ମାଲକାନଗିରି ;୧୯/୧: ଜୟପୁରରୁ ମାଲକାନଗିରି ଜିଲ୍ଲାକୁ ଆସୁଥିବା କ୍ଷୀର ଭ୍ୟାନ ଉପରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ । ଗାଡିର ୫ ଡିଗ୍ରୀ ଇନ୍ସୁଲେଟର କାମ ନ କରିବା, ଗାଡ଼ିର ଫିଟନେସ କିମ୍ବା ଡ୍ରାଇଭରର ଡିଏଲ ନଥିବା ଜଣା ପଡ଼ିଛି । ତେବେ ଗାଡ଼ିଟିକୁ ଥାନାରେ ଅଟକ ରଖାଯାଇଛି । ସୂଚନା ଅନୁସାରେ ଜୟପୁରରୁ ମାଲକାନଗିରିକୁ ଭ୍ୟାନରେ ପ୍ରାୟ ୪ହଜାର ଲିଟର କ୍ଷୀର,ଦହି, ପନିର ଆସୁଥିଲା । ତେବେ ଏହି ଗାଡ଼ିରେ ୫ ଡିଗ୍ରୀ ଇନ୍ସୁଲେଟର କାମ କରୁନଥିଲା । ଯାହାଫଳରେ ଏଥିରେ ଥିବା କ୍ଷୀର ଓ ଅନ୍ୟାନ୍ୟ ସାମଗ୍ରୀ ଗୁଡିକର ଗୁଣାବତା କମିବା ସହ କ୍ଷୀର ଛେନା ଛିଡ଼ିଯିବା, ପନିର ଖଟା ହୋଇ ଯାଉଥିବାର ନେଇ ଜଣେ ଆଇନଜୀବୀ ଖାଦ୍ୟ ସୁରକ୍ଷା ନିରାପତ୍ତା ବିଭାଗକୁ ଫୋନ କରିଥିଲେ ।

ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର ସେଠୀ ଘଟଣା ସ୍ଥଳରେ ପହଁଞ୍ଚି ଏହି ଗାଡ଼ିଟିକୁ ଯାଞ୍ଚ କରିଥିଲେ । ଏଥିରେ କ୍ଷୀର ଗୁଡିକ ଖୋଲାରେ ଥିଲା ଏବଂ ଇନ୍ସୁଲେଟର ଅଚଳ ହୋଇ ଯାଇଥିଲା । ଏହାସହ ଗାଡ଼ିର କାଗଜପତ୍ର ମଧ୍ୟ ଠିକ୍ ନଥିବାବେଳେ ଡ୍ରାଇଭରର ଲାଇସେନ୍ସ ଅବଦ୍ଧି ସରିଯାଇଥିଲା । ପୁଲିସ ଖବର ପାଇବା ପରେ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି ।