘଣ୍ଟା ପର୍ଯ୍ୟନ୍ତ ଚାଲୁଥିବା ଅପରେସନରେ ପରେ ଶେଷରେ ମୁସାକୁ ରାତି ପ୍ରାୟ ୨ଟା ସମୟରେ ମାରିଦିଆଯାଇଛି।
ଏହି କାଉଣ୍ଟରରେ ୪୨ ରାଷ୍ଟ୍ରୀୟ ରାଇଫଲ, ଏସଓଜି ଓ ସିଆରପିଏଫର ଟିମ୍ ଥିଲେ। ଜାକିର ମୁସାଙ୍କ ମୃତ୍ୟୁ ପରେ ଘାଟିରେ ହିଂସାର ଆଶଙ୍କା ଦେଖି ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି ଓ ତ୍ରାଲର ଦଦସରା ଗାଁ ସହିତ ସାରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ମୁସା ତ୍ରାଲର ଦଦସରା ଗାଁରେ ଗୋଟିଏ ଘରେ ଲୁଚି ରହିଥିଲା।
ଗୁରୁବାର ସନ୍ଧ୍ୟାରେ ସୁରକ୍ଷାକର୍ମୀ ଓ ଏସଓଜିର ଟିମକୁ ଖବର ମିଳିଥିଲା ଯେ, ତ୍ରାଲର ଦଦସରା ଗାଁରେ ମୁସା ଏକ ଔଷଧ ବିକ୍ରି କରୁଥିବା ଦୋକାନୀଙ୍କ ଘରେ ଲୁଚି ରହିଥିଲା। ଏହାପରେ ସାରା ଅଞ୍ଚଳକୁ ଘେରାଉ କରି ଦିଆଯାଇଥିଲା। ସେନାର ଅପରେସନ୍ ଭିତରେ ଜାକିର ମୁସା ଆତ୍ମସପର୍ମଣ କିଭଳି କରିବ ସେ ନେଇ ମଧ୍ୟ ଚେଷ୍ଟା ହୋଇଥିଲା। ଏଥିପାଇଁ ଘର ମାଲିକଙ୍କ ସହ କଥା ହେବା ନେଇ ଭିତରକୁ ପଠାଯାଇଥିଲା, କିନ୍ତୁ ମୁସା ଆତ୍ମସମର୍ପଣ କରିବାକୁ ମନା କରିଦେଇଥିଲା। ଏହାପରେ ସୁରକ୍ଷାକର୍ମୀମାନେ ସେହି ଘରକୁ ବିସ୍ଫୋରଣ କରି ଉଡାଇ ଦେଇଥିଲେ। ଏହା ସହ ଜାକିର ମୁସା ମଧ୍ୟ ଶେଷ ହୋଇଯାଇଥିଲା।
ଏଠାରେ ଉଲ୍ଲେଖନୀୟ ଯେ, ଜାକିର ମୁସାର ପୁରା ନାଁ ରିସିଦ ଭଟ୍ଟ ଇଲିୟାସ ମୁସା ଥିଲା, ସେ ଦକ୍ଷିଣ କଶ୍ମୀରରେ ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ଥିଲେ ଓ ଅବନ୍ତିପୁରାର ନୁରପୁରାରେ ରହୁଥିଲା। ମୁସା ୨୦୧୩ ଜୁଲାଇ ମାସରେ ହିଜବୁଲ ମୁଜାହିଦ୍ଦିନ ସହିତ ରହିଥିଲା। ଯଦିଓ ବୁରହାନ ଓ୍ବାନିକ ମାରିବା ପରେ ସେ ଅଁସାର ଗଜଓ୍ବାତ ଉଲ ହିନ୍ଦ ନାମକରେ ପୂର୍ବରୁ ଏକ ଆତଙ୍କବାଦ ସଂଗଠନ ତିଆରି କରିଥିଲା। ଯାହାକୁ କଶ୍ମୀରରେ ଆଇଏସ୍ ସହିତ ସମ୍ପର୍କିତ ସଂଗଠନ ବୋଲି କୁହାଯାଏ।