PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଆତଙ୍କବାଦୀଙ୍କ ବର୍ବରତା, ୧୦ ବଷର୍ର ଶିଶୁକୁ ବନ୍ଦୀ କରି ହତ୍ୟା କଲେ

ଶ୍ରୀନଗର,୨୨।୩: ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀଙ୍କ ବର୍ବରତା ଜାରି ରହିଛି। କଶ୍ମୀର ଘାଟିରେ ଲଗାତାର ଭାବରେ ଅଶାନ୍ତି  ଲାଗି ରହିଥିବା ବେଳେ ଆଜି ଆତଙ୍କବାଦୀମାନେ ବାନ୍ଦିପୋରାର ହାଜିନରେ ଏକ ନିରୀହ ଶିଶୁକୁ ବନ୍ଦୀ କରି ପରେ ହତ୍ୟା କରିଛନ୍ତି। କୁହାଯାଉଛି ଯେ ୧୦ ବର୍ଷର ଏହି ଶିଶୁର ବାପା-ମା ଯେତେ ହାତଗୋଡ ଯୋଡି ନେହୁରା ହୋଇଥିଲେ ମଧ୍ୟ ଆତଙ୍କବାଦୀମାନେ କିଛି ଶୁଣିନଥିଲେ। ସେମାନେ  ଶିଶୁଟିକୁ ମାରିଦେଇଥିଲେ।

ଏବେ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଯେଉଁଥିରେ ଏକ ୧୦ ବର୍ଷର ଶିଶୁ ଆତିଫ୍ ମୀରର ପରିବାର ଓ ସ୍ଥାନୀୟ ଲୋକ ଛାଡିବାକୁ ବହୁପ୍ରକାର ଅନୁରୋଧ କରୁଛନ୍ତି।  କିନ୍ତୁ ଆତଙ୍କବାଦୀଙ୍କ ଉପରେ ଏହାର କୌଣସି ପ୍ରକାର ପ୍ରଭାବ ପଡିଥିଲା। ଅତି ନିର୍ମମ ଭାବରେ ହତ୍ୟା କରିଥିଲେ।  ୨୪ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିଥିବା ଏନକାଉଣ୍ଟରରେ ଆଜି ସୁରକ୍ଷାକର୍ମୀଙ୍କୁ ଘଟଣାସ୍ତଳରୁ ୨ ଜଣ ଆତଙ୍କବାଦୀଙ୍କ ସହ ଏହି ଶିଶୁଟିର ମୃତହେଦ ଉଦ୍ଦାର କରାଯାଇଛି।

ଉଲ୍ଲେଖନୀୟ ଯେ ଜମ୍ମୁ-କଶ୍ମୀରରେ ଗତ ୨୪ଘଣ୍ଟା ମଧ୍ୟରେ ୪ଟି ଭିନ୍ନ ଭିନ୍ନ ସ୍ଥାନରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷାବଳର  ୭ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆଜି ବାନ୍ଦିପୋରା ଜିଲ୍ଳାରେ ସୁରକ୍ଷାକର୍ମୀମାନେ ୨ ଜଣ ଆତଙ୍କବାଦୀଙ୍କୁ ମାରିବରେ ସଫଳ ହୋଇଛନ୍ତି।  ​‌

ସମ୍ବନ୍ଧିତ ଖବର